2024 Elections ରେ ଲଢିବେ ନାହିଁ ସୁର ! ଦେଖନ୍ତୁ ଏ ନେଇ ସେ କଣ କହିଲେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ସୁର ରାଉତରାୟ ଙ୍କୁ ଜନତା କିଛି ଏଭଳି ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ସୁର ଉତ୍ତର ଦେଇଛନ୍ତି ଏବଂ ଆପଣ ସମ୍ପୂର୍ଣ୍ଣ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ସୁର ଙ୍କ ପାଇଁ ଏହା ପ୍ରଶ୍ନ ଥିଲା ଯେ 2024 ରେ ନିର୍ବାଚନରେ ଲଢିବେ କି ନାହିଁ ? ସୁର କହିଥିଲେ ଯେ ନାହିଁ ଲଢିବେ ନାହିଁ । ଏହା ସହିତ ସେ କହିଥିଲେ ଯେ ଆମ୍ଭେ ପ୍ରିନ୍ସପୁଲ ଲୋକ ତଥା ଖଣ୍ଡାୟତୀୟା ଲୋକ ।

କାହା ଆଗରେ ହାତ ପତେଇବୁ ନାହିଁ । ଏତେ ବଡ ଭୁବନେଶ୍ଵର ସହର 50 ରୁ 55 ବର୍ଷ ହେବ ରାଜନୀତି କରି ଆସିଛନ୍ତି । ମାତ୍ର ଗୋଟିଏ କିଏ ଏକ ଟଙ୍କା ମଧ୍ୟ ସାହାର୍ଯ୍ୟ କରି ନାହାଁନ୍ତି । ସୁର ଙ୍କୁ ବଞ୍ଚାଇ ଦେଇ ଯାଇଛନ୍ତି ହରେକୃଷ୍ଣ ମହତାବ, ସତପଲ୍ଲ ମହାନ୍ତି, ଏବଂ ପରମ ପୂଜ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକ । ଏହି ଦୁଇଜଣ ବଞ୍ଚିବା ପାଇଁ ଦେଇ ଦେଇ ଯାଇଛନ୍ତି, ଏଣୁ କୌଣସି ଅସୁବିଧା ନାହିଁ ବୋଲି ସୁର କହିଥିଲେ ।

ଛୋଟିଆ ଲୋକ ଆମେ କାହା ପାଖରେ ମୁଣ୍ଡ ନୂଆଁଇବାର ନାହିଁ ତଥା କାହାକୁ ହାତ ପତାଇବାର ନାହିଁ ବୋଲି କହିଥିଲେ ସୁର ରାଉତରାୟ । ଏହା ସହିତ ସୁର କହିଥିଲେ ଯେ ତାଙ୍କ ସାନପୁଅ ଯିଏ କି ଏୟାର ଇଣ୍ଡିଆ କ୍ୟାପଟେନ ଅଛନ୍ତି ସେ ଯଦି ରାଜନୀତି ରେ ଆସିବେ ତେବେ ତାଙ୍କୁ ବାପା ସୁର ଙ୍କ ଭଳି 18 ଘଣ୍ଟା ଖଟିବାକୁ ହେବ, ଏବଂ ଅର୍ଥ ମଧ୍ୟ ନିଜ ହାତରୁ ଖର୍ଚ୍ଚ କରିବାକୁ ହେବ ।

ମାତ୍ର ଯଦି ସମୟ ଦେଇ ପାରିବେ ନାହିଁ ତେବେ ଯେଉଁଠାରେ ଚାକିରି ସେଠାରେ ହିଁ ନିଜର ଡ୍ଯୁଟି କରିବା ଉଚିତ ଏଠାକୁ ଆସିବା ଦରକାର ନାହିଁ । ଯଦି ସୁର ଙ୍କ ପୁଅ କୁ ଶଙ୍ଖରୁ ଟିକେଟ ମିଳେ ଏହାକୁ ନେଇ ସୁର ଉତ୍ତର ଦେଇଥିଲେ ଯେ ସେ କଂଗ୍ରେସ ରେ ଅଛନ୍ତି ମାନେ ତାଙ୍କ ପୁଅ ମଧ୍ୟ କଂଗ୍ରେସ ରେ ଠିଆ ହେବ ।

ବାପା ଯାହା କହିବେ ପୁଅ ତାହା କରିବାକୁ ବାଧ୍ୟ କାରଣ ସେ ଖଣ୍ଡାୟତ ଅଟନ୍ତି ବୋଲି କହିଥିଲେ । 22 ବର୍ଷ ତଳରୁ ମୁଖ୍ୟମନ୍ତ୍ରୀ ସୁର ଙ୍କୁ କହିଥିଲେ ଦଳରେ ମିଶିବା କଥା କିନ୍ତୁ ସେ ମନା କରିଦେଇଥିଲେ । ତେବେ ବନ୍ଧୁଗଣ ଏହିଭଳି ଭାବରେ ଜନତା ଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ ସାଂସଦ ସୁର ରାଉତରାୟ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *