ପ୍ରେମ କରି ବାହା ହେଲା, 5 ମାସର ଗର୍ଭବତୀ କଲା, ଏବେ ଚାରିଆଡେ ବୁଲିବୁଲି ଖୋଜୁଛି ସ୍ତ୍ରୀ,କେବେ ଫେରିବେ ସୌମ୍ୟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପେଟରେ ଅଛି 5 ମାସର ଛୁଆ ପ୍ରେଗନେଣ୍ଟ ଅବସ୍ଥାରେ ସ୍ଵାମୀ ଙ୍କୁ ଖୋଜୁଛି ସ୍ତ୍ରୀ । କେତେବେଳେ ପୋଲିସ ଷ୍ଟେସନ ତ ଆଉ କେତେବେଳେ ମହିଳା କମିଶନର ଚାରିଆଡେ ଘୁରି ବୁଲୁଛି ସ୍ତ୍ରୀ । ଯାହା ପ୍ରେମ କୁ ଭରୋଷା କରି ବିବାହ କରିଲା ଆଜି ସେହି ସ୍ଵାମୀ ଗର୍ଭବତୀ କରି କେଉଁଆଡେ ଫେରାର ହୋଇଗଲା । ପ୍ରେମ ବିବାହ ପରେ ଯେତେବେଳେ ସୁଖର ସଂସାର ଗଢି ଉଠିଥିଲା ସେତେବେଳେ ବେସ ଖୁସି ଥିଲେ ସୌମ୍ୟ ଏବଂ ଗାୟତ୍ରୀ ।

ମାତ୍ର ସମ୍ପର୍କରେ ସୌମ୍ୟର ଛଳନା ତଥା ପ୍ରତାରଣା ଭାରି ରହିଥିଲା । ଆଉ ଏହି କଥାକୁ ବୁଝି ପାରି ନଥିଲା ଗାୟତ୍ରୀ । ମିଠା ମିଠା କଥା କହି ସ୍ଵାମୀ ସୁନା ଗହଣା ସମେତ ଟଙ୍କା ଧରି କେଉଁଠାକୁ ଫେରାର ହୋଇଯାଇଛି । ଏପଟେ 5 ମାସର ଗର୍ଭବତୀ ଗାୟତ୍ରୀ ସ୍ଵାମୀ କୁ ଖୋଜି ଖୋଜି ଥକି ଗଲାଣି । ମାତ୍ର ସ୍ଵାମୀ ଙ୍କର ପତା ମିଳୁନାହିଁ ।

ଶାଶୁଘର ଲୋକେ ବର୍ତ୍ତମାନ ଗାୟତ୍ରୀ କୁ ନିଜ ଘରେ ପୁରାଇ ଦେଉନାହାଁନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଗାୟତ୍ରୀ ଏହି ବାବଦରେ କହିଛନ୍ତି ଯେ ତାଙ୍କ ସ୍ଵାମୀ କେଉଁଆଡେ ଚାଲି ଯାଇଛନ୍ତି ଏବଂ ସେ ଗଲାବେଳେ ଲକ୍ଷେ ଟଙ୍କା କ୍ୟାସ ଏବଂ ସୁନା ନେଇ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ଭାରତପୁର ପୋଲିସ ଷ୍ଟେସନ ରେ ସେ ଏକ ଅଭିଯୋଗ ମଧ୍ୟ କରିଥିଲେ, ପୋଲିସ ବର୍ତ୍ତମାନ ଖୋଜାଖୋଜି କରୁଛନ୍ତି ।

ଏହା ସହିତ ସେ ବର୍ତ୍ତମାନ 5 ମାସ ପ୍ରେଗନେଣ୍ଟ ମଧ୍ୟ ଅଛନ୍ତି । ତାଙ୍କର ଚାଲିବା ପାଇଁ ବହୁତ ଅସୁବିଧା ହେଉଛି । ମହିଳା ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ଗାୟତ୍ରୀ । ଶାଶୁଘର ଲୋକେ ମଧ୍ୟ ତାଙ୍କୁ ଷପୋର୍ଟ କରୁ ନାହାଁନ୍ତି, ଓଲଟା ବୋହୂ କୁ ଦେଖି କବାଟ ଦେଇଦେଲେ । ପୋଲିସ ଷ୍ଟେସନରେ ମଧ୍ୟ କୌଣସି ପ୍ରକାରର ସାହାର୍ଯ୍ୟ କରିଲେ ନାହିଁ । ବର୍ତ୍ତମାନ ଗାୟତ୍ରୀ ପ୍ରେଗନେଣ୍ଟ ଥିବାରୁ ନିଜ ଶାଶୁଘରେ ରହିବାକୁ ଚାହୁଁଛନ୍ତି କିନ୍ତୁ ଶାଶୁଘର ଲୋକେ ଘରେ ଗାୟତ୍ରୀ ଙ୍କୁ ରଖିବାକୁ ସିଧାସଳଖ ମନା କରିଦେଇଛନ୍ତି ।

ତେବେ ପ୍ରେମ ପରେ ଉଭୟଙ୍କ ଦୁଇ ପରିବାର ଲୋକଙ୍କ ସହମତି ରେ ଏହି ବିବାହ ହୋଇଥିଲା କିନ୍ତୁ ଏଭଳି ସ୍ଥିତି ଯେ ଆସି ଗାୟତ୍ରୀ ଜୀବନରେ ପହଞ୍ଚିବ ତାହା କିଏ ବା ଜାଣିଥିଲା ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *