Vastu Tips- ଗାଈର ଏହି ଅଙ୍ଗକୁ ଛୁଇଁଦେଲେ ଦୁଃଖ, ଦରିଦ୍ରତା ହୋଇଯାଏ ଦୂର, ହୋଇଥାଏ ଧନର ବର୍ଷା

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଖାସ କରି ହିନ୍ଦୁ ଧର୍ମ ରେ ଅଧିକ ଲୋକ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ଏହାର କାରଣ ହେଉଛି ଶାସ୍ତ୍ର ରେ ଲେଖା ଯାଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଏହା ବୈଜ୍ଞାନିକ ମାନେ ମଧ୍ୟ ବିଶ୍ୱାସ କରିଛନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଅନେକ ଉପକାରୀ ତଥ୍ୟ ମିଳିଥାଏ । ଏହା ଦ୍ଵାରା ଆମ ଜୀବନ ବହୁତ ସୁଖ ରେ କଟି ଥାଏ । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ମାନି ଚାଲିଲେ ଆମ ଜୀବନ ବହୁତ ସୁଖ ଶାନ୍ତି ରେ କଟିଥାଏ ଓ ଆମେ ସଫଳ ବ୍ୟକ୍ତି ମଧ୍ୟ ହୋଇପାରିଥାଉ ।

ବନ୍ଧୁଗଣ ଧର୍ମ ଶାସ୍ତ୍ର ରେ ଲେଖା ଅଛି ଯେ ଗାଈ ମାନଙ୍କ ଦେହ ରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି । ତେଣୁ ଗାଈ କୁ ଗୋ ମାତା କୁହାଯାଇଥାଏ । ଗାଇ କୁ ପୂଜା କରିବା ଦ୍ୱାର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ । ଗାଈ ର ଏପରି ଏକ ଅଙ୍ଗ ଅଛି ଯାହାକୁ ସ୍ପର୍ଶ କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ଦାରିଦ୍ର୍ୟତା ଦୁର ହୋଇଥାଏ । ତେବେ ସେହି ଅଙ୍ଗ ଟି କଣ ତାହା ଆମେ ଆଜି ଆପଣଂକୁ ଜଣାଇବାକୁ ଯାଉଛୁ ।

ଧର୍ମ ଶାସ୍ତ୍ର ଅନୁସାରେ ଗାଈ ଶରୀର ରେ ୩୩ କୋଟି ଦେବଦେବୀ ବାସ କରିଥାନ୍ତି । ତେଣୁ ଯେଉଁ ବ୍ୟକ୍ତି ଗାଈ କୁ ପୂଜା କରିଥାଏ ତା ଉପରେ ସମସ୍ତ ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି । ଗୋ ମାତା କାମଧେନୁ ଅଟନ୍ତି । ସେ ସମସ୍ତ ଙ୍କର ଦୁଃଖ କଷ୍ଟ କୁ ଦୁର କରିଥାନ୍ତି । ଗାଈ ଯେତେବେଳେ ଅପରାହ୍ନ ରେ ଘର କୁ ଫେରିଥାନ୍ତି ସତେବେଳେ ତାଙ୍କ ଖୁରା ରୁ ଯେଉଁ ଧୂଳି ଉଡ଼ିଥାଏ ତାହା ମନୁଷ୍ୟ ର ସମସ୍ତ ପାପ କୁ ଧୋଇ ନେଇଥାଏ ।

ଯେଉଁ ବ୍ୟକ୍ତି ପାଠ ପଢା ରେ ଦୁର୍ବଳ ହୋଇଥାନ୍ତି ଓ କହିବାକୁ ଅସମର୍ଥ ହୋଇଥାନ୍ତି କିମ୍ବା ତାଙ୍କର କୌଣସି ପ୍ରକାର ସମସ୍ୟା ଲାଗି ରହିଥାଏ ତେବେ ସେ ଗାଈ କୁ ସବୁଜ ଖାଦ୍ୟ ଖାଇବାକୁ ଦେବା ଦ୍ଵାରା ତାହା ଦୁର ହୋଇଥାଏ ।

କୁହାଯାଏ ଯେ ଗାଈ ର ଦାନ କରିବା ବହୁତ ପୁଣ୍ୟ ର କାମ ହୋଇଥାଏ । ଯଦି ଆପଣଙ୍କ ର ମଙ୍ଗଳ ଗ୍ରହ ଦୋଷ ଅଛି ତେବେ କୌଣସି ଗରିବ ବ୍ରାହ୍ମଣ ଙ୍କୁ ଗାଈ ଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କ ର ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ । ଯଦି ଆପଣଙ୍କ ର ନବଗ୍ରହ ବା ଶନି ଦଶା ରହୁଛି ତେବେ ଆପଣ କଳା ଗାଈ ର ଦାନ କରନ୍ତୁ ଏହା ଦ୍ବାରା ଆପଣ ଙ୍କ ର ବହୁତ ଶୁଭ ହୋଇଥାଏ ଓ ଶନି ଦଶା କଟି ଯାଇଥାଏ ।

ଯଦି ଆପଣଙ୍କ ର କୌଣସି କାର୍ଯ୍ୟ ପୁରା ହୋଇ ପାରୁନାହିଁ କିମ୍ବା କୌଣସି କାମ ଅଧା ରୁ ବାକି ଅଛି ତେବେ ଆପଣ ଗୋ ମାତା ଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ର ସମାଧାନ ହୋଇଥାଏ । ଆପଣଙ୍କ ର ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ ।

ଗାଈ ଙ୍କ ଶରୀର ର ଉପର ଭାଗ ରେ କିଛି ଚୂଳ ରହିଥାଏ । ଏହି ଚୂଳ ରେ ସୂର୍ଯ୍ୟ କେତୁ ନାଡ଼ା ରହିଥାଏ । ଏହି ଚୂଳ କୁ ପ୍ରତିଦିନ ସକାଳେ ଆଉଁସି ଦେବା ଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହା ବ୍ୟତୀତ ଆପଣଂକର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୁର ହୋଇଥାଏ । ଆପଣଙ୍କ ଘରେ ଦେଖା ଯାଉଥିବା ଦରିଦ୍ରତା ମଧ୍ୟ ଦୁର ହୋଇଥାଏ ଓ ଧନ ର ବର୍ଷା ହୋଇଥାଏ । ଯଦି ଆପଣଙ୍କ ର ଆର୍ଥିକ ସମସ୍ୟା ଲାଗି ରହିଥାଏ ତେବେ ଏହାକୁ ନିଶ୍ଚୟ କରନ୍ତୁ । ଏହା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *