କଣ ରୁ ଆସି ଆଜି କଣ ହେଇଗଲେ Bollywood ଅଭିନେତ୍ରୀ Deepika Pdukone, କେମିତି ହେଲେ ସବୁଠୁ ମହଙ୍ଗା ହିରୋଇନ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଲିଉଡ ଫିଲ୍ମ ସମଗ୍ର ବିଶ୍ୱ ରେ ଚର୍ଚ୍ଚା ର ଘେର କୁ ଆସିପାରିଛି । ବଲିଉଡ ଫିଲ୍ମ ରେ ଥିବା ଆକ୍ସନ, ରୋମାନ୍ସ ଓ କାହାଣୀ ମାଧ୍ୟମରେ ରେ ସଫଳ ହୋଇପାରିଛି । କେବଳ ଏହା ନୁହେଁ ଏହାର ସମସ୍ତ ଶ୍ରେୟ ବଲିଉଡ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଯାଉଛି । ତାଙ୍କ ବିନା ଆଜି ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀ ଅଟେ ସଫଳତା ପାଇ ପାରି ନ ଥାନ୍ତା । ଏହା ମଧ୍ୟ ରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବହୁତ ସଂଘର୍ଷ କରି ବହୁତ ବଡ଼ ଅଭିନେତ୍ରୀ ଭାବେ ନିଜର ନାମ କରି ପାରିଛନ୍ତି ।

ଠିକ ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ବଲିଉଡର ସୁପର ଷ୍ଟାର ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି । ବର୍ତ୍ତମାନ ସମୟ ରେ ଟୋକା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଅଟନ୍ତି । ତେବେ ଆଜି ଆମେ ତାଙ୍କର ପୁରା ଜୀବନ ସମ୍ପର୍କରେ ଜାଣିବା । ତେବେ ଆସନ୍ତୁ ସେହି ଵିଷୟ ରେ ଅଧିକ ଆଲୋଚନା କରିବା ।

ବନ୍ଧୁଗଣ ଦୀପିକା ଙ୍କ ଜନ୍ମ ଡେନମାର୍କ ରେ ହୋଇଥିଲା । ତାଙ୍କର ପିତା ପ୍ରକାଶ ପାଦୁକୋନ ଜଣେ ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି । ତାଙ୍କ ମାଆ ଜଣେ ଟ୍ରାଭେଲ ଏଜେଣ୍ଟ ଅଟନ୍ତି । ଯେତେବେଳେ ଦୀପିକା ୧ ବର୍ଷ ର ଥିଲେ ସେତେବେଳେ ତାଙ୍କ ପରିବାର ବେଙ୍ଗାଲୁରୁ ଚାଲି ଆସିଥିଲେ । ତେଣୁ ତାଙ୍କର ସମସ୍ତ ପାଠ ପଢା ଏହି ଠାରେ ହିଁ ହୋଇଥିଲା । ସେ ଯେତେବେଳେ ୮ ବର୍ଷ ର ଥିଲେ ସେତେବେଳେ ପ୍ରଥମ ଥର ପାଇଁ ସେ ଏକ ଆଡ଼ ଫିଲ୍ମ ରେ ନଜର ଆସିଥିଲେ ।

ସେହିଠାରୁ ହି ସେ ଅଭିନୟ ପ୍ରତି ରୁଚି ରଖିଥିଲେ । ଏହାର କିଛି ବର୍ଷ ପରେ ସେ ମଡେଲିଙ୍ଗ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ସେ ଏକ ସାବୁନ ର ବିଜ୍ଞାପନ ରେ ନଜର ଆସିଥିଲେ । ପରେ ପରେ ସେ ଆହୁରି ମଧ୍ୟ ଅନେକ ବିଜ୍ଞାପନ ରେ ଦେଖିବାକୁ ମିଳିଥିଲେ । ଏହା ପରେ ସେ ପ୍ରଥମ ଥର ପାଇଁ ୨୦୦୬ ମସିହା ରେ ପ୍ରଥମ ଥର ପାଇଁ ହୀମେଶ ରେସମିଆ ଙ୍କ ଆଲବମ “ତେରା ଶୁରୁର” ରେ ନଜର ଆସିଥିଲେ ।

ସେ ପ୍ରଥମ ଥର ପାଇଁ ବଲିଉଡ ର ନିର୍ଦ୍ଦେଶକ ଫରା ଖାନ ଙ୍କ ଫିଲ୍ମ “ଓମ ଶାନ୍ତି ଓମ” ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ରେ ସେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ଙ୍କ ସହିତ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହି ଫିଲ୍ମ ତାଙ୍କୁ ରାତାରାତି ସୁପର ଷ୍ଟାର ବନାଇ ଦେଇଥିଲା । ଏହା ପରେ ତାଙ୍କ ର ପ୍ରେମ ଜୀବନ କୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା । ତାଙ୍କର ନାମ କୁ ଅନେକ ଅଭିନେତା ଓ ସେଲିବ୍ରିଟି ମାନଙ୍କ ସହିତ ଯୋଡ଼ା ଯାଇଥିଲା ।

ତାଙ୍କ ମଧ୍ୟରୁ ଅନେକ ଙ୍କ ସହିତ ସେ ପ୍ରେମ ସମ୍ପର୍କ ରେ ମଧ୍ୟ ଥିଲେ । କିନ୍ତୁ ତାଙ୍କର ପ୍ରେମ ସମ୍ପର୍କ ସଫଳ ହୋଇ ପାରି ନ ଥିଲା । ସମସ୍ତ ଙ୍କ ଠାରୁ ଧୋକା ପାଇବା ପରେ ମଧ୍ୟ ସେ ଜଣେ ଭଲ ଅଭିନେତ୍ରୀ ଭାବେ ପରିଚିତ ହୋଇ ପାରିଥିଲେ । ଏହା ପରେ ତାଙ୍କ ଜୀବନ ରେ ଆସିଥିଲେ ରଣବିର ସିଂହ । ତାଙ୍କ ସହିତ ଅନେକ ସମୟ ସମ୍ପର୍କରେ ରହିବା ପରେ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସମୟ ରେ ଦୀପିକା ଜଣେ ନାମିଦାମୀ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *