‘Sumit ଯଦି ଫେରାର ହୋଇଥିବେ, ତେବେ ସାରା ବିଶ୍ୱରୁ ତାଙ୍କ…’, Sumit ଫେରାର ହେବା ପରେ ରାଗିଗଲେ Tapaswini ଙ୍କ ଓକିଲ, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି କିଛି ତପସ୍ଵିନୀ ଙ୍କ ଓକିଲ କହିଛନ୍ତି ଯେ, ଆମ୍ଭେ ସମସ୍ତେ ଅପେକ୍ଷାରେ ଅଛୁ ଯେ ସୁମିତ କାଳେ ଘର ଖୋଜୁଥିବେ । ମାତ୍ର ଯଦି ଏହି ଘଟଣା ସତ ହୋଇଥାଏ ତେବେ ସାରା ବିଶ୍ଵରୁ ବାଛନ୍ଦ ହୋଇ ତାଙ୍କ ପରିବାର ରହିବ । କୋର୍ଟ ର ଆଦେଶ ଅନୁଯାୟୀ ତପସ୍ଵିନୀ ର ସ୍ଵାମୀ ସୁମିତ ତାଙ୍କୁ ଘରେ ରଖିବେ । ସେହି ଆଶାରେ ତପସ୍ଵିନୀ ମଧ୍ୟ ଅପେକ୍ଷା କରି ରହିଥିଲେ । କିନ୍ତୁ ତପସ୍ଵିନୀ ଙ୍କ କହିବା ଅନୁଯାୟୀ ଠିକ ଦିନ ୧୧ ଟା ବେଳକୁ ଏକ ସ୍କୁଟି ଆସିଲା ଏବଂ ସ୍କୁଟି ରେ ବସି ସେ କୁଆଡେ ଚାଲି ଯାଇଛନ୍ତି ।

ଏହାପରେ ତପସ୍ଵିନୀ ସେହିଭଳି ଭୋକରେ ବସିଥିଲା । ଏହାପରେ ଦିନ ୨.୩୦ ସମୟରେ ISC ଆସ୍କା ମାନବିକତା ଦ୍ରୁଷ୍ଟି ରୁ ତାଙ୍କୁ ଆଣି ଖାଇବାକୁ ଦେଇଛନ୍ତି । କାରଣ କାଲୀ ସମସ୍ତ ପ୍ରକାରର ପାବନ୍ଧି ହଟି ଯାଇଥିଲା । ସୁମିତ ଆସିବା ବୋଲି ତପସ୍ଵିନୀ ବର୍ତ୍ତମାନ ସୁଦ୍ଧା ଜଗି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର କୌଣସି ଖବର ନାହିଁ । ସୁମିତ, ତାଙ୍କ ବାପା ଏବଂ ତାଙ୍କ ଓକିଲ ସମସ୍ତେ କହିଥିଲେ ଯେ କୋର୍ଟ ର ରାୟ କୁ ସଂପୂର୍ଣ୍ଣ ଭାବରେ ସନ୍ନମାନ ଦେଇ ଗ୍ରହଣ କରିବୁ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମ୍ଭେ ମଧ୍ୟ ଆଶଙ୍କା ରେ ଅଛୁ ଯେ କାଳେ ସୁମିତ ଘର ଖୋଜୁଥିବ । ଏହିଭଳି ତପସ୍ଵିନୀ ଙ୍କ ଓକିଲ ସୂଚନା ଦେଇଛନ୍ତି । ମାତ୍ର ଯଦି ସେ ଫେରାର ହୋଇଛନ୍ତି ତେବେ ମାନ୍ୟବର କୋର୍ଟ ର ରାୟ ର ଖିଲାପ ଯିବାର ଯେଉଁ ଦଣ୍ଡବିଧାନ ତଥା ଆଇନ ରହିଛି ତାହା ନିଶ୍ଚିତ ଭାବରେ ଲାଗୁ ହେବ ।

ଓକିଲ କହିଛନ୍ତି ଯେ ଯଦି ସୁମିତ ନିଜ ସ୍ତ୍ରୀ କୁ ନେବା ପାଇଁ ଘର ତଥା ଅନ୍ୟାନ୍ୟ ସାମଗ୍ରୀ ର ବ୍ୟବସ୍ଥା କରିବାକୁ ଯାଇଛନ୍ତି ତେବେ ଠିକ ଅଛି, ସବୁ ବ୍ୟବସ୍ଥା ସାରି ଯଦି ସୁମିତ ଆସି ତପସ୍ଵିନୀ କୁ ନିଜ ସାଙ୍ଗରେ ନେଇ ଜାଆନ୍ତି ତେବେ ପୁଣି ଥରେ ସୁନାର ସଂସାର ଗଢି ଉଠିବ ।

ମାତ୍ର ଯଦି ସେ ଉଦେଶ୍ୟ ମୂଳକ ଭାବରେ ଫେରାର ଅଛନ୍ତି ତେବେ ସାଧାରଣ ମନୁଷ୍ୟ ଭାବରେ ସୁମିତ ଙ୍କ ପରିବାର ନିଶ୍ଚିତ ବିଶ୍ୱରୁ ବାଛନ୍ଦ ହେବ । ବନ୍ଧୁଗଣ ବର୍ତ୍ତମାନ ଅପେକ୍ଷାର ବିଷୟ ଯେ ଏହି ଘଟଣା କେଉଁ ନୂଆ ମୋଡ ନେଉଛି । ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *