ଭାରତୀୟ ବାୟୁସେନାର ସବୁଠୁ ସୁରକ୍ଷିତ ଓ ଭରୋସାଯୋଗ୍ୟ MI.17.V5 କିପରି ହେଲା କ୍ରାଶ, ଏହା ପଛରେ କଣ ରହିଛି କାରଣ ?

ବନ୍ଧୁଗଣ ଗତ କାଲି କ ହୃଦୟ ବିଦାରକ ଘଟଣା ଘଟିଥିଲା ଓ ଏହି ଘଟଣାର ଚର୍ଚା ସାରା ବିଶ୍ଵରେ ହେଉଛି । ସିଡିଏସ ବିପିନ ରାୱତଙ୍କ ମୃ-ତ୍ୟୁ ପରେ ବର୍ତ୍ତମାନ ସମସ୍ତ ସ୍ଥାନରେ ତାଙ୍କର ଚର୍ଚା ଚାଲିଛି । ଯିଏ ସାରା ଦେଶକୁ ସୁରକ୍ଷା ଦେଉଥିଲେ ସେ ନିଜେ ବିପଦରେ ପଡି ପ୍ରା-ଣ ହରାଇଲେ । ଗତ କାଲି ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ପ୍ରା-ଣ ହରାଇଛନ୍ତି । ତେବେ କେମିତି ହେଲା ଏହି ଦୁର୍ଘଟଣା ବର୍ତ୍ତମାନ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଏଭଳି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ବି ସ୍ଵାଭାବିକ ।


ବନ୍ଧୁଗଣ ସିଡିଏସଙ୍କ ଏହି ହେଲିକପ୍ଟର କୌଣସି ସାଧାରଣ ହେଲିକପ୍ଟର ନଥିଲା । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠାରୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ଯତମ । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ବ୍ୟବହାର କରନ୍ତି । କାରଣ ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ବ୍ଯତୀତ ଅଧିକ ସୁରକ୍ଷିତ । ତେବେ ଯେକୌଣସି ପାଣିପାଗରେ ଏଥିରେ ଯାତ୍ରା କରିହେବ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହେଲିକପ୍ଟର ସମ୍ବନ୍ଧରେ କିଛି ଅଧିକ କଥା । ଦୁର୍ଘଟଣା ଗ୍ରସ୍ତ MI.17.V5 ହେଲିକପ୍ଟର ବାୟୁସେନାରେ ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟରରୁ ଅନ୍ଯତମ । ୨୦୧୨ ମସିହା ଫେବୃୟାରି ୧୭ ପରଠାରୁ ଏହା ବାୟୁସେନାରେ ଯୋଗ ଦେଇଆସୁଛି ।

ରୁଷ ଦ୍ଵାରା ନିର୍ମିତ ଏହି ହେଲିକପ୍ଟର ଆଜି ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତ ହୋଇନାହିଁ । ୨୦୧୯ ଭାରତ ଏୟାର ଷ୍ଟ୍ରାଇକ ପରେ MI.17.V5 ହେଲିକପ୍ଟରଟି କେବଳ ମିସାଇଲ ମାଡରେ ଖସି ପଡିଥିଲା । କେବଳ ଏହି ଘଟଣାକୁ ଛାଡିଦେଲେ ଏହି ହେଲିକପ୍ଟର କେବେବି ଦୁର୍ଘଟଣା ଗ୍ରସ୍ତ ହୋଇନଥିଲା ।

ଗତ କାଲି ସିଡିଏସଙ୍କୁ ନେଇ ସୁଲୁରରୁ ୱାଲିଂଟନ ଏୟାର ବେସକୁ ଯାଉଥିବା ବେଳେ ଏହି ହେଲିକପ୍ଟରଟି କ୍ରାଶ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱତ ପ୍ରା-ଣ ହରାଇଛନ୍ତି । ଏହି ହେଲିକପ୍ଟରରେ ସର୍ବ ମୋଟ ୧୪ ଜଣ ଯାତ୍ରା କରୁଥିଲେ । ୧୪ ଜଣଙ୍କ ମଧ୍ୟରେ ବିପିନ ରାୱତ ସମେତ ତାଙ୍କ ପତ୍ନୀ ମଧୁଲୋକା ରାୱତ, ବ୍ରିଗେଡିଅର ଏଲଏସ ଲିଡର, ଲେଫ୍ଟୁନେଣ୍ଟ କର୍ଣ୍ଣଲ ହର୍ଜିନ୍ଦ୍ର ସିନ୍ଧ ଆଦି ଅଧିକାରୀ ମାନେ ଯାତ୍ରା କରୁଥିଲେ ।

ସିଡିଏସ ବିପିନ ରାୱତ ଥିଲେ ଜଣେ ବିଚକ୍ଷଣ ବୁଦ୍ଧିର ବ୍ୟକ୍ତି । ଶତ୍ରୁକୁ ହରାଇବାର କ୍ଷମତା ସେ ରଖିଥିଲେ । ତାଙ୍କର ଏହି ସବୁ କ୍ଷମତାକୁ ଦେଖି ଭାରତର ତିନି ସେନାର ମୁଖ୍ୟ ତଥା ତାଙ୍କୁ ସିଡିଏସ ପଦବୀ ଦିଆଯାଇଥିଲା । ହେଲେ ବନ୍ଧୁଗଣ ଆଜି ସେ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ତା ହେଲେ ବନ୍ଧୁଗଣ ସିଡିଏସ ବିପିନ ରାୱତଙ୍କ ଦେହାନ୍ତ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *