ଦେଖନ୍ତୁ ବିବାହ ପରେ ଶାଶୁଘରେ କିପରି ଅଛନ୍ତି Sunanda ? କଣ କହୁଛନ୍ତି Pragyan ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ହାତକୁ ଦି ହାତ ହୋଇଛନ୍ତି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ଦର୍ଶକ ଙ୍କୁ ନିଜ କମେଡି ଦ୍ବାରା ହସାଇ ହସାଇ ବେଦମ କରୁଥିବା ପ୍ରଜ୍ଞା ବିବାହ କରିଛନ୍ତି । ମଙ୍ଗଳବାର ଦିନ ଅଭିନେତ୍ରୀ ସୁନନ୍ଦାଙ୍କୁ ଜୀବନସାଥୀ କରିଛନ୍ତି ପ୍ରଜ୍ଞା । ତେବେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡିଆରେ ବର ବେଶରେ ପ୍ରଜ୍ଞା ପହଞ୍ଚିଥିଲେ । ସେଠାରେ ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

କିଛି ଦିନ ତଳେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ପ୍ରଜ୍ଞା ଭଦ୍ରକ ଧୁଷୁରୀ ଅଞ୍ଚଳର ବଳରାମ ପରିଡାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି । କୋଭିଡ କଟକଣା ପାଇଁ ଏହି ହାଇପ୍ରୋଫାଇଲ ବିବାହକୁ ଅଳ୍ପ ଲୋକଙ୍କ ମଧ୍ୟରେ ସୀମିତ କରାଯାଇଥିଲା । ତେବେ କରୋନା କଟକଣାରେ ଏହି ବିବାହ ଉତ୍ସବରେ ଅଭିନେତା ଶଙ୍କରଙ୍କ ସମେତ ସୀମିତ ଶୁଭେଚ୍ଛୁ ଓ ଗ୍ରାମବାସୀ ସାମିଲ ହୋଇଥିଲେ ।

ତେବେ ପ୍ରଜ୍ଞା ଓ ସୁନନ୍ଦା ଙ୍କ ବିବାହ ପରେ ତାଙ୍କ ଫାନ୍ସ ମାନେ ଏହା ପ୍ରଶ୍ନ କରିଛନ୍ତି ଯେ, ବର୍ତ୍ତମାନ ସୁନନ୍ଦା ନିଜ ଶାଶୂଘରେ କିପରି ଅଛନ୍ତି? ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଅଭିନେତ୍ରୀ ସୁନନ୍ଦା ଶାଶୂଘର କୁ ଯାଇ ବେଶ ଖୁସି ଥିବାର ନଜର ଆସୁଛନ୍ତି । ସେ କିଛି ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆ ରେ ଅପଲୋଡ଼ କରିଛନ୍ତି ।

ନିଜ ଫାନ୍ସ ମାନଙ୍କୁ ଏହା ଜଣାଇବା ପାଇଁ ଯେ, ସେ ନିଜ ଶାଶୂଘରେ ବହୁତ ଖୁସି ଅଛନ୍ତି ବୋଲି । ତେବେ କେଵଳ ପ୍ରଜ୍ଞା ହିଁ ନୁହେଁ, ସୁନନ୍ଦା ମଧ୍ୟ ଜଣେ ନିପୁଣ କଳାକାର ଅଟନ୍ତି । ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ଙ୍କ ହୃଦୟ କୁ ଛୁଇଁ ପାରିଛନ୍ତି ଏବଂ ଆଜି ସେ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ବିବାହ କରିଛନ୍ତି ।


ଆଶା କରୁଛୁ ଏହି ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ । ତେବେ ଆପଣ ମାନଙ୍କୁ ପ୍ରଜ୍ଞା ଏବଂ ସୁନନ୍ଦା ଙ୍କ ଯୋଡ଼ି କିପରି ଲାଗେ ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହିତ ରହିବା ପାଇଁ ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *