‘ତତେ ଆମେ କେବେବି ଘରର ବୋହୂ ବୋଲି ସ୍ୱୀକାର କରିବୁନି, ତୁ ଏଠୁ ଜଲ୍‌ଦି ପଳା ଦୀପିକା, ନହେଲେ…’ ଗର୍ଜିଲେ ଦୀପିକାଙ୍କ ଶାଶୁ, ଦେଖନ୍ତୁ Video

“ଦୀପିକା ତୁ କେବେବି ମୋ ଘରର ବୋହୁ ହୋଇ ପାରିବୁ ନାହିଁ । ତତେ ମୁଁ କେବେ ମୋ ବୋହୁ ର ଦରଜା ଦେବି ନାହିଁ । ମନେ ରଖ ତୁ ଘର ସାମ୍ନା ରେ ଏମିତି ବସିଲେ କଣ ଭାବିଛୁ ମୁଁ ତତେ ଗ୍ରହଣ କରି ଦେବି । କେବେବି ନୁହେଁ, ତୁ ଯାହାବି କରିଲେ ମୁଁ ତତେ କେବେବି ମୋ ବୋହୁ ରୂପରେ ଗ୍ରହଣ କରିବି ନାହିଁ । ଦୀପିକା ଏଠାରୁ ପଳା । ଘର ସାମ୍ନା ରେ ଏତେ ପାଲା କରେ ନାହିଁ । ବହୁତ ହୋଇଗଲା ତୋର ଡ୍ରାମା ।

ମୋ ପୁଅ ତ ତତେ ନିଜର କରିବାକୁ ମନା କରୁଛି । ଏହି ଛୁଆ ତା’ର ନୁହେଁ ବୋଲି କହୁଛି । ତୁ କୋଉ ମୁହଁରେ ମୋ ଘର ସାମ୍ନା ରେ ବସିଛୁ । ଭଲରେ ଭଲରେ କହୁଛି ତୋ ଛୁଆ କୁ ନେଇ ଏଠାରୁ ପଳା । ତତେ ଆମେ କେବେବି ସ୍ୱୀକାର କରିବୁ ନାହିଁ ଦୀପିକା ।” ତେବେ ଏମିତି କହି ଦୀପିକା ଙ୍କୁ ଠେଲାପେଲା କରିବା ସହିତ ତାଙ୍କ ମୁଣ୍ଡ ଉପରେ ସାହାରା ଥିବା ପାଲ କୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।

ଏଭଳି ଘଟଣା କୁ ନେଇ ଏବେ ଗଞ୍ଜାମ ଜିଲ୍ଲା ଚର୍ଚ୍ଚା ର ବିଷୟ ପାଲଟିଛି । ଦିନେ ଗଞ୍ଜାମ ସୁମିତ ଏବଂ ତପସ୍ୱିନୀ ଙ୍କ କାହାଣୀ କୁ ନେଇ ଉଠିଥିଲା ଆଉ ପଡୁଥିଲା । ଏବେ ଦିନେଶ ଏବଂ ଦୀପିକା ଙ୍କ କାହାଣୀ କୁ ନେଇ ସର୍ଗରମ ହୋଇ ଯାଇଛି ଗଞ୍ଜାମ ର ପାଣିପାଗ ।

ସେପଟେ କିନ୍ତୁ ଦିନେଶ ଙ୍କ ମାଆ ଦୀପିକା ଙ୍କୁ ତାଙ୍କ ଘର ଆଗରୁ ଠେଲିପେଲି ବାହାର କରି ଦେଇଛନ୍ତି । ଜୋତା ଭାଙ୍ଗି ଦେବା ସହିତ ଦୀପିକା ଙ୍କୁ ସେଠାରୁ ଯିବା ପାଇଁ ବାଧ୍ୟ କରିଛନ୍ତି । ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ବର୍ତ୍ତମାନ ଦୀପିକା ଙ୍କୁ ନ୍ୟାୟ ଦେବା ପାଇଁ ଥାନା କୁ ଯାଇଛନ୍ତି ପ୍ରମିଳା ତ୍ରିପାଠୀ ।

ଦୀପିକା ଙ୍କ ଶାଶୁ ଙ୍କ ଏଭଳି କାରନାମା କୁ ଦେଖି ଲୋକମାନେ ମଧ୍ୟ ତାଙ୍କୁ ନିନ୍ଦା କରିଛନ୍ତି । ତେବେ ଏ ନେଇ ପୋଲିସ ଆଗକୁ କଣ ପଦକ୍ଷେପ ନେଉଛି ତାହା ଦେଖିବା ଯୋଗ୍ୟ ଅଟେ ।ତେବେ ଆପଣ ମାନେ ଉକ୍ତ ଘଟଣା ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *