ଓଃ କି ରୂପ ! କଂଗ୍ରେସ ଭବନରେ ଖଣ୍ଡା ବୁଲେଇଲେ କଂଗ୍ରେସ ବିଧାୟକ Sura Routray, Video ଦେଖିଲେ ହସି ହସି ଗଡିବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆଜି ରାଜ୍ୟ ଦେଖିବ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ । ରାଜଧାନୀରେ ପୁଣି ଗର୍ଜିବେ ପାଇକ । ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ସମାବେଶ ଅନୁଷ୍ଠିତ ହେବ । ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି ହୋଇଛି । ଆଜି ଖୋର୍ଦ୍ଧା ବରୁଣେଇରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲି କରାଯିବ । ଏହାପରେ ପ୍ରଦର୍ଶନୀ ପଡ଼ିଆଠାରେ ହେବ ସମାବେଶ ।


ତେବେ ୧୮୧୭ରେ ବ୍ରିଟିଶ ଶାସନ ବିରୋଧରେ ଜୋରଦାର ଲଢ଼େଇ କରିଥିଲେ ପାଇକ । ୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ବରେ ଚାଲିଥିଲା ଘମାଘୋଟ ଲଢ଼େଇ । ଏହା ହିଁ ଥିଲା ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଲଢ଼େଇକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇଥିଲେ ।

୨୦୧୯ରେ ଖୋର୍ଦ୍ଧା ବରୁଣେଇକୁ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଥିଲେ । କିନ୍ତୁ ୨୦୨୧ ଡ଼ିସେମ୍ବର ୩ ତାରିଖରେ ସଂସଦରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଇ ହେବ ନାହିଁ ବୋଲି କହିଥିଲେ ।

କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରାଯାଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ଗର୍ଜନ ସମାବେଶର ଯୋଜନା ରହିଛି । ତେବେ ସେପଟେ ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖଣ୍ଡା ବୁଲାଇ ଥିବା ଦେଖିବାକୁ ମିଳିଛି ।


ଓଡିଶା ବୀର ମହାସଂଘ ପକ୍ଷରୁ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେବା ପୂର୍ବରୁ ସୁରେଶ ରାଉତରାୟ ସମରକଳା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ସେ ଖଣ୍ଡା ବୁଲାଇ ଥିବା ନଜର ଆସିଥିଲେ । ତେବେ ୧୮୧୭ ମସିହାରେ ପାଇକ ବିଦ୍ରୋହ ବେଳେ ପିତୃପୁରୁଷ ମାନେ ଯେଉଁ ଲଢେଇ କରିଥିଲେ ତାହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସୁର ରାଉତରାୟ ଦାବି କରିଛନ୍ତି ।

ପାଇକ ସମାବେଶରେ ୧୦ ହଜାରରୁ ଅଧିକ ପାଇକ ଯୋଗ ଦେଇଛନ୍ତି ।  ଯଦି ଆଜି କିଛି ପଦକ୍ଷେପ ନିଆ ନଗଲା ତେବେ ଆଗାମୀ ଦିନରେ ଲକ୍ଷାଧିକ ପାଇକଙ୍କୁ ନେଇ ଦିଲ୍ଲୀ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *