କଂଗ୍ରେସ ଲୀଡର Prasad Harichandan ଙ୍କ ବିଷୟରେ ଏ କଣ କହିଗଲେ Sura Routray, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗରେ ଆଜି ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଦଳ ପକ୍ଷରୁ ଟିକେଟ ଦିଆଯିବା ସମ୍ପୂର୍ଣ୍ଣ ପିସିସି ସଭାପତିଙ୍କ ପ୍ରାଧିକୃତ ବୋଲି କହିଛନ୍ତି ପ୍ରସାଦ । ତେବେ ୨୦୨୪ ସାଧାରଣ ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ।  ପିସିସି ସଭାପତିଙ୍କ ସ୍ବାକ୍ଷରରେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥାଏ ।


ଏନେଇ ପିସିସି ପକ୍ଷରୁ ସ୍ପଷ୍ଟୀକରଣ ବା ପିସିସି ସଭାପତି କହିବେ ଭାବିଥିଲି । ଜଣେ କର୍ମୀଙ୍କୁ ଟିକେଟ ଦେଇ ପଠାଇଲେ ମୁଁ ଦାୟିତ୍ୱ ବୁଝୁ ନଥିବାରୁ ମନାକଲି । ତେବେ ସେ ରାଜନୀତିରୁ ଦୂରେଇ ନାହାନ୍ତି । ରାଜନୀତିରେ ଥିଲି, ଅଛି ଏବଂ ରହିବି ବୋଲି ସ୍ପଷ୍ଟ ଭାବେ କହିଛନ୍ତି ପ୍ରସାଦ ହରିଚନ୍ଦନ । ଆଜି ପ୍ରେସମିଟ୍ କରିବା ବେଳେ ପ୍ରସାଦ ଭାବବିହ୍ବଳ ହୋଇଯାଇଥିଲେ । କଂଗ୍ରେସ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି ।

ନେତା ଏକଜୁଟ ହୋଇ ଲଢ଼ିବା କଥା, କିନ୍ତୁ ଏହା ନକରି ପଥରୋଧ କରାଯାଉଛି ବୋଲି କହି କାନ୍ଦି ପକାଇଥିଲେ । ବିଜେଡି ନେତାଙ୍କ ସହ ସଂପର୍କ ଅଭିଯୋଗ ପ୍ରସଙ୍ଗରେ ମଧ୍ୟ ପ୍ରସାଦ ପ୍ରତିକ୍ରିୟା ରଖିଛନ୍ତି । ଏହାର ପ୍ରମାଣ ଦେବାକୁ ସେ ଚାଲେଂଜ କରିଛନ୍ତି । ଯେଉଁମାନେ ବେପାରରେ ଅଛନ୍ତି, ସେମାନେ ଡିଲ୍ କରିବେ କିନ୍ତୁ ମୋର ଖଣି କି ଟଙ୍କା ନାହିଁ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି ।

ତେବେ ଏହାକୁ ନେଇ କଂଗ୍ରେସ ର ବରିଷ୍ଠ ନେତା ଏବଂ ପ୍ରସାଦ ଙ୍କ ଶଶୁର ଶ୍ରୀଯୁକ୍ତ ସୁର ରାଉତରାୟ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ତେବେ ସେ କହିଛନ୍ତି କି ପ୍ରସାଦ ଙ୍କୁ ଆର ଥରକ ବାଧ୍ୟ କରିଥିଲେ କିନ୍ତୁ ତାଙ୍କୁ ନିର୍ବାଚନ ଲଢ଼ିବାରେ କୌଣସି ସାହାର୍ଯ୍ୟ କରି ନଥିଲେ । ଏହା ସହ ସେ କହିଥିଲେ କି ଏହି ବିଷୟରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କୁ ନିଜେ ଆସି ଆଲୋଚନା କରି କୌଣସି ଏକ ନିଷ୍ପତ୍ତି ନେବାକୁ ପଡିବ ।


ତେବେ ଆଲୋଚନା ନ ହେଲେ କିଛି ବି ସମାଧାନ ହେବ । ଏହା ସହ ସେ କହିଛନ୍ତି କି ଜଣେ ଉଚ୍ଚ ଶିକ୍ଷିତ ଯିଏ ଗୃହମନ୍ତ୍ରୀ ହୋଇଛନ୍ତି ପିସିସି ସଭାପତି ମଧ୍ୟ ହୋଇଛନ୍ତି ଜଣେ ଯୋଗ୍ୟ ପାର୍ଥୀ କୁ ଆମେ ହରେଇ ବସିବୁ । ତେବେ ଯଥା ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *