ACF Soumyaranjan ଡେଥ ମିଷ୍ଟ୍ରି: DFO ଙ୍କୁ କ୍ଲୀନ ଚିଟ ମିଳିବା ପରେ ସୌମ୍ଯଙ୍କ ଓକିଲ ଦେଲେ ଏମିତି ପ୍ରତିକ୍ରିୟା, କହିଲେ ପ୍ରମାଣ ନଷ୍ଟ ପାଇଁ ପୂର୍ବରୁ ହିଁ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ର ରହସ୍ୟ ଦିନକୁ ଦିନ ଜଟିଳ ହେବାକୁ ଲାଗିଛି । ତେବେ ତାଙ୍କର ରହସ୍ୟଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ଏହି ସମ୍ପର୍କ ରେ ସୌମ୍ୟ ଙ୍କ ବାପା ମାଆ ମଧ୍ୟ ତାଙ୍କ ପତ୍ନୀ ବିଦ୍ୟା ଙ୍କ ନାଁ ରେ ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁସାରେ, ସୌମ୍ୟ ଓ ବିଦ୍ୟା ଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ବିଦ୍ୟା ଙ୍କ ଡିଏଫଓ ଙ୍କ ସହିତ ସମ୍ପର୍କ ଥିଲା । ସୌମ୍ୟ ଙ୍କ ମୃତ୍ୟୁ ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ରୂପରେ ଜଣା ପଡ଼ିନାହିଁ । ଗତକାଲି ଗୋଟିଏ ଦିନରେ ପାରଳାଖେମୁଣ୍ଡି ପୋଲିସ, କ୍ରାଇମବ୍ରାଞ୍ଚ ଟିମ ଡିଏଫଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭ କୁ ଜେରା କରି କ୍ଲିନ ଚିଟ୍ ଦେଇ ସାରିଛି ।

କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସୌମ୍ୟ ଙ୍କ ଓକିଲ । ତାଙ୍କ କହିବାନୁସାରେ, ଘଟଣା ଘଟିବା ପରେ ୧୬ ତାରିଖ ଦିନ ଯେତେବେଳେ ପୋଲିସ ସେହି ରୁମ କୁ ଖୋଲିଥିଲା ସେତେବେଳେ ଦୁର୍ଘଟଣା ଘଟିବାର କୌଣସି ସୁରାକ ମିଳି ନଥିଲା ।

କିନ୍ତୁ ୨୦ ତାରିଖ ଦିନ ପୋଲିସ ଏହା ପ୍ରମାଣ ଦେଉଛି ଯେ, ଦୁର୍ଘଟଣା ଦ୍ଵାରା କବାଟ ତଳର କିଛି ଅଂଶ ପୋଡ଼ି ଯାଇଛି ଏବଂ ସ୍କାଏ ଲାଇଟ ରେ ଥିବା ମସକ୍ୟୁଟୋ ନେଟ ର କିଛି ଅଂଶ ପୋଡ଼ି ଯାଇଛି । ଏହା ଦେଖି ଦୁର୍ଘଟଣା ଘଟିଛି ବୋଲି ପୋଲିସ ନିଜର ମତ ରଖିଛି । କିନ୍ତୁ ଯେଉଁ ସ୍ଥାନରେ ସୌମ୍ୟ ପୋଡ଼ି ମୃତ୍ୟୁ ବରଣ କରିଛନ୍ତି ସେହି ସ୍ଥାନରେ ଥିବା ପ୍ଲାଷ୍ଟିକ ଡବା, ପଲିଷ୍ଟର କପଡା ରେ ନିଆଁ ଲାଗି ନାହିଁ ।

ଏଭଳି କି କାନ୍ଥ ରେ ମଧ୍ୟ କୌଣସି କଳା ଦାଗ ନାହିଁ । ଏଥିରୁ ସ୍ପଷ୍ଟ ରୂପରେ ଜଣା ପଡୁଛି ଯେ, ଯେତେ ସବୁ ପ୍ରମାଣ ଅଛି ତାକୁ ପୋଲିସ ନଷ୍ଟ କରିବାକୁ ଚେଷ୍ଟା କରୁଛି । ଏହି ସବୁ କୌଣସି ନା କୌଣସି ବଡ଼ ଅଧିକାରୀ ଙ୍କୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *