ପ୍ରଶ୍ନ ବଦଳାଇ ଦେଲା ଜୀବନ ! ପୁଅ ହେଇଛି ନା ଝିଅ ? ଏହି ଗୋଟିଏ ପ୍ରଶ୍ନ ପାଇଁ ଡାକ୍ତରାଣୀ ହେଇଗଲେ IPS Officer, ଜାଣନ୍ତୁ କେମତି ?

ବନ୍ଧୁଗଣ ଆମ ସମାଜରେ ଲିଙ୍ଗଗତ ବିଭେଦତା ରହିଛି । ପୁଅ ଝିଅ ମଧ୍ୟରେ ପାତର ଅନ୍ତରର ଧାରା ପୁରୁଣା । ପୁଅଙ୍କୁ ଶକ୍ତିଶାଳୀ ଓ ଝିଅକୁ ଦୁର୍ବଳ ଭାବୁଥିବା ଲୋକଙ୍କର ଏଠି ଅଭାବ ନାହିଁ । ଖାସ ଏହି ଦୃଢିବାଦୀ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଜଣେ ମହିଳା ଡାକ୍ତର ଚାକିରି ଛାଡି ଆଇପିଏସ ଅଫିସର ହୋଇଛନ୍ତି । ଏହି ଆଇପିଏସ ଅଫିସର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ମିର୍ଜାପୁରର ଆରତି ସିଂହ ।


ଇନ୍ସଟ୍ଯୁଟ ଅଫ ମେଡିକାଲ ସାଇନ୍ସ ବିଏଚଓରେ ସ୍ତ୍ରୀ ରୋଗ ବିଭାଗରେ କାମ କରୁଥିଲେ ଆରତି । ପ୍ରତିଦିନ ସେ ଗର୍ଭବତୀ ମାନଙ୍କର ଚିକିତ୍ସା କରୁଥିଲେ । ଡେଲିଭରି ପରେ ସାଧାରଣତଃ ପରିବାର ଲୋକେ ଆସି ଆରତିଙ୍କୁ ଆସି ନବଜାତ ପୁଅ ନା ଝିଅ ବୋଲି ପଚାରନ୍ତି । ଆରତି କନ୍ୟା ସନ୍ତାନଟି ଜନ୍ମ ହୋଇଛି ବୋଲି କହିବା ପରେ ପରିବାର ଲୋକଙ୍କ ଚେହେରାର ରଙ୍ଗ ବଦଳିଯାଏ ।

ଝିଅ ଜନ୍ମକୁ ନେଇ ଖୁବ କମ ପରିବାର ଖୁସି ହେଉଥିଲେ । ଲୋକମାନଙ୍କର ଏଭଳି ପ୍ରତିକ୍ରିୟା ଆରତିଙ୍କୁ ଏକ ଗଭୀର ଚିନ୍ତାରେ ଛାଡି ଦେଉଥିଲା । ଏହା ପରେ ଆରତି ଡାକ୍ତରୀ ଚାକିରି ଛାଡି ଆଇପିଏସ ହେବା ପାଇଁ ନିଷ୍ପତ୍ତି ନେଲେ ଏବଂ ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କଲେ । ଆରତି ଭାବୁଥିଲେ ଲୋକମାନେ ଝିଅ ମାନଙ୍କୁ ଦୁର୍ବଳ ଭାବନ୍ତି ଏଥିପାଇଁ କେହି କନ୍ୟା ସନ୍ତାନ ଜନ୍ମ ଦେବା ପାଇଁ ଚାହାଁନ୍ତି ନାହିଁ ।


ଲୋକଙ୍କୁ ଭୁଲ ପ୍ରମାଣ କରିବା ପାଇଁ ସେ ଆଇପିଏସ ଅଫିସର ହୋଇ ନିଜର ଶକ୍ତି ପଦର୍ଶନ କରିବାକୁ ଚିନ୍ତା କଲେ । ୨୦୦୪ରେ ଆରତି ୟୁପିଏସସି ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ୨୦୦୬ରେ ସେ କୃତକାର୍ଯ୍ୟ ହେଲେ । ଏହାପରେ ସେ ଭାରତୀୟ ପୋଲିସ ସେବାର ଚୟନ କରି ନିଜର ଲକ୍ଷ ହାସଲ କଲେ । ସେ ନକ୍ସଲ ପ୍ରଭାବିତ ଜିଲ୍ଲାରେ କାମ କରି ସେ ନକ୍ସଲ ମାନଙ୍କୁ ଦମନ କରି ନକ୍ସଲ ଦମନରେ ସଫଳ ହୋଇଛନ୍ତି ।

ଆରତିଙ୍କ ପଦର୍ଶନକୁ ଦେଖି ତାଙ୍କ ଡିଜି ଇନ୍ସିନିଆ ଆୱାର୍ଡ ମଧ୍ୟ ମିଳିଛି । କରୋନା କାଳରେ ମଧ୍ୟ ସେ ବହୁତ ଭଲ ଭାବରେ ନିଜ କାମ କରି ପ୍ରଶଂସାର ପାତ୍ର ହୋଇଥିଲେ । ବନ୍ଧୁଗଣ ଆରତି ଝିଅ ମାନଙ୍କ ପାଇଁ ଆଜି ପ୍ରେରଣା ପାଲଟି ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଇପିଏସ ଅଫିସର ଆରତି ସିଂହଙ୍କ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *