ସାରଙ୍କ ଇଂରାଜୀ ଲେଖା ଦେଖି ଜିଲ୍ଲାପାଳଙ୍କର ଉଡିଗଲା ହୋସ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାନାହିଁ ଇଂରାଜୀ । ସାର ଙ୍କୁ ଜଣାନହିଁ ୪୯ ରୁ ୧୨ ଗଲେ କେତେ ? ପିଲା ମାନଙ୍କୁ ଜଣାନାହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ? ତେବେ ଧରାଛୁଆଁ ଦେଉନହାଁନ୍ତି ଜିଲ୍ଲା ଶିକ୍ଷା ଅଧିକାରିଣୀ । ଉପରୁ ତଳ ସମସ୍ତେ ପାଠରେ ଦୁର୍ବଳ । ଏହା ସହିତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଇଂରାଜୀ ଲେଖା ଦେଖି ଜିଲ୍ଲାପାଳ ମଧ୍ୟ ଆଶ୍ଚର୍ଯ୍ୟ । ମାତ୍ର ବିଦ୍ୟାଳୟର ଶିକ୍ଷକ ଯଦି ସାଧାରଣ ଭାବରେ କହି ପାରିବେ ନାହିଁ ଯେ ୪୯ ରୁ ୧୨ ଗଲେ କେତେ ?

ତେବେ ଆପଣ ଚିନ୍ତା କରନ୍ତୁ ଯେ ସେହି ବିଦ୍ୟାଳୟର ଛାତ୍ରଙ୍କ ଶିକ୍ଷା ଅବସ୍ଥା କ’ଣ ହୋଇଥିବ ? ଏହି ଘଟଣାଟି ପ୍ରସାରିତ ହେବା ପରେ ବ୍ଲକ ଶିକ୍ଷା ବିଭାଗ ସ୍କୁଲ ମାନଙ୍କୁ ଏକ ଚିଠି ଜାରି କରିଥିଲେ, ଯେଉଁ ଚିଠି ସଂପୂର୍ଣ୍ଣ ଭାବରେ ଇଂରାଜୀରେ ଲେଖାଥିଲା । ସାମ୍ବାଦିକ ମାନେ ସ୍କୁଲ ପରିସରକୁ ପ୍ରବେଶ କରିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଲା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଏବଂ କଙ୍କଡାହାଡ ଦୁଇଟି ବ୍ଲକର ଶିକ୍ଷା ଅଧିକାରୀ ଦାଇତ୍ଵରେ ଥିବା ହରିହର ଦେହୁରିଙ୍କ ଇଂରାଜୀ ଚିଠି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଚିଠିର ପ୍ରତ୍ୟକଟି ବାକ୍ୟରେ ଗ୍ରାମାଟିକାଲ ଏରର ରହିଛି । ଯେଉଁ ଚିଠିକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଢେଙ୍କାନାଳ ଜିଲ୍ଲାର ସାମ୍ବାଦିକ ମାନେ ।

ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କ ଠାରୁ ଆରମ୍ଭ କରି ସ୍କୁଲର ପିଲାମାନଙ୍କ ପର୍ଯ୍ୟନ୍ତ କେହି ସଠିକ ଉତ୍ତର ଦେବା ନିମନ୍ତେ ସକ୍ଷମ ନୁହଁନ୍ତି । ଅପର ପାର୍ଶ୍ଵରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଇଂରାଜୀ ଚିଠି ଦେଖି ଜିଲ୍ଲାପାଳ କହିଛନ୍ତି ନିଆଯିବ କାର୍ଯ୍ୟନୁଷ୍ଠାନ । ଜିଲ୍ଲାପାଳ କହିଛନ୍ତି ଯେ ଗଣମାଧ୍ୟମକୁ ସ୍କୁଲ ମନାନାହିଁ । କିନ୍ତୁ କୁହାଯାଇଅଛି ଯେ ପଢା ସମୟରେ ପିଲା ମାନଙ୍କୁ ଡିଷ୍ଟର୍ବ କରିବା ଉଚିତ ନୁହେଁ ।

ଏଥିପାଇଁ କୁହାଯାଇଅଛି ଯେ ସ୍କୁଲ ପିରିଅଡ ପରେ କ୍ଳାସରେ ଯାଇ ସ୍କୁଲ ସମସ୍ୟାକୁ ଦୃଷ୍ଟିରେ ରଖନ୍ତୁ ତଥା ଆଲୋଚନା କରନ୍ତୁ । ସ୍କୁଲ ମ୍ୟାନେଜିଂ କମିଟିକୁ ଡାକନ୍ତୁ, ଗାଡିଅନଙ୍କୁ ଡାକନ୍ତୁ । ଯଦି ଏଭଳି କିଛି ହୋଇଥିବା ଯାହା ହେବା ଆଦୌ ଉଚିତ ନୁହେଁ ତେବେ ଜିଲ୍ଲାପାଳ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ମାତ୍ର କିଛି ବିଶିଷ୍ଟ ଲୋକେ କହିଛନ୍ତି ଯେ ସରକାର ଏହି ଯେଉଁ ନିଷ୍ପତ୍ତି ନେଇଛି ଯେ ଗଣମାଧ୍ୟମ ବିଦ୍ୟାଳୟକୁ ଯାଇପାରିବେ ନାହିଁ । ଏହା ଏକ ନିନ୍ଦନୀୟ ଘଟଣା । ଗଣମାଧ୍ୟମ ନଥିଲେ କୌଣସି ଜିନିଷ ସାମ୍ନାକୁ ଆସିବ ନାହିଁ ତଥା କୌଣସି ଅସୁବିଧାର ସୁବିଧା ହୋଇ ପାରିବ ନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *