ପ୍ରତ୍ଯେକ ଇଚ୍ଛା ପୂର୍ଣ୍ଣ ହୁଏ କେଉଁ ସମୟରେ ? ଏହା ସହିତ ପଢନ୍ତୁ ଆଜିର 20 Anuchinta

ମଣିଷର ମସ୍ତିସ୍କ ଭୋର ଚାରିଟା ରୁ ସକାଳ ଛଅଟା ମଧ୍ୟରେ ସତ ପ୍ରତିଶତ କାମ କରିଥାଏ ତେଣୁ ଏହି ସମୟରେ ଯୋଗ, ଧ୍ୟାନ ତପ ଓ ବିଦ୍ୟାର୍ଜନ କଲେ, ସବୁ କାର୍ଯ୍ୟରେ ସଫଳତା ମିଳେ ଓ ସବୁ ଇଚ୍ଛା ପୂର୍ଣ୍ଣ ହୁଏ । ପିଲାମାନେ ଯଦି ସକାଳୁ ଉଠି ଗୁରୁଜନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି ତେବେ ତାଙ୍କୁ ବଳ, ବୃଦ୍ଧି, ଜ୍ଞାନ, ଆୟୁ ଓ ସିଦ୍ଧି ଅତି ସହଜରେ ମିଳିଯାଏ । ସବୁବେଳେ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ଏହାଦ୍ଵାରା ମସ୍ତିସ୍କ ସୁସ୍ଥ ରହେ ଏବଂ ମଙ୍ଗଳ ହୋଇଥାଏ ।

ଯଦି ଘରର ଏବଂ ଆଖ ପାଖର ଗୁରୁଜନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ତେବେ ଜାଣିବେ ଆପଣଙ୍କ ଭାଗ୍ୟ ବେଶ ଉଜ୍ଜଳ ରହିବ । ରବିବାର ଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଦାନକଲେ ଏବଂ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଲେ ଭାଗ୍ୟ ଉଦୟ ଏବଂ କାର୍ଯ୍ୟ ସଫଳ ହୁଏ ।

ଯଦି ବିଭାହରେ ବିଳମ୍ବ ହେଉଥାଏ କିମ୍ବା ବିଘ୍ନ ଆସୁଥାଏ ତେବେ ତେରଦିନ ପର୍ଯ୍ୟନ୍ତ ଓଷ୍ଠ ଗଛରେ ଜଳ ଦେଲେ ତାହା ଦୂର ହୁଏ ।

ଘରର ଉତ୍ତର ପୂର୍ବ କୋଣରେ ମାଟି କଳସରେ ପାଣି ଭର୍ତିକରି  ରଖିଲେ ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହେବ ।

ଶନିବାର ଦିନ ପାଣିରେ ଅଳ୍ପ କର୍ପୁର ତୈଳ ଏବଂ ଚମେଲୀ ତେଲ ପକାଇ ଗାଧୋଇଲେ ରାହୁ, କେତୁ ଓ ଶନି ପ୍ରଭାବ କମିଥାଏ ।

ଦୁର୍ଭାଗ୍ୟକୁ ସୌଭାଗ୍ଯରେ ପରିଣତ କରିବା ପାଇଁ ହେଲେ ଘର ସାମ୍ନାରେ ପଶୁମାନଙ୍କ ପାଇଁ ପାଣି ରଖନ୍ତୁ ଏବଂ ଘରେ ପିଇବା ପାଣି ରଖିବା ସ୍ଥାନରେ ସନ୍ଧ୍ୟା ବେଳେ ଦୀପଟିଏ ଲଗାନ୍ତୁ ।

ଛୋଟ ପିଲାଙ୍କର ଯଦି ପାଟି ଫିଟୁନଥାଏ ତେବେ ପ୍ରତ୍ୟକ ଦିନ କିଛି ପିଆଜ ପିଲାଙ୍କୁ ଖୁଆଇଲେ ପାଟି ଶୀଘ୍ର ଫିଟିଥାଏ ।

ଆଖି ଯଦି ନାଲି ପଡିଥାଏ ତେବେ ପିଆଜ ରସକୁ ଛାଣି ଗୋଟିଏ ବୁନ୍ଦା ଆଖିରେ ପକାଇଲେ ତାହା ଦୂର ହୋଇଥାଏ ।

ଯଦି ତଣ୍ଟି ସଲସଲ ହେଉଥାଏ ତେବେ ଗୁଆ ଘିଅରେ ପିଆଜକୁ  ଭାଜିକରି ଖାଇଲେ ତାହା ଦୂର ହୋଇଥାଏ ।

ଯଦି ଗୋଡ ଘୋଳା ବିନ୍ଧା ହେଉଥାଏ ତେବେ ଉଷୁମ ପାଣିରେ ଗୋଡ ଧୋଇଲେ ଏବଂ ପାଦକୁ ବୁଡାଇ ରଖିଲେ ତାହା ଦୂର ହୁଏ ।

ଯଦି ଦେହରେ ଘିମିରି ହେଉଥାଏ ତେବେ ନଡିଆ ତେଲ ବା ତେଲ ମିଶା ପାଣି ଲଗାଇଲେ ତାହା ଦୂର ହୁଏ ।

ଯଦି ଦେହରେ ଟିଉମର ହୋଇଥାଏ ତେବେ ଜୁଳୁଜୁଳିଆ ପୋକକୁ କଦଳୀ ପୁରାଇ ଖାଇଲେ ଦୂର ହୋଇଥାଏ ।

ଗନେରିୟା ରୋଗ ଦୂରକରିବା ପାଇଁ ହେଲେ ବାର ଗଛ କ୍ଷୀରକୁ କଦଳୀ ସହିତ ମିଶାଇ ଖାଇଲେ ତାହା ଦୂର ହୋଇଥାଏ ।

ନାକରୁ ରକ୍ତ ପଡୁଥିଲେ ତୁଲସୀ ପତ୍ରର ରସକୁ ନାକରେ ପକାଇଲେ ବା ଡାଳିମ୍ବ ପତ୍ରର ରସକୁ ନାକରେ ପକାଇଲେ ଦୂର ହୁଏ ।

ଯଦି ମୁହଁରେ ବ୍ରଣ ହେଉଥାଏ ତେବେ ଲେମ୍ବୁରସ ସହିତ ମହୁ ମିଶାଇ ବ୍ରଣରେ ମାରିଲେ ତାହା ଦୂର ହୁଏ ।

ବେକ ଓ କହୁଣିରେ କଳା ଦାଗ ଦୂର କରିବା ପାଇଁ ହେଲେ କାଗଜି ଲେମ୍ବୁକୁ କାଟି ଘାସିଲେ ତାହା ଦୂର ହୁଏ ।

ଶୁକ୍ରବାର ଦିନ ପଣ୍ଡିତଙ୍କୁ ବା ଗରିବ ଲୋକଙ୍କୁ ଅରୁଆ ଚାଉଳ ସହିତ ଗୁଡ ଦାନକଲେ ଜୀବନରେ ସବୁ କଷ୍ଟ ଦୂର ହୋଇଥାଏ ।

ଅନାମିକା ଆଙ୍ଗୁଠିରେ ତମ୍ଭାର ମୁଦିଟିଏ ପିନ୍ଧିଲେ ସୂର୍ଯ୍ୟ ଏବଂ ମଙ୍ଗଳ ଗ୍ରହଙ୍କର ଖରାପ ପ୍ରଭାବ କମିଯାଏ ।

ଶୋଇବା ସମୟରେ ମୁଣ୍ଡ ପାଖରେ ମନି ପର୍ସ କିମ୍ବା ମେଡିସିନ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଅଯଥା ଖର୍ଚ୍ଚ ଓ ଶରୀର ପୀଡା ବୃଦ୍ଧି ହୁଏ ।

ଯଦି ଆପଣଙ୍କର କିଛି ପିନ୍ଧା ଅଳଙ୍କାର ଚୋରୀ ହୁଏ ବା ହଜିଯାଏ ତେବେ କିଛି ବିପଦ ପଡିବାର ସଂକେତ ଦେଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *