ପ୍ରତିଦିନ ଭଲ କଥା ଶୁଣିବା ଓ ପଢିବା ଦ୍ଵାରା ନକରାତ୍ମକ ଚିନ୍ତାଧାରା ଶେଷ ହୋଇ ଯାଇଥାଏ, ଆସନ୍ତୁ ଜାଣିବା କେମିତି

ସନ୍ଥ କବୀର ଙ୍କ ଦ୍ଵାରା ଲୋକ ମାନଙ୍କର ହିତ ଉଦେଶ୍ୟରେ ଅନେକ ଗୁଡିଏ ପ୍ରସଙ୍ଗ ଲେଖା ଯାଇଛି । ଏଥିରେ ଲୋକ ମାନଙ୍କର ଖୁସି ଏବଂ ଜୀବନ ଯାପନ ପାଇଁ ଅନେକ ଗୁଡିଏ ମାର୍ଗ ଦର୍ଶା ଯାଇଛି । ଦିନେ ଜଣେ ଉଚ୍ଚ ଶିକ୍ଷିତ ବାଳକ କବୀରଙ୍କ ପାଖରେ ପହଞ୍ଚିଲା ଏବଂ କବୀର ଙ୍କୁ ପ୍ରଶ୍ନ କରିଲା କି ମୁଁ ତ ଜଣେ ବୁଦ୍ଧିମାନ ପିଲା ମତେ ଆପଣଙ୍କ ସତସଙ୍ଗ ଦ୍ଵାରା ମତେ କି ପ୍ରକାରର ଲାଭ ମିଳିବ ଯେ ମୋ ବାପା ମାଆ ଆପଣଙ୍କ ପାଖକୁ ମତେ ପଠାଇଛନ୍ତି ।

କବୀର ବଳକର ସବୁ କଥା ଶୁଣିବା ପରେ ମଧ୍ୟ ଚୁପ ରହିଥିଲେ । ଏହାପରେ ସେ ମାଟିରେ ପୋତା ହୋଇ ଥିବା ଗୋଟିଏ ଖୁଣ୍ଟକୁ ହାତୁଡି ଦ୍ଵାରା ଗୋଟିଏ ପ୍ରହାର ଦେଇଥିଲେ । ଏହା ଦେଖି ବାଳକଟି କିଛି ବୁଝି ନପାରି ସେଠାରୁ ଚାଲି ଯାଇଥିଲା । ତାପର ଦିନ ସେହି ବାଳକଟି ପୁଣି ଥରେ କବୀର ଙ୍କ ପାଖକୁ ଆସିଲା ଏବଂ ଗତ କାଲିର ପଚାରି ଥିବା ପ୍ରଶ୍ନର ଉତ୍ତର ମାଗିଲା । ଏହାପରେ କବୀର ପୁଣି ଥରେ ସେହି ଖୁଣ୍ଟକୁ ହାତୁଡି ରେ ଆଉ ଥରେ ପିଟି ଦେଲେ ।

ଏହାପରେ ବାଳକଟି ମନେ ମନେ କବୀର ଙ୍କର ମୌନ ବ୍ରତ ଥିବା କଥା ଭାବି ସେଠାରୁ ଚାଲିଯାଇ ଥିଲା ଏବଂ ତୃତୀୟ ଦିନ ଆସି ସେହି ପ୍ରଶ୍ନ ପଚାରିଲା । ଏଥର ମଧ୍ୟ କରିବ ପୁଣି ଥରେ ସେହି ଖୁଣ୍ଟକୁ ଆଉ ଥରେ ପିଟି ଦେଲେ ।

କିନ୍ତୁ ଏହି ଥର ବାଳକଟି ଧର୍ଯ୍ୟ ହରା ହେଇ ପଡିବାରୁ ସେ କବୀର ଙ୍କୁ କହିଲା ମୁଁ ତିନି ଦିନ ଧରି ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରି ଚାଲିଛି କିନ୍ତୁ ଆପଣ ଚୁପ ରହିବାରୁ ମୁଁ କିଛି ବୁଝି ପାରୁ ନାହିଁ । ତାପରେ କବୀର କହିଲେ ମୁଁ ତ ପ୍ରତିଦିନ ଏହି ଖୁଣ୍ଟକୁ ବାଡେଇ ତୁମର ଉତ୍ତର ଦେଇ ଆସୁଛି । ଯଦି ଏହି ଖୁଣ୍ଟଟି ମାଟି ଭିତରକୁ ମଝବୁତ ସହିତ ଧରି ନ ରଖିବ ତାହେଲେ ଏଥିରେ ବନ୍ଧା ହୋଇଥିବା ପଶୁ ମାନଙ୍କର ଟାଣିବା ଦ୍ଵାରା ଏହା ଉପୁଡି ଯାଇପାରେ ।

ଠିକ ଏହି ଭଳି ଭାବରେ ମଣିଷ ଜୀବନରେ ପ୍ରବଚନ ପ୍ରଭାବ ପକାଇ ଥାଏ । ପ୍ରତିଦିନ ସତସଙ୍ଗ, ପ୍ରବଚନ ଏବଂ ଭଲ କଥା ଶୁଣିବା ଦ୍ଵାରା ଆମର ଖରାପ ଚିନ୍ତାଧାରା ଦୂର ହେବା ସହିତ ସକରାତ୍ମକ ଭାବନା ବଢିଥାଏ । ଏଥିପାଇଁ ସତସଙ୍ଗ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *