‘ଝିଅକୁ ଆଉ ମତେ ଭୟ ଲାଗୁଛି, କିଏ ମୋ ହାତ କୁ ଟାଣି ଦେଉଚିତ..କିଏ ମୋ କାନରେ ଆସି ଧମକ ଦେଉଛି କି…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଦିନେଶ ଙ୍କ ମାଆ ଦୀପିକା ଙ୍କ ଚରିତ୍ର ଉପରକୁ ଆଙ୍ଗୁଳି ଉଠାଇବା ସହିତ ପ୍ରମିଳା ତ୍ରିପାଠୀ ଙ୍କୁ ବି ଅନେକ କଥା କହିଥିଲେ । ସେ ଯେଉଁ ପାଲ କୁ ସାହାରା କରି ଶୋଉଥିଲେ ସେହି ପାଲ କୁ ମଧ୍ୟ ତାଙ୍କ ଶାଶୁ ଭାଙ୍ଗି ଦେଇଛନ୍ତି । ଏହା ସହିତ ତାଙ୍କୁ ବେଶ୍ୟା ବୋଲି କହି ତୁଳନା କରିଛନ୍ତି ଏବଂ ମାରପିଟ୍ ମଧ୍ୟ କରିଛନ୍ତି । ତେବେ ଏ ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ ନିଜର ମତାମତ ମିଡିଆ ସାମ୍ନା ରେ ପ୍ରକାଶ କରିଛନ୍ତି ।

ତେବେ ସେ କଣ କହିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ସମାଜସେବୀ ପ୍ରମିଳା ତ୍ରିପାଠୀ ଏହା କହିଛନ୍ତି ଯେ,କାଲି ଯେଉଁ ଦୁର୍ଘଟଣା ଘଟିଥିଲା ସେତେବେଳେ ଦିନେଶ ଙ୍କ ମାଆ ତାଙ୍କ ସହିତ ଅପବ୍ୟବହାର କରିଥିଲେ ଏବଂ ଦୀପିକା ଙ୍କ ଚରିତ୍ର ଉପରକୁ ଆଙ୍ଗୁଠି ଉଠାଇଥିଲେ ।

ଏହା ସହିତ ତାଙ୍କ ବିପକ୍ଷରେ ଷଡ଼ଯନ୍ତ୍ର ମଧ୍ୟ କରିଛନ୍ତି ଏବଂ ବନ୍ଧୁକ ରେ ଗୁଳି ମାରି ଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ଯେହେତୁ ସେ ଏଭଳି କଥା କହିଲେ ନିଶ୍ଚିତ ଭାବରେ ମନରେ ଭୟ ସୃଷ୍ଟି ହେବ । ପୂର୍ବରୁ ସେମାନେ ଶାରୀରିକ କ୍ଷତି ପହଂଚାଇ ସାରିଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦ ବିଷୟ ।

କିଏ ଆସି ହାତକୁ ଟାଣି ଦେଉଛି ତ କିଏ ଆସି କାନ ରେ କଣ କହିଦେଇ ଯାଉଛି । ସେ ଉଭୟ ଦୀପିକା ଓ ତାଙ୍କୁ ହାଣି ଦେବେ ବୋଲି ଧମକ ଦେଇଛନ୍ତି । କିନ୍ତୁ ସେ କହିଛନ୍ତି ଯେ, ଏଭଳି ଧମକ କୁ ସେ ଡରନ୍ତି ନାହିଁ । ଦୀପିକା ଙ୍କୁ ଯେ ପର୍ଯ୍ୟନ୍ତ ଉଚିତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେ ତାଙ୍କୁ ସହଯୋଗ କରିବେ ।

ମରିଯିବେ ପଛେ କିନ୍ତୁ ହାରିବେ ନାହିଁ । ସେ କହିଛନ୍ତି ଯେ ପୋଲିସ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ” ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *