‘ବର୍ଷା ମ୍ୟାଡାମ ସୁନା ଦୋକାନରେ ଚାକିରୀ କରେଇ ଦେବେ କହି ସେଦିନ ମୋଠାରୁ ୩୦ ହଜାର ଟଙ୍କା ନେଇଥିଲେ ହେଲେ ସେ…’ କଲ୍ୟାଣୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ବର୍ଷା ଙ୍କ ବିରୁଦ୍ଧରେ ଜଣେ ମହିଳା ଆଣିଛନ୍ତି ଏହିଭଳି ଅଭିଯୋଗ । ଅଭିଯୋଗ ଏହା ଥିଲା ଯେ ସୁନା ଦୋକାନରେ ତାଙ୍କୁ ଚାକିରୀ ଦେବେ ବୋଲି କହି ସମ୍ପୃକ୍ତ ମହିଳା ଙ୍କ ଠାରୁ ୩୦ ହଜାର ଟଙ୍କା ଠକି ନେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏହାକୁ ନେଇ ସେ ହାଇକୋର୍ଟ ଯାଇଥିଲେ ଏବଂ ହାଇକୋର୍ଟ ର ନିର୍ଦ୍ଧେଶ ପରେ ଘଟଣାର ବର୍ତ୍ତମାନ ତଦନ୍ତ କରିବ ସହିଦ ନଗର ଥାନା ପୋଲିସ ।

ଅଭିଯୋଗକାରୀ ମହିଳା କଲ୍ୟାଣୀ ନାୟକ ଏହି ବାବଦରେ କହିଛନ୍ତି ଯେ ସେ ଆୟୁଶୀ ଏବଂ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଚିହ୍ନିଲେ ଜନତା ମଇଦାନ ରୁ । ସେମାନେ ସେଠାରେ କୁଆଡେ କହିଥିଲେ ଯେ ତମେ ଯଦି ସମ୍ପର୍କ ବଢାଇବା ତେବେ ଆଗକୁ ଯିବ । ଏହାପରେ କଲ୍ୟାଣୀ ବର୍ଷା ଙ୍କର ବଡ ଫ୍ୟାନ ଥିବାରୁ ସେ କହିଥିଲେ ଯେ ମ୍ୟାଡାମ ମୁଁ ଆପଣଙ୍କ ବଡ ଫ୍ୟାନ ଅଟେ । କିନ୍ତୁ ବର୍ଷା କହିଥିଲେ ଯେ ମୋ ଝିଆରୀ ଆୟୁଶୀ ପ୍ରିୟଦର୍ଶନୀ ଙ୍କ ସହିତ କଥା ହୁଅ ।

ଏହା ପରେ ମହିଳା ଜଣଙ୍କ ଆୟୁଶୀ ଙ୍କ ସହିତ କଥା ହେଲେ । ଖାରବେଳନଗର ଟ୍ରାଫିକ ଛକରେ କଲ୍ୟାଣୀ ସବୁବେଳେ ଝାଡୁ ମାରନ୍ତି । ସେଠାରେ ଆୟୁଶୀ ପ୍ରିୟଦର୍ଶନୀ ଙ୍କ ସହିତ ଭେଟ ହୁଏ ସେ କୁହନ୍ତି ଯେ ଏତେ କମ ଦରମାରେ ଏଠାରେ କାହିଁ କାମ କରୁଛ ? ଆମେ ଏକ ଭଲ ଚାକିରୀ ଦେବୁ ଲାଲଚନ୍ଦ ଜ୍ୱେଲରରେ । ସେଠାରେ ୨୫ ହଜାର ଦରମା ପାଇବ କିନ୍ତୁ ସେଥିପାଇଁ ତୁମକୁ ସିକ୍ୟୁରିଟି ଚାର୍ଜ ୫୦ ହଜାର ଦେବାକୁ ହେବ ।

ମହିଳା ଜଣଙ୍କ କହିଲେ ଯେ ଏତେ ଟଙ୍କା ହୋଇ ପାରିବ ନାହିଁ ମୁଁ ୩୦ ହଜାର ଟଙ୍କା ଦେବି । ଏହାପରେ ବର୍ଷା ପ୍ରିୟଦର୍ଶନୀ ଙ୍କ ଆକାଉଣ୍ଟ କୁ ମହିଳା ୨୫/୭ ରେ ୩୦ ହଜାର ଟଙ୍କା ଟ୍ରାନ୍ସଫର କରିଲେ । ମାତ୍ର ତାହା ପରଠାରୁ ଫୋନ ରିସିଭ କରିଲେ ନାହିଁ ଆୟୁଶୀ କି ବର୍ଷା । ମହିଳା ଜଣଙ୍କ ଆୟୁଶୀ ଙ୍କୁ ଭେଟି ପଚାରିଲେ ଏବଂ କହିଲେ ଠକି ନେଇଛନ୍ତି ଟଙ୍କା ବୋଲି ।

ଆୟୁଶୀ କୁହନ୍ତି ଛୋଟ ଜାତି ତୁମ ଉପରେ ଗାଡି ଛଡାଇ ଦେବି ଆହୁରି ଅନେକ କଥା କହି ଗାଳିଗୋଳଚ କରିଲେ । ତେବେ ମହିଳା ଜଣଙ୍କ ବର୍ତ୍ତମାନ ନ୍ୟାୟ ଦାବୀରେ କୋର୍ଟ ର ଆଶ୍ରୟ ନେଇଛନ୍ତି । ବର୍ତ୍ତମାନ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ମହିଳା ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *