ପ୍ରତ୍ଯେକ ଦିନ ପୂଜା କରିବା ବେଳେ କରନ୍ତୁ ଏହି ଗୋଟିଏ କାମ ! ପୂଜା ସଫଳ ହେବ !

ବନ୍ଧୁଗଣ ଶାସ୍ତ୍ରରେ ପଞ୍ଚଦେବତାଙ୍କ ପୂଜାର ବହୁ ଅଧିକ ମହତ୍ଵ ରହିଛି । ସେଥିପାଇଁ ତ ପୂଜା ସମୟରେ ପଞ୍ଚଦେବତାଙ୍କ ପୂଜାକୁ ସର୍ବଶ୍ରେଷ୍ଠ ପୂଜାର ଆକ୍ଷା ଦିଆଯାଇଥାଏ । ତେବେ ବନ୍ଧୁଗଣ କେଉଁ କେଉଁ ଦେବତାଙ୍କୁ ପଞ୍ଚଦେବତା ରୂପେ ପୂଜା କରାଯାଇଥାଏ ? ଏଥିସହ ସେମାନଙ୍କୁ କେଉଁ ସବୁ ବିଧିବିଧାନ ମାନି ପୂଜା କରାଯିବା ଉଚିତ ଚାଲନ୍ତୁ ଜାଣିବା । ବନ୍ଧୁଗଣ ପଞ୍ଚଦେବତାଙ୍କ ମଧ୍ୟରେ ସର୍ବ ପ୍ରଥମେ ରହିଛନ୍ତି ଭଗବାନ ଗଣେଶ ।

ସେଥିପାଇଁ ପ୍ରତ୍ଯେକଟି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁ ଗଣେଶଙ୍କୁ ପ୍ରଥମେ ଆରାଧନା କରାଯାଇଥାଏ। ଭଗବାନ ଗଣେଶଙ୍କୁ ପୂଜା କରିବାର ନିୟମ ହେଉଛି । ଗଣେଶ ପ୍ରଭୁଙ୍କୁ ପ୍ରତ୍ଯେକ ଦିନ 11 ଟି ଡୁବ ଚଢାନ୍ତୁ । ଏଥିସହ ପ୍ରସାଦ ରୂପେ ଲଡୁ ଭୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ପ୍ରଭୁ ଗଣେଶଙ୍କର କୃପା ପ୍ରାପ୍ତ ହୋଇପାରିଥାଏ ।

ଦିତୀୟରେ ରହିଛନ୍ତି ଭଗବାନ ନାରାୟଣ । ପ୍ରତ୍ଯେକ ଦିନ ଭଗବାନ ବିଶନୁଙ୍କୁ ପୂଜା କରିବା ସମୟରେ ତାଙ୍କୁ ତୁଳସୀ ପତ୍ର ନିହାତି ଭାବେ ଅର୍ପଣ କରନ୍ତୁ । ଏଥିସହ ପ୍ରସାଦ ରୂପେ ବେସନର ଲଡୁ ମଧ୍ୟ ଭୋଗ କରନ୍ତୁ । ତୃତୀୟରେ ରହିଛନ୍ତି ଭଗବାନ ଶିବ । ପ୍ରଭୁ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶିବଲିଙ୍ଗ ଉପରେ ବେଲପତ୍ର ଚଢାନ୍ତୁ । ଏହା ତାଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ।

ଚତୁର୍ଥରେ ରହିଛନ୍ତି ଦେବୀ ମା’ । ଦେବୀ ମା’ ଙ୍କୁ ପୂଜା କରିବା ସମୟରେ ତାଙ୍କୁ କୁମକୁମ ଚଢନ୍ତୁ । ଏଥିସହ ପ୍ରସାଦ ରୂପେ ତାଙ୍କ ପାଖରେ ଫଳ ଭୋଗ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ଦେବୀ ମାତାଙ୍କର କୃପା ପ୍ରାପ୍ତ ହୋଇପାରିବ ।

ପଞ୍ଚମରେ ରହିଛନ୍ତି ଭଗବାନ ସୂର୍ଯ୍ୟ । ପ୍ରତ୍ଯେକ ଦିନ ସୂର୍ଯ୍ୟଦେବତାଙ୍କ ପୂଜା ସମୟରେ ତାଙ୍କୁ ଜଳ ଅର୍ପଣ କରନ୍ତୁ । ଏଥିସହ ପ୍ରସାଦ ରୂପେ ତାଙ୍କ ପାଖରେ ଗୁଡ ଭୋଗ କରନ୍ତୁ । ଏଥିଦ୍ଵାରା ଆପଣ ପ୍ରଭୁ ସୂର୍ଯ୍ୟଦେବତାଙ୍କ ଆଶ୍ରୀବାଦ ପ୍ରାପ୍ତ ହୋଇବ । ତେବେ ଆପଣ ମାନେ ପ୍ରତ୍ଯେକ ଦିନ ଯଦି ଏହି ପଞ୍ଚଦେବତାଙ୍କ ପୂଜା ହୃଦୟରୁ ଅତି ନିଷ୍ଠା ମନଭାବ ନେଇ କରିବେ । ତେବେ ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖ ଗୋଟି ଗୋଟି କରି ଦୂର ହେବାକୁ ଲାଗିବ ।

ଆପଣଙ୍କ ଉନ୍ନତି ପାଇଁ ସବୁବେଳେ ପଞ୍ଚଦେବାଦେବୀଙ୍କ ଆଶ୍ରୀବାଦ ବନି ରହିବ । ତେଣୁ ପ୍ରତ୍ଯେକ ଦିନ ପଞ୍ଚଦେବତାଙ୍କ ପୂଜା କରିବାର ନିୟମ ରହିଛି । ପାଇଁ ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *