ଚୀନର ଭାରତୀୟ କମ୍ପାନୀ ଉପରେ କବ୍ଜା କରିବାର ଆଶା ହେଲା ଧୂଳିସାତ, ମୋଦୀ ସରକାର ବଦଳାଇଲେ FDIର ନିୟମ

କରୋନା ସଙ୍କଟ ସମୟରେ ଚିନ ନିବେଶକ ଓ ଭାରତୀୟ କମ୍ପାନୀଙ୍କର ଟେକଓଭରକୁ ଅଟକାଇବା ପାଇଁ ସରକାର ଏକ ବଡ ପଦକ୍ଷେପ ଉଠାଇ FDI ନିୟମରେ ବଡ ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନ ପରେ କୌଣସି ବି ବିଦେଶ କମ୍ପାନୀ କୌଣସି ଭାରତୀୟ କମ୍ପାନୀର ଅଧିଗ୍ରହଣ ଓ ବିଘଟନ କରି ପାରିବ ନାହିଁ । କରୋନା ସଙ୍କଟ କାରଣରୁ ଭାରତୀୟ ଅର୍ଥ ବ୍ୟବସ୍ଥା ବି ବହୁତ ପ୍ରଭାବିତ ହୋଇଛି । ଏମିତିରେ ଭାରତୀୟ କମ୍ପାନୀଙ୍କର ଭ୍ୟାଲୁଏସନ ବହୁତ ତଳକୁ ଖସି ଯାଇଛି । ସରକାରଙ୍କୁ ଲାଗୁଛି କି କୌଣସି ବିଦେଶ କମ୍ପାନୀ ଏହି ମଉକାର ଫାଇଦା ଉଠାଇ କୌଣସି ଦେଶୀ କମ୍ପାନୀର ଅଧିଗ୍ରହଣ କରି ପାରନ୍ତି ଓ ତାକୁ କିଣି ପାରନ୍ତି ।

କିନ୍ତୁ ସରକାର ନିୟମକୁ ଶକ୍ତ କରି ଏହା ସ୍ପଷ୍ଟ କରି ଦେଇଛନ୍ତି କି ଯେଉଁ ଦେଶ ଭାରତୀୟ ସୀମାକୁ ଲାଗିଛି ସେମାନେ ସରକାରଙ୍କ ଅନୁମତି ପରେ ହିଁ ଏମିତି କରି ପାରିବେ । ପ୍ରକୃତରେ ସରକାରଙ୍କୁ ଲାଗୁଛି କି ଚିନୀ କମ୍ପାନୀ ଭାରତୀୟ କମ୍ପାନୀକୁ ଅଧିଗ୍ରହଣ ବା କିଣିବା ଆଶାରେ ଅଛନ୍ତି । ଏଥିପାଇଁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି । ଚିନୀ କମ୍ପାନୀକୁ ଏହି ଭଳି କରିବାରୁ ଅଟକାଇବା ପାଇଁ ଅନ୍ୟ ଦେଶମାନେ ବି ପୂର୍ବରୁ ହିଁ ନିୟମକୁ କଡା କରିଦେଇଛନ୍ତି । ଇଟାଲୀ, ସ୍ପେନ, ଜର୍ମାନୀ ବି ନିଜର FDI ନିୟମରେ ପରିବର୍ତ୍ତନ କରିଛନ୍ତି ।

ଉଦ୍ୟୋଗ ଏବଂ ଆନ୍ତରିକ ବ୍ୟାପାର ସମ୍ବର୍ଦ୍ଧନ ବିଭାଗର କହିବା ଅଟେ କି ଭାରତ ସୀମାକୁ ଲାଗିଥିବା ଦେଶ ଗୁଡିକ ବର୍ତ୍ତମାନ ସରକାରଙ୍କ ଅନୁମୋଦନ ପରେ ହିଁ ନିବେଶ କରି ପାରିବେ । ଭାରତରେ ହେଉଥିବା କୌଣସି ବ ନିବେଶର ଲାଭାର୍ଥୀ ଯଦି ଏହି ଦେଶର ହୋଇଥିବେ ବା ଏହି ଦେଶ ଗୁଡିକର ନାଗରିକ ହେଇଥିବେ, ଏମିତି ନିବେଶ ପାଇଁ ବି ସରକାରୀ ଅନୁମୋଦନ ନେବା ଆବଶ୍ୟକ ପଡିବ ।

ସରକାରଙ୍କ ଏହି ପଦକ୍ଷେପ କାରଣରୁ ଚିନୀ ଭଳି ଦେଶରୁ ଆସୁଥିବା ବିଦେଶୀ ନିବେଶକଙ୍କ ଉପରେ ପ୍ରଭାବ ପଡିପାରେ । କରୋନା ମହାମାରୀ ସଙ୍କଟ ସମୟରେ ଘରେଲୁ କମ୍ପାନୀମାନଙ୍କର ପ୍ରତିକୂଳ ଫାଇଦା ଉଠାଇ କିଣିବାର ପ୍ରୟାସକୁ ଅଟକାଇବା ପାଇଁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି । ପାକିସ୍ଥାନ ଓ ବାଂଲାଦେଶ ଉପରେ ପ୍ରଥମରୁ ହିଁ ଏହି ସର୍ତ୍ତ ଲାଗୁ ଅଛି । ସରକାରଙ୍କ ଏଭଳି ନିଷ୍ପତ୍ତି ଉପରେ ଆପଣଙ୍କ ମତାମତ କମେଣ୍ଟ ରେ ଜଣାନ୍ତୁ ଓ ଦେଶ ବିଦେଶର ସମସ୍ତ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *