‘ସ୍କୁଟିରେ ଆସି ଥାନା ସାମ୍ନାରୁ ସୁମିତଙ୍କୁ ତାଙ୍କ ଘରଲୋକ କିଡନାପ କରି ଦେଇଛନ୍ତି’, Sumit ଫେରାର ହେବା ପରେ ଦେଖନ୍ତୁ କଣ କହିଲେ Pramila Tripathy, ଭାଇରାଲ ହେଲା କଲ ରେକର୍ଡିଂ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, କୋର୍ଟ ରାୟ ଅନୁଯାୟୀ ୭ ଦିନ ସମୟ ତାଙ୍କର ଥିଲା । ୭ ଦିନ ମଧ୍ୟରେ ଘର ଦେଖିବା ନିମନ୍ତେ ପ୍ରୋପୋଜାଲ ଥିଲା । ତପସ୍ଵିନୀ ଫୋନ କରିବାରୁ ମୁଁ ଜାଣିବାକୁ ପାଇଲି ଯେ ସୁମିତ ୩ ଦିନ ଛୁଟି ନେଇଛନ୍ତି, ଅଫିସ କୁ ମଧ୍ୟ ଯାଇଛନ୍ତି । ଅଫିସ ଗଳାପରେ ୩ ଦିନ ଛୁଟି ନେଇଛନ୍ତି । ଛୁଟିନେଲା ପରେ ସନ୍ଦେହ ହେବାରୁ ପୋଲିସ ବାବୁ ଡକାଇଲେ ସୁମିତ ଙ୍କୁ ।

ଏହାପରେ ଥାନା ପୋଲିସ ଙ୍କ ସାମ୍ନା ରେ ଗୋଟିଏ ସ୍କୁଟି ଧରି କିଡନାପ କରି ପଳାଇଛନ୍ତି ମାନେ କେତେବଡ ଅସୁବିଧା କଥା । ତପସ୍ଵିନୀ ଙ୍କ ସହିତ ମାର୍କେଟ ଯାଇ ସବୁ ଜିନିଷ ପତ୍ର କିଣିଥିଲେ ସୁମିତ । ଏହାପରେ ସୁମିତ ତପସ୍ଵିନୀ ଙ୍କୁ କହିଥିଲେ ଯେ ଘରଭଡା ନେଇ ଭଲରେ ଚଳିବା । ମାତ୍ର ଯଦି ଥାନା ସାମ୍ନା ରୁ କିଡନାପ ହୋଇଛି ସୁମିତ ଙ୍କର କାଲୀ ସକାଳେ ତପସ୍ଵିନୀ ର କଣ ହେବ ସେଥିପାଇଁ ତାଙ୍କ ପରିବାର ଦାୟୀ ?

ଏଭଳି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ପ୍ରମିଳା ତ୍ରିପାଠୀ ଙ୍କ କହିବା ଅନୁଯାୟୀ ସୁମିତ ଙ୍କ ପରିବାର ଲୋକେ ସୁମିତ ଙ୍କୁ କିଡନାପ କରିଛନ୍ତି ପୋଲିସ ଙ୍କ ସାମ୍ନାରେ । ତପସ୍ଵିନୀ ପ୍ରମିଳା ତ୍ରିପାଠୀ ଙ୍କୁ ଫୋନ ରେ କାନ୍ଦି କାନ୍ଦି କହିବାରୁ ତାଙ୍କୁ ଆଶ୍ଵାସନା ଦେଇ କହିଥିଲେ ଯେ ତୁ ତୋ ସ୍ଵାମୀ ସାଙ୍ଗେ ରହିବୁ । କିନ୍ତୁ ପୋଲିସ ଙ୍କ ଠାରୁ ସହଯୋଗ ମିଳିବାର ନାହିଁ ଓଲଟା ପୋଲିସ ତପସ୍ଵିନୀ ଙ୍କୁ ଧମକ ଦେଉଛନ୍ତି ବୋଲି ତପସ୍ଵିନୀ କହିଛନ୍ତି । ପ୍ରମିଳା ତ୍ରିପାଠୀ ଙ୍କ କହିବା ଅନୁଯାୟୀ ମୁଁ ଝିଅ ର ସାଥ ସଂପୂର୍ଣ୍ଣ ଭାବରେ ଦେବି ।

ମୁଁ ୨ ଦିନ ଅପେକ୍ଷା କରିଛି କୋର୍ଟ ଙ୍କ ରାୟ ଅନୁଯାୟୀ ମୁଁ ଝିଅ ର ସାଥ ନିଶ୍ଚିତ ଦେବି । ଝିଅ ତପସ୍ଵିନୀ ଙ୍କ ସ୍ଵାମୀ ର କିଡନାପ ହୋଇଛି ତା ସ୍ଵାମୀ ର ଯଦି କିଛି ଅସୁବିଧା ହୁଏ, ତଥା ଝିଅ ର ଯଦି କିଛି ଅସୁବିଧା ହୁଏ, ମାତ୍ର ମୁଁ ଝିଅ ପାଖରେ ଅଛି । ଝିଅ ତପସ୍ଵିନୀ ଲିଖିତ ଅଭିଯୋଗ କରିବାକୁ ବାହାରିଲା ବେଳକୁ ଥାନାବାଲା କହୁଛନ୍ତି ତୁ କୁଆଡେ ଯାଉଛୁ ଜା ।

ପ୍ରମିଳା ତ୍ରିପାଠୀ ସନ୍ଦେହ କରୁଛନ୍ତି ଯେ ସୁମିତ ଘର ଖୋଜୁଥିବ ଯଦି ଏହା ନ ହୋଇ ତାର ସ୍ଵାମୀ ଙ୍କୁ କିଏ ଲୁଚାଇ ରଖିଛି ତେବେ ଆମ୍ଭେ ନିଶ୍ଚିତ ଭାବରେ ଆଇନ ର ସାହାର୍ଯ୍ୟ ନେବୁ । ତପସ୍ଵିନୀ ତା ଶଶୁର ଘରେ ରହି ମଧ୍ୟ କୋର୍ଟ ର ଆଶ୍ରୟ ନେଇ ପାରିବ । ଏହିଭଳି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ବନ୍ଧୁଗଣ ଏହି ଜଟିଳ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *