ବ୍ୟାଙ୍କରେ ସେଭିଙ୍ଗ ଆକାଉଣ୍ଟରେ ରଖୁଛନ୍ତି ଟଙ୍କା ତ ଲାଗିପାରେ ଝଟକା, ଜାଣି ନିଅନ୍ତୁ ଏହି କଥା

ଭାରତୀୟ ରିଜର୍ବ ବ୍ୟାଙ୍କ ଲଗାତାର ସୁଧର ହାରକୁ କମ କରୁଛି । ଗତ ଥର ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋ ରେଟରେ ୦.୭୫ ପ୍ରତିଶତ କମ କରିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସୁଧର ହାର କମ କରିବା ପରେ ବ୍ୟାଙ୍କମାନେ ବି ଫିକ୍ସ୍ଡ ଡିପୋଜିଟ (FD) ଓ ସେଭିଙ୍ଗ ଖାତା ଗୁଡିକରେ ବି ଦିଆଯାଉଥିବା ସୁଧର ହାରକୁ କମ କରି ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ନୀତି ଗୁଡିକ ଜରିଆରେ ଏହା ଜଣାଇ ଦେବାକୁ ଚାହୁଁଛି କି ବ୍ୟାଙ୍କ ଅଧିକରୁ ଅଧିକ ଲୋକମାନଙ୍କୁ କରଜ ଦେଉ ଓ ଏହା ଦ୍ଵାରା ସାଧାରଣ ଲୋକମାନେ ବଜାରରେ ଅଧିକ ଟଙ୍କା ଖର୍ଚ କରି ପାରିବେ ।

ଯାହା ଦ୍ଵାରା ଅର୍ଥ ବ୍ୟବସ୍ଥାର ଚକ ଜଲ୍ଦି ଜଲ୍ଦି ଚାଲିପାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ନୀତିଗତ ସୁଧର ହାରକୁ କମ କରିବା ପରେ ସମସ୍ତ ପ୍ରମୁଖ ବ୍ୟାଙ୍କ ଏପ୍ରିଲ ମାସର ଆରମ୍ଭରେ ସୁଧର ହାରକୁ କମ କରିବା ପାଇଁ ଘୋଷଣା କରି ଦେଇଛନ୍ତି । ଏଥିରେ ସରକାରୀ କ୍ଷେତ୍ର ଠାରୁ ନେଇ ପ୍ରାଇଭେଟ କ୍ଷେତ୍ରର ବ୍ୟାଙ୍କମାନେ ବି ସାମିଲ ଅଛନ୍ତି । ICIC ବ୍ୟାଙ୍କ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଉପରେ ୯ ଏପ୍ରିଲ ଠାରୁ ମିଳୁଥିବା ସୁଧର ହାରକୁ ୨୫ ଆଧାର ଅଙ୍କ କମ କରି ଦେଇଛି ।

ଅନ୍ୟ ପଟେ ଭାରତୀୟ ସ୍ଟେଟ ବ୍ୟାଙ୍କ ବି ୭ ଏପ୍ରିଲ ଠାରୁ ସେଭିଙ୍ଗ ଆକାଉଣ୍ଟ ଉପରେ ୨୫ ଆଧାର ଅଙ୍କ କମ କରି ଦେଇଛି । ଯାହା ପରେ ଏହା ୨.୭୫ ପ୍ରତିଶତ ସ୍ତରକୁ ଆସି ଯାଇଛି । ଏମିତିରେ ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ଏହି ବିଷୟରେ ଜାଣିବା ଜରୁରୀ ଅଟେ କି ଆପଣଙ୍କୁ ଆପଣଙ୍କ ସେଭିଙ୍ଗ ଆକାଉଣ୍ଟରେ ବର୍ତ୍ତମାନ ସମୟରେ କେତେ ଟଙ୍କା ସୁଧ ମିଳୁଛି ମାନେ ରିୟଲ ରେଟ ଅଫ ରିଟର୍ନ ମିଳୁଛି ।

ଏହା ସହିତ ନିଜ ନିଜ ବ୍ୟାଙ୍କ ବିଷୟରେ ପୂର୍ଣ ସୂଚନା ପାଇଁ ଆପଣ ସେହି ବ୍ୟାଙ୍କ ଗୁଡିକର ୱେବସାଇଟକୁ ଯାଇ ସମସ୍ତ ସୂଚନା ହାସଲ କରି ପାରିବେ । କହିବାକୁ ଗଲେ ଭାରତ ସରକାର ବର୍ତ୍ତମାନ ସମୟରେ ଅର୍ଥ ବ୍ୟବସ୍ଥାକୁ ସ୍ଥିର ରଖିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଅଧିକ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *