ପ୍ରଥମ ସ୍ତ୍ରୀ ଥାଇ School ରେ ପୁଣି ଥରେ ବାହା ହେଲେ ସାର, ପ୍ରଥମ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ

ନମସ୍କାର ବନ୍ଧୁଗଣ, ଶିକ୍ଷକ ଯାହାଙ୍କ ଠାରୁ ଜୀବନରେ ଆଗକୁ ବଢିବାର ଉଚିତ ମାର୍ଗ ମିଳିଥାଏ । ସେ ଆଜି ପିଲା ମାନଙ୍କୁ ଶିଖାଇଛନ୍ତି ପ୍ରେମର ପାଗଳାମି । ଶିକ୍ଷକ ହୋଇ ସ୍କୁଲ ଭିତରେ ନିଜର ଏକ ପତ୍ନୀ ଥାଇ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାର କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଶିକ୍ଷକ ଜଣଙ୍କ ଏଭଳି କାମ କରିବା ପଛର ପ୍ରକୃତ କାରଣ ଏବଂ ଏହି ଖବର ସହ ଜଡିତ ସତ ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଶିକ୍ଷକଙ୍କ ନାମ ହେଉଛି ଶ୍ରୀପତି ନାୟକ । ସେ ସୁଜାମାଜୁ ସ୍କୁଲରେ ହେଡମାଷ୍ଟର ଅଛନ୍ତି। ଖବର ଅନୁଯାୟୀ ବର୍ତ୍ତମାନ ସାମ୍ନାକୁ ଆସିଛି କି ସେ ସ୍ତ୍ରୀ ଥାଇ ମଧ୍ୟ ଆଉ ଜଣଙ୍କୁ ସ୍କୁଲରେ ବିବାହ କରି ନେଇ ରଖିଛନ୍ତି । ତାଙ୍କ ପୁରୁଣା ସ୍ତ୍ରୀ କହିଛନ୍ତି, କି ସେ ତାଙ୍କୁ ୨୦୦୩ ମସିହାରେ ବିବାହ କରିଥିଲେ । ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ସେ ତାଙ୍କୁ ଦୀର୍ଘ ସାତ ବର୍ଷ ହେବ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଇ ଚାଲିଛନ୍ତି ।

ଘରେ ତାଙ୍କୁ ସମସ୍ତେ ବହୁତ ବୁଝାଇଛନ୍ତି କିନ୍ତୁ ସେ ବୁଝିଲେନି । ନିଜ ଆଡୁ ଫାମିଲି କୋର୍ଟରେ ଶିକ୍ଷକ ଜଣଙ୍କ କେସ ମଧ୍ୟ କରିଥିଲେ ଏବଂ ପୁଣି ସେହି କେସକୁ ଉଇଡ୍ର ବି କରିଦେଇଥିଲେ । ତଥାପି ଏବେ ବାଲିହୁଡାରେ କେସ ଚାଲିଛି । କିନ୍ତୁ ବର୍ତ୍ତମାନ ସମୟରେ ଶିକ୍ଷକ ଜଣଙ୍କ କେସ ଚାଲିଥିବା ସମୟରେ ବି ସୁଜାମାଜୁ ସ୍କୁଲରେ ଗୋଟିଏ ଝିଅକୁ ଆଣି ବିବାହ କରି ଯେଉଁଠାରେ ସ୍କୁଲର ଡାଲି ଚାଉଳ ଇତ୍ୟାଦି ରଖାଯାଏ ସେହି ଘରେ ରହୁଛନ୍ତି ।

ଶିକ୍ଷକଙ୍କ ସହ ଏବଂ ତାଙ୍କ ନୂଆ ପତ୍ନୀଙ୍କ ସହ ମିଶି ସ୍କୁଲର ସମସ୍ତ ଷ୍ଟାଫ ପାର୍ଟି ଅଟେଣ୍ଡ କରୁଥିବାର ଦେଖିବା ପାଇଁ ମିଳିଛି ଏହା କେତେଦୂର ଠିକ ଏହି ପ୍ରଶ୍ନ ରଖିଛନ୍ତି ଶିକ୍ଷକଙ୍କ ପୁରୁଣା ପତ୍ନୀ ଯାହାଙ୍କ ସହ ବର୍ତ୍ତମାନ ସୁଦ୍ଧା ଡିଭୋସ ମଧ୍ୟ ହୋଇନାହିଁ । ଏହି କଥା ନେଇ ଶିକ୍ଷକ ଶ୍ରୀପତି କହିଛନ୍ତି କି ତାଙ୍କର ଏକ ଜନ୍ମ ଦିନ ପାଳନ କରାଯାଉଥିଲା ସ୍କୁଲରେ ଯାହାର ପାର୍ଟି ସେ ଦେଉଥିଲେ ସେଥିପାଇଁ ଖୁସି ଷ୍ଟାଫ ମାନେ ତାଙ୍କ ବେକରେ ଏବଂ ନୂଆ ଯୁବତୀଙ୍କ ବେକରେ ଫୁଲମାଳ ପକାଇ ଥିବାର କଥା କହିଛନ୍ତି ।

ଏବଂ ତାଙ୍କ ପୁରୁଣା ପତ୍ନୀ କହିଥିବା ସମସ୍ତ କଥାକୁ ମିଥ୍ୟା ବୋଲି କହିଛନ୍ତି । ୫୦୦୦ ଟଙ୍କା ଭରଣା ପୋଷଣ ପାଇଁ ତାଙ୍କ ପତ୍ନୀଙ୍କୁ ସେ ଦେଉଥିବାର କଥା କହିଛନ୍ତି । ସାତ ବର୍ଷ ହେବ ସେ ଏକା ରହୁଥିବାର କଥା କହିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *