Special Story: ପ୍ରେମ ପାଇଁ ରାଜକୁମାରୀ ଛାଡିବେ ରାଜକୀୟ ସୁଖ, ବିତାଇବେ ଏକ ସାଧାରଣ ଜୀବନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଜୀଵନ ରେ ପ୍ରେମ ରହିବା ନିହାତି ଆବଶ୍ୟକ ପ୍ରେମ ନଥିଲେ ଜୀଵନ ଫିକା ଏବଂ ନିରସ ହୋଇଯାଏ । ତେବେ ପ୍ରେମ କୁ କିଏ ଅଢେ଼ଇ ଅକ୍ଷର କୁହେ କିଏ ଚିର ଶାଶ୍ୱତ ତେବେ ପ୍ରେମ କୁ କିଏ କିଭଳି ଦେଖେ ତାହା କହିବା ବହୁତ ମୁସ୍କିଲ । ପ୍ରେମ କେତେବେଳେ ଏବଂ କାହା ସହ ହେବ କେହି ଜାଣି ନାହାଁନ୍ତି । ପ୍ରେମ ଉଚ୍ଚ ନିଚ୍ଚ, ଗରିବ ଏବଂ ଧନୀ, କିଛି ଦେଖେ ନାହିଁ । ପ୍ରେମ ପାଇଁ କେବଳ ଏକ ଭଲ ହୃଦୟ ର ଆବଶ୍ୟକ ।

ତେବେ ଆଜି ଆମେ ଆପଣ ଙ୍କୁ ଏକ ଏଭଳି ପ୍ରେମ ବିଷୟ ରେ କହିବୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଏହି ପ୍ରେମ କାହାଣୀ ଉପରେ ଆଲୋଚନା କରିବା । ପ୍ରେମ ପାଇଁ ଜାପାନ ରାଜକୁମାରୀ ଏବେ ନିଜ ମହଲ କୁ ଛାଡିବା ପାଇଁ ପ୍ରସ୍ତୁତ ଏବଂ ସମସ୍ତ ରାଜକୀୟ ସୁବିଧା କୁ ମଧ୍ୟ ତ୍ୟାଗ କରି ରାଜକୁମାରୀ ମାକୋ ଜାପାନ ର ଏକ ସାଧାରଣ ଯୁବକ କେ ଇ କାମରୋ ଙ୍କୁ ବିବାହ କରିବାକୁ ଯାଉଛନ୍ତି । ସାରା ଦେଶରେ ଏହି ଚର୍ଚ୍ଚା ଜୋର ଧରିଛି ।

ଭେଦଭାବ ଭୁଲି ପ୍ରେମ ରେ ପଡି ମାକୋ ବର୍ତ୍ତମାନ ସେହି ଯୁବକ କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସାଧାରଣ ଯୁବକ ଙ୍କୁ ବିବାହ କରିବା ପରେ ରାଜବଂଶୀୟ ମହିଳା ଙ୍କୁ ମିଳୁଥିବା ସବୁ ସୁଖ ସୁବିଧା ରୁ ସେ ବଞ୍ଚିତ ହେବେ ବୋଲି କୁହାଯାଉଛି । ତେବେ ଏହି ଆଇନ ରାଜବଂଶୀୟ ପୁରୁଷ ଙ୍କ କ୍ଷେତ୍ରରେ ଲାଗୁ ହୋଇ ନଥାଏ ।

ମାକୋ ହେଉଛନ୍ତି ସମ୍ରାଟ ଆକେହିତୋ ଙ୍କ ବଡ଼ ନାତୁଣୀ ଜାପାନ ର ବର୍ତ୍ତମାନ ରାଜା ନରୁହିତା ଙ୍କ ଭାଇ ସମ୍ରାଟ ଆକିସେନୋ ଙ୍କ ବଡ଼ ଝିଅ । ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ବିବାହ ସମ୍ପର୍କରେ ନିଜେ ଘୋଷଣା କରିଛନ୍ତି ମାକୋ । ବିବାହ କୁ ନେଇ ସେ ବେଶ ଖୁସି ଥିବାର ମଧ୍ୟ ନଜର ଆସୁଛି । ପ୍ରାୟଃ ତିନି ବର୍ଷ ହେବ ରାଜକୁମାରୀ ଙ୍କୁ ବିବାହ କରିବାକୁ ଭାବି ସ୍ୱାମୀ କେ ଇ କେମୂରୋ ପ୍ରସ୍ତାବ ଦେଇଥିଲେ ତେବେ ଶେଷରେ ମାକୋ ତାଙ୍କ ପ୍ରସ୍ତାବ କୁ ସମ୍ମାନ ଜଣାଇ ରାଜକୁମାରୀ ମାକୋ ରାଜକୀୟ ସୁଖ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରେମ ଏକ ଏଭଳି ଶବ୍ଦ ଯାହା ମଣିଷ କୁ ଅନ୍ଧ କରି ଦେଇଥାଏ । ପ୍ରେମ ପାଇଁ କେହି ସାତ ଦରିଆ ପାର ହୋଇ ଚାଲି ଯାଏ ତ କିଏ ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ ମଧ୍ୟ କରିନିଏ ଆଉ କିଏ ନିଜର ସମସ୍ତ ସୁଖ କୁ ତ୍ୟାଗ ମଧ୍ୟ କରିନିଏ ଯାହାର ଉଦାହରଣ ହେଉଛନ୍ତି ଜାପାନ ର ରାଜକୁମାରୀ ମାକୋ । ତେବେ ତାଙ୍କର ଆଗାମୀ ବୈବାହିକ ଜୀଵନ ସୁଖ ମୟ ହେଉ ବୋଲି ପାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *