ଗୁଟଖା ଓ ତମାଖୁ ବିଜ୍ଞାପନକୁ ନେଇ Prakruti-Elina ଙ୍କ ମଧ୍ୟରେ ଷ୍ଟାର ଫାଇଟ, କିଏ କହୁଛି କଣ ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଗୁଟଖା କମ୍ପାନୀର ବିଜ୍ଞାପନ କରିବାକୁ ନେଇ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ବିମଳ ଇଲାଇଚିର ବିଜ୍ଞାପନ ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଏଥିପାଇଁ ଅକ୍ଷୟ ସମସ୍ତ ପ୍ରସଂଶକ ଏବଂ ଶୁଭ ଚିନ୍ତକଙ୍କ ଠାରୁ କ୍ଷମା ମାଗିଛନ୍ତି । ତେବେ ଅକ୍ଷୟ କହିଛନ୍ତି, ଗତ କିଛି ଦିନ ଧରି ଆପଣମାନଙ୍କର ପ୍ରତିକ୍ରିୟା ମୋତେ ପ୍ରଭାବିତ କରିଛି ।

ମୁଁ ଟବାକୋ ସାମଗ୍ରୀକୁ ସମର୍ଥନ କରୁନାହିଁ କିମ୍ବା କରିବି ନାହିଁ । ବିମଲ ଇଲାଇଚିରେ ମୋର ବିଜ୍ଞାପନ ଆପଣଙ୍କୁ ବ୍ୟଥିତ କରିଛି । ନମ୍ରତାର ସହ ମୁଁ ଏଥିରୁ ପଛକୁ ହଟୁଛି । ସେ ଏହି ବିଜ୍ଞାପନରୁ କମାଇଥିବା ସମସ୍ତ ଅର୍ଥ ମହତ କାର୍ଯ୍ୟ ପାଇଁ ବିନିଯୋଗ କରିବେ ବୋଲି କହିଛନ୍ତି । ଅକ୍ଷୟ ଆହୁରୀ କହିଛନ୍ତି, ଚୁକ୍ତି ଅନୁଯାୟୀ କମ୍ପାନୀ ଲିଗାଲ ସମୟ ପର୍ଯ୍ୟନ୍ତ ଏହି ବିଜ୍ଞାପନ ଚଳାଇ ପାରନ୍ତି ।

କିନ୍ତୁ ମୁଁ ଭବିଷତ୍ୟରେ ଏଭଳି କାର୍ଯ୍ୟ ଯେପରି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବି । ଏହାର ପ୍ରତି ବଦଳରେ ଆପଣ ମାନଙ୍କ ଠାରୁ ମୁଁ ଭଲପାଇବା ଏବଂ ଶୁଭେଚ୍ଛା ଆଶା କରିବି । ତେବେ କିନ୍ତୁ ଚୁକ୍ତି ଅନୁଯାୟୀ ଆଇନଗତ ସମୟସୀମା ସରିବା ପର୍ଯ୍ୟନ୍ତ କଂପାନୀ ଏହି ବିଜ୍ଞାପନ ଚଲାଇପାରେ, କିନ୍ତୁ ସେ ଏଥିରୁ ଓହରି ଯାଇଥିବା ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।

ପୂର୍ବରୁ ଶାହାରୁଖ୍ ଖାନ୍, ଅଜୟ ଦେବଗନ୍ ଗୁଟଖା କଂପାନୀରେ ବିଜ୍ଞାପନ କରି ବିବାଦରେ ରହି ସାରିଛନ୍ତି । ଏବେ ଅକ୍ଷୟ ଏଭଳି କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ଏହାକୁ ନେଇ ସବୁଆଡେ ଚର୍ଚ୍ଚା ଧରିଛି ଏହାଛଡା ଓଲିଉଡ ର ଦୁଇ ଜଣ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ପ୍ରକୃତି ମିଶ୍ର ଙ୍କ ର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଆସିଛି ।

ତେବେ ଏଲିନା ନିଜ ପ୍ରତିକ୍ରିୟା ରଖି କହିଛନ୍ତି କି ମୁଁ ଖୁସି ଅଛି କି ଅକ୍ଷୟ ସାର ନିଜ ଫ୍ୟାନ ମାନଙ୍କ ପାଇଁ ଏତେ ସୁନ୍ଦର ଏକ ମେସେଜ ପ୍ରଦାନ କରି ପୋଷ୍ଟ ରେ କ୍ଷମା ମାଗିଛନ୍ତି । ଏହା ଛଡା ଏହା ବ୍ୟକ୍ତିଗତ ପସନ୍ଦ ମୋତେ ବି ଏହିଭଳି କିଛି ବିଜ୍ଞାପନ ର ଅଫର ଆସେ କିନ୍ତୁ ମୁଁ ସିଧାସଳଖ ଭାବରେ ସେମାନଙ୍କୁ ମନା କରି ଦେଇଥାଏ ଏମିତିକି ମୋ ମ୍ୟାନେଜର ଙ୍କୁ ବି ଏହା କହି ଦେଇଛି ।

ତେବେ ସେପଟେ ପ୍ରକୃତି ମିଶ୍ର କହିଛନ୍ତି ଏହା ଏକ ବ୍ୟକ୍ତିଗତ ପସନ୍ଦ କେଉଁ ବ୍ୟକ୍ତି ଏହାକୁ କିପରି ଗ୍ରହଣ କରିବ ତାହା ଉପରେ ନିର୍ଭର କରେ ତେବେ ପ୍ରଥମ ପ୍ରଶ୍ନ ହେଉଛି କୁ ତମାଖୁ ଆଡ଼ି ସ୍ୱାସ୍ଥ୍ୟ ପାଇଁ ଏତେ ଖରାପ ଏତେ ହାନିକାରକ ଯଦି ତେବେ ସରକାର ତାକୁ ବ୍ୟାନ କାହିଁକି କରୁ ନାହୁଁ ବ୍ୟାନ କରିଦେଲେ କୌଣସି ବିଜ୍ଞାପନ ମଧ୍ୟ ହେବ ନାହିଁ । ଯେ ଅକ୍ଷୟ ସାର ଙ୍କ ନିସ୍ପ କୁ ସେ ସମ୍ମାନ ଜଣାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *