କଳିଯୁଗର ଏଭଳି କିଛି ନିରାଟ ସତ୍ୟବଚନ ! ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ ! Krishna Vani

ଭଗବାନ ଶ୍ରୀକୃଷ୍ଣ ମହାଭାରତ କାଳରେ କଳିଯୁଗର ବିସ୍ତାର ଭାବେ ବର୍ଣ୍ଣନା କରିଥିଲେ । କଳିଯୁଗର ଲୋକଙ୍କର ସ୍ଵଭାବ, ଚାଲିଚଳନୀ, ବ୍ୟବହାର ଓ କାର୍ଯ୍ୟ ଏହି ସବୁ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତେବେ ଆଜି ଆପଣ ମାନେ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିସୃତ କଳିଯୁଗର 5 ଟି ସତ୍ୟ କଥା ବିଷୟରେ ଜାଣିବାକୁ ପାଇବେ । ଯାହା ବର୍ତ୍ତମାନ ସମାଜରେ ଏହି ସବୁ କଥା ଦେଖିବାକୁ ମିଳୁଅଛି । ମହାଭାରତ କାଳରେ ପଞ୍ଚୁପାଣ୍ଡବ ମାନଙ୍କର କଳିଯୁଗ ବିଷୟରେ ଜାଣିବାକୁ ଇଛା ଥିଲା ।

 

ସେଥିପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହି ସମ୍ପର୍କରେ ଥରେ ପଚାରିଥିଲେ । ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେବାକୁ ଯାଇ ସେମାନଙ୍କୁ ଥରେ ଜଙ୍ଗଲରେ ବୁଲି ଆସିବାକୁ କହିଥିଲେ । ତାପରେ ପାଞ୍ଚ ଭାଇ ଯାକ ଜଙ୍ଗଲକୁ ଯାଇ ଭଗବାନ କୃଷ୍ଣଙ୍କୁ ଏପରି କିଛି କହିଥିଲେ, ଯାହାର ଅର୍ଥ କୃଷ୍ଣ ମଧ୍ୟ ତାଙ୍କୁ ବୁଝାଇଦେଇଥିଲେ ।

1- ଯୁଧିଷ୍ଟିର ମହାରାଜା 2 ଶଣ୍ଢ ଥିବା ଗୋଟେ ହାତୀକୁ ଦେଖିଲେ । ତେବେ ଶ୍ରୀକୃଷ୍ଣ ଏହାର ଅର୍ଥ ବୁଝାଇବାକୁ ଯାଇ କହିଥିଲେ । କଳିଯୁଗରେ ମନୁଷ୍ୟ କହିବେ ଗୋଟେ ଆଉ କରିବେ ଆଉ ଗୋଟେ ବୋଲି କହିଥିଲେ । 2- ଭୀମ ମହାରାଜ ଏକ ଗାଈକୁ ଦେଖିଥିଲେ, ଜିଏକି ତା’ ର ଗାଈକୁ ଏପରି ଚାଟୁଥିଲା, ଯେ ତା’ ର ରକ୍ତ ବାହାରି ପଡୁଥିଲା । ଭଗବାନ କୃଷ୍ଣ କହିଥିଲେ । ଯେ କଳିଯୁଗରେ ନିଜର ପିଲାଙ୍କୁ ଏତେ ଭଲ ପାଇବେ । ଯେ ଯେପରି ତାଙ୍କ ବିକାଶ ବାଧାପ୍ରାପ୍ତ ହୋଇଯିବ ।

3- ଅର୍ଜୁନ ଏକ ପକ୍ଷୀକୁ ଦେଖିଲେ, ଯାହାର ବେକ ଉପରେ ବେଦ, ପୁରାଣ ଲେଖାଯାଇଛି । ହେଲେ ସେ ଗୋଟେ ମନୁଷ୍ୟର ମାଂସ ଖାଉଥିଲା । ଏହା ଶୁଣି ଶ୍ରୀକୃଷ୍ଣ କହିଥିଲେ । କଳିଯୁଗରେ ଏପରି କିଛି ଲୋକ ଆସିବେ, ଯେଉଁ ମାନଙ୍କୁ ବିଦ୍ଵାନ ବୋଲି କୁହାଯାଉଥିବ । ହେଲେ ସେ ଅନ୍ୟର ଖରାପ ଚିନ୍ତା କରି ନିଜେ ଉନ୍ନତି କରିବାକୁ ଚେଷ୍ଟା କରିବ । ପରଧନକୁ ଲୁଟିବା ଲୋକ କଳିଯୁଗରେ ବହୁତ ଦେଖାଯିବେ ।

4- ନକୁଳ ଏକ ବଡ ପଥର ପର୍ବତ ଉପରୁ ଖସିପଡିବ ଓ ବଡରୁ ବଡ ବୃକ୍ଷ ତାକୁ ରୋକି ନପାରିବାର ଦେଖିଲେ । ହେଲେ ଏକ ଛୋଟ ଗଛ ପାଖରେ ପଥରଟି ଅଟକି ଯାଉଛି । ତେବେ କୃଷ୍ଣ କହିଥିଲେ, ଯେ କଳିଯୁଗରେ ମନୁଷ୍ୟ ମାନଙ୍କର ବୁଦ୍ଧି କମିଯିବ । ତାପରେ ମନୁଷ୍ୟ ମାନଙ୍କର ଅନ୍ତ ଘଟିଲା ବେଳେ କୌଣସି ପଇସା ତାହାକୁ ରୋକିପାରିବ ନାହିଁ । ହେଲେ ହରିନାମ ଜପ ଦ୍ଵାରା ହିଁ ମଣିଷ ଜୀବନ ସାର୍ଥକ ହୋଇପାରିବ ।

5- ସହଦେବ ଏକ କୂଅ ଦେଖିଥିଲେ, ଯାହାଇ ଗଭୀର ହେବ ସତ୍ବେ ମଧ୍ୟ ସେଥିରେ କିଛି ପାଣି ନଥିଲା । ତେବେ କୃଷ୍ଣ ଏହାର ଅର୍ଥ ବୁଝାଇବାକୁ ଯାଇ କହିଥିଲେ । କଳିଯୁଗର ଲୋକେ ଭୋଗବିଳାସ ପାଇଁ ଅନେକ ଟଙ୍କା ଖର୍ଚ କରିବେ । ହେଲେ ଦୁଃଖୀ, ଭିକାରୀଙ୍କୁ ସାହାଜ୍ଯ କରିବାକୁ ହାତ ବଢାଇବେ ନାହିଁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *