‘ତପସ୍ଵିନୀ ଧାରଣାରୁ ମତେ ଉଠେଇ ପାରିଲେନି, ଏଣୁ …’ Tapaswini ଙ୍କ ପାଇଁ ସମାଜସେବୀ Pramila Tripathy ଙ୍କୁ ପୋଲିସ କରୁଛି ହଇରାଣ ? କଣ କହିଲେ ପ୍ରମିଳା ? ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲା ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତପସ୍ଵିନୀ ନିଜ ଶାଶୁ ଘର ଆଗରେ ଅନେକ ଦିନ ଧରି ଧାରଣା ଦେଇ ବସିଥିଲେ । ଶାଶୁ ଘର ଲୋକେ ତପସ୍ଵିନୀଙ୍କୁ ବୋହୁ ରୂପେ ସ୍ଵୀକାର କରୁ ନଥିଲେ ଯେଉଁଥି ପାଇଁ ତପସ୍ଵିନୀ ଧାରଣା ଦେଇଥିଲେ । ତପସ୍ଵିନୀଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ସେହି ସ୍ଥାନରେ ଧାରଣା ଦେଇ ଛିଡା ହୋଇଥିଲେ । ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ପ୍ରମିଳା ବହୁତ ଚେଷ୍ଟା କରିଛନ୍ତି ।

ହେଲେ ବର୍ତ୍ତମାନ ପ୍ରମିଳା ଏକ ବଡ ଅସୁବିଧାରେ ପଡି ଯାଇଛନ୍ତି । ପ୍ରମିଳା ତ୍ରିପାଠୀଙ୍କୁ କେହି ଜଣେ ଟାର୍ଗେଟ କରୁଛି ତପସ୍ଵିନୀଙ୍କ ପାଇଁ ଧାରଣାରେ ବସି ରହିବା ତାଙ୍କ ପାଇଁ ଏବେ କିଛି ଅଲଗା ପରିସ୍ଥିତି ସୃଷ୍ଟି କରିଛି । ବ୍ରହ୍ମପୁରରେ ହୋଇଛି ବସ୍ତି ଉଚ୍ଛେଦ ଓ ଏହି ବସ୍ତିରେ ଥିଲା ପ୍ରମିଳାଙ୍କ ୩୦୦ ଡିସିମିଲ ଜାଗା ତେବେ ଏବେ କାହିଁକି ଏହି ବସ୍ତିକୁ ଉଚ୍ଛେଦ କରାଗଲା ତାକୁ ନେଇ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସିଛି । ପ୍ରମିଳା ମଧ୍ୟ ତଣ୍ଟି ଫଟାଇ ଚିତ୍କାର କରିଛନ୍ତି  ।

ପ୍ରମିଳା ଗଣମାଧ୍ୟମ ସାମ୍ନାରେ କହୁଛନ୍ତି-‘୬ ବର୍ଷ ହେଲା କୁଆଡେ ଯାଇଥିଲେ ଏବେ କୁଆଡେ ଆସିଲେ । ମୋର ୩୦୦ ଡିସିମିଲ ଘର ଭାଙ୍ଗିଦେଲେ ମୋର ଘର କାଇଁ । ମୋତେ ତମେ ଘର ଦେବ ଯଦି ନାହିଁ ତା ହେଲେ ଠିକ ସମୟରେ ମୁ ହାଇ କୋର୍ଟ ଅର୍ଡର ଦେଖାଇବି । ମୁ କିଛି ଦିନ ତଳେ ଧାରଣାରେ ବସିଥିଲି ସେ ଧାରଣାରେ ମୋତେ ଉଠାଇ ନପାରି ଏଠି ଆସିଛ ଉଠାଇବା ପାଇଁ ।

ତମେ ମାନେ ମୋତେ ଉଠାଇବ ମରି ଯିବି । ଗରିବ ଲୋକ, ନାବାଳିକା, ବୃଦ୍ଧାଲୋକ ମାନଙ୍କ ପାଇଁ ମୁ ଦଖଲ କରିଛି । ଆଜି ଏତିକି ବର୍ଷ ହେବ ବିଜୁ ବାବୁ ମତେ ପୁରସ୍କାର ଦେଇ ଆସିଥିଲେ । ନବୀନ ବାବୁକୁ ବି ମୁ ଲେଖିକି ପଠାଇଛି ସବୁ ପଠେଇଛି’ । ଗତ କିଛି ଦିନ ତଳେ ବ୍ରହ୍ମପୁର ବସ୍ତି ଉଚ୍ଛେଦ ହୋଇଥିଲା ।


ଏହି ଉଚ୍ଛେଦରେ ବହୁ ବସ୍ତି ବାସିନ୍ଧାଙ୍କ ସମେତ ବିଏମସି କର୍ମଚାରୀ ମଧ୍ୟ ଆହାତ ହୋଇଥିଲେ । ପ୍ରମିଳା କହିଛନ୍ତି, ତାଙ୍କୁ ଧାରଣା ସ୍ଥଳରେ କେହି ଉଠାଇ ପାରିଲେ ନାହିଁ ତେଣୁ ତାଙ୍କୁ ଫସେଇବା ପାଇଁ ଷଡଯନ୍ତ୍ର କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *