କଳିଙ୍ଗ ଗଣନାଟ୍ୟ ଷ୍ଟେଜ ଉପରେ ନାଚି, ଗାଇ ଧୂଳା ଉଡେଇଲେ ହିରୋଇନ Archita, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ନାୟିକା ଅର୍ଚ୍ଚିତା କଳିଙ୍ଗ ଗଣନାଟ୍ୟରେ ନିଜର ଜଲ୍ବା ଦେଖାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଅଭିନେତ୍ରୀ ଅର୍ଚ୍ଚିତା ଯାତ୍ରା ମଞ୍ଚ ଉପରେ ସମସ୍ତଙ୍କୁ ଶୁଭେଛା ଜଣାଇ କହିଥିଲେ ଯେ ଆଜି ପୁରା ହାଉସଫୁଲ ! ଶେଷ ଯାଏଁ ଯେଉଁ ପର୍ଯ୍ୟନ୍ତ ଆଖି ପାଉଛି ସେ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଦେଖି ପାରୁଛନ୍ତି ବୋଲି କହିଥିଲେ ।

ଏହା ସହିତ ଅର୍ଚ୍ଚିତା କହିଥିଲେ ଯେ ସେ ଆଜି ଓଡାକୁ ଆସିଛନ୍ତି ଏବଂ ତାଙ୍କର ଦିନ ସଂପୂର୍ଣ୍ଣ ଭାବରେ ସ୍ପେଶିଆଲ ହୋଇ ଯାଇଛି । ଓଡିଶାର ବହୁଅତ ଜାଗାକୁ ଯିବାକୁ ତାଙ୍କୁ ବହୁତ ସ୍କୋପ ମିଳେ, ବହୁତ ଗୁଡିଏ ଗାଁ, ତଥା ବହୁତ ଗୁଡିଏ ଅଞ୍ଚଳ ଜଣା ମଧ୍ୟ ନଥାଏ ଜାହା ଗଲାପରେ ସେ ଜାଣିପାରନ୍ତି ଯେ ସେଠାକାର ଲୋକମାନେ କେତେ ଭଲ । ଏହା ପରେ କଳିଙ୍ଗ ଗଣନାଟ୍ୟର କମିଟି ମେମ୍ବର ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଯାତ୍ରା କମିଟିର ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ଏତେ ସୁନ୍ଦର ଭାବରେ ଆୟୋଜନ କରିଥିବାରୁ ତାଙ୍କ ନିକଟରେ ଚିରଉପକୃତ ଅଟନ୍ତି । ଏହା ପରେ ଅଭିନେତ୍ରୀ ଅର୍ଚ୍ଚିତା ଦର୍ଶକ ମାନଙ୍କୁ ପଚାରିଥିଲେ ଯେ ଆରମ୍ଭ କରିବା କାର୍ଯ୍ୟକ୍ରମ ? ଏହାପରେ ଦର୍ଶକ ମାନେ ମଧ୍ୟ ଅର୍ଚ୍ଚିତା ଙ୍କ ସହିତ ହଁ ରେ ହଁ ମିଶାଇ ଆଗେଇଥିଲେ । ଅର୍ଚ୍ଚିତା ପଚାରିଥିଲେ ଦର୍ଶକଙ୍କୁ ଯେ ଗୀତ ରୁ ଆରମ୍ଭ କରିବା ଏଣ୍ଟଟେରମେଣ୍ଟ ?

ମାତ୍ର ଦର୍ଶକେ କହିଥିଲେ ଯେ ଆଗେ ନାଚ ! ଅର୍ଚ୍ଚିତା ସେମାନଙ୍କୁ କହିଥିଲେ କିଏ କିଏ କହିଲେ ସେ ଟିକିଏ ହାତ ଉଠାଇଲେ ? ଏହାପରେ ଅର୍ଚ୍ଚନା କହିଥିଲେ ଯେ ଯିଏ ଡ୍ୟାନ୍ସ କରିବ ସେ ଷ୍ଟେଜ ଉପରକୁ ଆସିଯାଆନ୍ତୁ । ଅର୍ଚ୍ଚିତା କହିଥିଲେ ଯେ ସେ ଆସିଛନ୍ତି ମାନେ ଏଠାରେ ଡ୍ୟାନ୍ସ ନିଶ୍ଚିତ ଭାବରେ ହେବ ଧମାକା ନିଶ୍ଚିତ ଭାବରେ ହେବ ।

କିନ୍ତୁ ଏହି ଡ୍ୟାନ୍ସ ଟିକିଏ ପରେ ହେବ, ନଚେତ ସେ ଥକିଯିବେ ଏବଂ ସେ ଟା ଟା ବାୟେ ବାୟେ କରିଦେବେ । ଏହାପରେ ଅଭିନେତ୍ରୀ ଅର୍ଚ୍ଚିତା ସେଠାରେ ଓଡିଆ ଗୀତ ଗାଇ ନାଚିବାକୁ ଲାଗିଥିଲେ । ଗୀତଟି ଥିଲା “ତୋ ଆଖିରେ ମୁଁ, ମୋ ଆଖିରେ ତୁ” । ଏହି ଗୀତର ତାଳେ ତାଳେ ଦର୍ଶକ ମାନେ ନାଚିବା ସହିତ ଅର୍ଚ୍ଚିତା ମଧ୍ୟ ନାଚିବାକୁ ଲାଗିଥିଲେ । ଏହିଭଳି ଭାବରେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ଯାତ୍ରା ମହଲରେ ନିଜର ଜାଦୁ ବିଛାଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *