Mihir Das ଙ୍କ ଜୀବନର ସଂଘର୍ଷମୟ ଜୀବନୀ, ଦେଖିଲେ ଆଖିରେ ଲିହ ରହିବନି !

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ମିହିର ଦାସ ଆଜି ଆମ ମାନଙ୍କ ଗହଳରେ ନାହାନ୍ତି ସେ ଆର ପାରିକୁ ଚାଲିଯାଇଛନ୍ତି । ହେଲେ ପଛରେ ଛାଡି ଯାଇଛନ୍ତି ଅଭିନୟର ଅଜସ୍ରକୃତି ଯାହାକୁ ଓଡିଶା ଇତିହାସରେ ସ୍ଵର୍ଣ୍ଣୀମ ଅଧ୍ୟାୟ ରଚିବ । ନାଟକ ଠାରୁ ଆରମ୍ଭ କରି ଚଳଚିତ୍ର, ଧାରାବାହିକରେ ତାଙ୍କର ଅବଦାନ ଅତୁଳନୀୟ । ମିହିରଙ୍କ ୪୦ ବର୍ଷ ଫିଲ୍ମ କାରିୟରରେ ୨୦୦ଟି ଚଳଚିତ୍ର କରିଛନ୍ତି ।

ନିଜର ଦମଦାର ଅଭିନୟ ପାଇଁ ସେ ପାଲଟି ଥିଲେ ଓଡିଆ ଚଳଚିତ୍ର ଜଗତର ବାଡ୍ସା । ତାଙ୍କ ବିୟୋଗ ଓଡିଆ ଚଳଚିତ୍ର ପାଇଁ କେବଳ ଅପୃଣୀୟ କ୍ଷତି ନୁହେଁ ଓଡିଆ ଦର୍ଶକ ଓ ଜନ ମାନସ ପାଇଁ ଏକ ବିରାଟ ଶୂନ୍ୟତା । ବନ୍ଧୁଗଣ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ସତରେ ମାହିର ଥିଲେ ମିହିର । ପ୍ରସନ୍ନ କୁମାର ଦାସ ଓ ସୁନ୍ଦରମଣି ଦାସଙ୍କ ଚତୁର୍ଥ ସନ୍ତାନ ଥିଲେ ମିହିର ଦାସ ।

ସେମାନେ ତିନି ଭାଇ ଓ ଦୁଇ ଭଉଣୀ ଥିଲେ । ଜନ୍ମ ହେବା ପରେ ତାଙ୍କର ବାମ ଗୋଡ ଅଳ୍ପ ବଙ୍କା ଥିଲା ତେଣୁ ସେ ଛୋଟେଇ ଛୋଟେଇ ଚାଲୁଥିଲେ । ଆନେକ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲୁଥିବା ପରେ ତାଙ୍କର ଗୋଡ ସିଧା ହୋଇଥିଲା । କୁହନ୍ତି ଯେ, ପିଲା ଦିନେ ମିହିର ବହୁତ ଦୁଷ୍ଟ ଥିଲେ ସେ ଖାଇବା ପିଇବା ଉପରେ ଅଧିକ ସଉକ ରଖୁଥିଲେ ।

ସେ ଜଳଖିଆ ଖାଇବା ପରେ ଦୋକାନୀକୁ ଟଙ୍କା ନଦେଇ ଦଉଡି ଚାଲିଯାଉଥିଲେ ଓ ପରେ ତାଙ୍କ ବାପାଙ୍କ ଠାରୁ ଦୋକାନୀ ଟଙ୍କା ଆଦାୟ କରୁଥିଲେ । ଭାତରେ କ୍ଷୀର ଗୋଳାଇ ଖାଇବା ପାଇଁ ତାଙ୍କୁ ଅଧିକ ପସନ୍ଦ ଲାଗେ । ତାଙ୍କର ପିଲା ଦିନ ବାରିପଦା ବ୍ଯତୀତ ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିତୀଚୀ । ସ୍କୁଲରେ ପଢିବା ବେଳେ ତାଙ୍କର ପାଠ ପଢା ଉପରେ ଅଧିକ ଆଗ୍ରାହ ନଥିଲା ।


ସେ ସ୍କୁଲ ନଯିବା ପାଇଁ ଅନେକ ବାହାନା ଖୋଜୁ ଥିଲେ ଏପରିକି ସ୍କୁଲ ପଠେଇଲେ ସେ କୂଅରେ ଡେଇଁ ପଡିବେ ବୋଲି କହି ବାପା ମାଙ୍କୁ ଡରାଉ ଥିଲେ । ପିଲା ଦିନରେ ସେ ପୋଖରୀରେ ଖେଳୁ ଥିବା ବେଳେ ସେ ଥରେ ବୁଡି ଯାଇଥିଲେ ସ୍ଥାନୀୟ ଜଣେ ବ୍ୟକ୍ତି ତାଙ୍କୁ ଉଧାର କରିଥିଲେ । ବନ୍ଧୁଗଣ ପିଲା ଦିନରେ ମିହିରଙ୍କୁ ଏକ ମାଙ୍କଡ ଚାପୁଡା ମଧ୍ୟ ମାରିଥିଲା ।

ତାଙ୍କର ଅଭିନୟରେ ବହୁତ ରୁଚି ଥିଲା ପ୍ରଥମେ ନାଟକ ଓ ପରେ ଚଳଚିତ୍ର ଆଡକୁ ସେ ଟାଣି ହୋଇ ଆସିଥିଲେ । ସେ ୧୯୭୯ ମସିହାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପି ଏକ ମାଇଲ ଖୁଣ୍ଟ ପାଲଟି ଥିଲେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିହିର ଦାସଙ୍କ ଜୀବନୀ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *