ଧନ ତୁ ଫେରିଆ କହି ଯିଏ କାନ୍ଦୁଥିଲା, ବିଛଣା ଉପରେ ଗଡିଯାଉଥିଲା, ଶାଢ଼ି, ଚୁଡି ଧରି କାନ୍ଦୁଥିଲା, ସେ ଆଜି ଧନକୁ ଛାଡି…

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କର ମନେଥିବା ନିଶ୍ଚୟ ଦର୍ଶକବନ୍ଧୁ । କିଛି ଦିନ ପୂର୍ବରୁ ରାହୁଲ ନାମକ ଜଣେ ଯୁବକ ତାଙ୍କ ପ୍ରେମ ପାଇଁ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ପ୍ରେମିକାର ଶାଢୀ ଚୁଡିକୁ ଧରି ତାଙ୍କୁ ଝୁରୁଥିଲେ ସବୁଆଡେ ଖୋଜୁଥିଲେ । ଖଟ ଉପରେ କାନ୍ଦି କାନ୍ଦି ଗଡିଯାଉଥିଲେ ରାହୁଲ । ତାଙ୍କର ଏହି କଷ୍ଟକୁ ଯିଏ ବି ଦେଖୁଥିଲା କହୁଥିଲା ଧନ ତୁ ଫେରିଆ । ତେବେ କଣ ଥିଲା ସେହି ଘଟଣା ଏବଂ ବର୍ତ୍ତମାନ ତାହା କେଉଁ ମୋଡ ନେଇଛି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ରାହୁଲ ତାଙ୍କ ପ୍ରେମିକା ହରପ୍ରିୟାଙ୍କୁ ଖୁବ ଭଲ ପାଉଥିଲେ । ହେଲେ ଦିନେ ହଠାତ ତାଙ୍କ ପ୍ରେମିକା ହରପ୍ରିୟା ପରୀକ୍ଷା ଦବାକୁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ । ରାହୁଲ ତାଙ୍କୁ ଚାରିଆଡେ ପାଗଲଲ ହୋଇ ଖୋଜିଥିଲେ କିନ୍ତୁ ପାଇନଥିଲେ । ତାଙ୍କ ପ୍ରେମିକାର ଫଟୋକୁ ଫୋନରେ ଦେଖି କନ୍ଦିବା ସହ ତାଙ୍କ ପ୍ରେମିକା ହରପ୍ରିୟାଙ୍କ ଶାଢୀ ଚୁଡିକୁ ଧରି ଖୁବ କାନ୍ଦୁଥିଲେ ରାହୁଲ ।

ଶେଷରେ ଦିନେ ଭଗବାନ ତାଙ୍କ ଡାକ ଶୁଣିଲେ ଆଉ ରାହୁଲ ତାଙ୍କ ହଜିଯାଇଥିବା ପ୍ରେମିକାଙ୍କୁ ପାଇଲେ । ତାଙ୍କୁ ପାଇବା ଖୁସିରେ ସବୁ ଆଡେ ମିଠା ବାଣ୍ଟିଥିଲେ ରାହୁଲଙ୍କ ଘର ଲୋକ । ଏହାପରେ ଉଭୟଙ୍କ ବିବାହ ହୋଇଥିଲା । ଉଭୟ ବେସ ଖୁସିରେ ଘର ସଂସାର ମଧ୍ୟ କରୁଛନ୍ତି ବର୍ତ୍ତମାନ । ହେଲେ ଏବେ ତାଙ୍କ ପ୍ରେମ ଟିକେ ବଦଳି ଯାଇଛି ଯେଉଁ ରାହୁଲ ତାଙ୍କ ପ୍ରେମିକାକୁ ଛାଡି ରହିନପାରି କାନ୍ଦୁଥିଲେ ସେ ଏବେ କଲିକତା ଯାଇ କାମ କରୁଛନ୍ତି ତାଙ୍କ ପ୍ରେମିକା ତଥା ପତ୍ନୀ ହରପ୍ରିୟାଙ୍କୁ ଛାଡି ।

ହରପ୍ରିୟାଙ୍କୁ ରାହୁଲ ତାଙ୍କ ବାପା ଏବଂ ଭଉଣୀଙ୍କ ଜିମାରେ ଛାଡି ଯାଇଛନ୍ତି କଲିକତା । ଏହିସବୁ ପରେ ରାହୁଲ ଏବଂ ହରପ୍ରିୟା ଆଲବମ ଭିଡିଓ ମଧ୍ୟ କରୁଛନ୍ତି । ଏହିସବୁ କରି ସେମାନେ ତତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି । ଆଉ ଉଭୟଙ୍କ ଭିତରେ ବହୁତ ଅଧିକ ଭଲ ପାଇବା ରହିଛି ।

ସେଥିପାଇଁ ତ ଏହି ଭଲ ପାଇବା ସପ୍ତାହରେ ରାହୁଲ ତାଙ୍କ ଠାରୁ ଦୂରରେ ଥିଲେ ମଧ୍ୟ ଭିଡିଓ କଲରେ ନିଜ ପତ୍ନୀଙ୍କ ସହ ହସ ଖୁସିରେ ଅନେକ କଥା ହେଉଛନ୍ତି । ଭଲ ପାଇବାର ମୂହୁର୍ତ୍ତକୁ ଦୂରରେ ଥାଇ ମଧ୍ୟ ପାଖରେ ଥିବା ଭଳି କଟାଉଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *