ପ୍ରେମିକ ହେଲା ନିଜର ହେଲେ ଜନ୍ମକଲା ମା’ ହେଲା ପର ! ମା’ କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡିଲା ଝିଅ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାଜପୁର ଥାନା ଅନ୍ତର୍ଗତ ବଡବୋରସିଂହ ଗ୍ରାମର ଗୌରୀବାଳା ସାହୁ ଙ୍କ ଝିଅ ହେଉଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶନୀ । ସେ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢୁଥିଲେ, ଆଉ ସେହି ସମୟରୁ ଏକ ଯୁବକ ଙ୍କ ସହିତ ପ୍ରେମ ସମ୍ପର୍କରେ ରହିଥିଲେ । ତେବେ 2021 ରେ ଘରେ କେହି ନ ଥିବା ବେଳେ ପୁଅ ସହିତ କେଉଁଆଡେ ଚାଲିଯାଇଥିଲେ । କାନପୁର ଥାନାରେ ଏ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଉଦ୍ଧାର ପରେ ବ୍ରହ୍ମପୁର ସୁଧାର ଗୃହରେ ରଖାଯାଇଥିଲା 7 ମାସ ଧରି । ସେପଟେ ପୁଅର ଘର ଲୋକେ ସୁଧାର ଗୃହରୁ ନେଇଯାଇଥିଲେ ଝିଅ କୁ । ଏହାପରେ ପ୍ରାୟ ଦେଢବର୍ଷ ବିତିଯାଇଥିଲା । ମାତ୍ର ଝିଅର ମା’ ଯେତେ ନେହୁରା ହେଉଥିଲେ ମଧ୍ୟ ପୁଅର ପରିବାର ଲୋକେ ଝିଅ କୁ ଦେଖାଉନଥିଲେ । ଝିଅ କୁ ଝୁରି ଝୁରି ଦିନ କାଟୁଥିଲେ ବାପା ମା’ । ଏହା ସହିତ ମା’ ଅଭିଯୋଗ କରିଛନ୍ତି ଯେ ଝିଅକୁ ଟିକିଏ ଦେଖିବା ପାଇଁ କହିଲେ ପୁଅଘର ଲୋକେ ୫ ଲକ୍ଷ ଟଙ୍କା ମାଗିଥିଲେ ।

ଏହାପରେ ଝିଅ ଥାନା ରେ ପହଞ୍ଚିଥିଲା ମା’ କୁ ଠେଲିଦେଇ ପ୍ରେମିକ ପାଖକୁ ଦୌଡିଗଲା ଝିଅ । ବୈଦ୍ୟନାଥପୁର ଥାନା ଭିତରେ ଏହିଭଳି କିଛି ହାଇଡ୍ରାମା ଦେଖିବାକୁ ମିଳିଥିଲା । ପ୍ରେମ ପାଇଁ ମା’ କୁ ଠେଲିଦେଲା ଝିଅ । ଝିଅ ଆଜି ସଂପୂର୍ଣ୍ଣ ଭାବରେ ପର ହୋଇଯାଇଛି ଆଉ ମା’ ର ବୟସ ମଧ୍ୟ ଗଡି ଯାଇଛି ।

ଝିଅ ନିଜ ବଳ ଦେଖାଇ ମା’ କୁ ଠେଲି ଦେଇଥିଲେ ଆଉ ମା’ ଜଣଙ୍କ ତଳେ ପଡିଯାଇଥିଲେ । କିନ୍ତୁ ଏହି ମା’ ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କ ଝିଅ ଅବାଟକୁ ଚାଲି ଯାଇଛି । ମା’ ଙ୍କ ବୟସ ହୋଇଗଲା ବୋଲି ସେ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । ଅନ୍ୟ କଥାରେ ପଡି ନିଜ ମା’ ଙ୍କୁ ଝିଅ ଚିହ୍ନି ପାରୁ ନାହାନ୍ତି । ମା’ ଜଣଙ୍କ କହିଛନ୍ତି ଯେ ତାକୁ ଜନ୍ମ କରିଥିଲେ ତ ପେଟରୁ ନାତ ମାରିଥିଲେ ତାକୁ ସମ୍ଭାଳିଥିଲି ମାତ୍ର ବର୍ତ୍ତମାନ ପର ପାଇଁ ତାଙ୍କ ଝିଅ ସମସ୍ତଙ୍କ ପାଖରେ ପିଟିଲା ।

ତାଙ୍କ ଝିଅ କୁ କିଡନାପ କରି ନେଇଛନ୍ତି ଏବଂ ବ୍ରାଉନ ସୁଗାର ଖୁଆଇ ଝିଅକୁ ବଦଳାଇ ଦେଇଛନ୍ତି ଯେ ସେ ପୁରା ଉଗ୍ର ରୂପ ଧାରଣ କରିଛି । ଯଦି ସେ ପୁଅ ସହିତ ଝିଅ ରହିବ ତେବେ କୋର୍ଟ ମ୍ୟାରେଜ କରି ରହୁ । ଅପର ପାର୍ଶ୍ଵରେ ପୁଅ ଜଣକ ସମସ୍ତ ଅଭିଯୋଗ କୁ ମିଥ୍ୟା ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *