କାହିଁକି ମିଛ କହିଲା ବନ ବିଭାଗ ? ପ୍ରକୃତ Coco ଏବେ କେଉଁଠି ?

ନମସ୍କାର ବନ୍ଧୁଗଣ ତେବେ କଟକ ତୁଳସୀପୁରରୁ ଉଡି ଯାଇଥିଲା କୋକୋ ନାମକ ଶୁଆ । ଯାହା ଅଧ୍ୟାପିକା ସୁସ୍ମିତା ବେହେରାଙ୍କ ଘରେ ରହିଥିଲା । ପରେ ଏହି କୋକୋ ପାଇଁ ଅନେକ ପାଲା ହେଲା । ଏମିତିକି ସୁସ୍ମିତା ତାଙ୍କ କୋକୋକୁ ଫେରାଇ ଆଣିଲେ ୫ ହଜାର ଟଙ୍କା ଦେବେ ବୋଲି ମଧ୍ୟ ଘୋଷଣା କଲେ । ଚାଲିଲା କୋକୋ ଖୋଜା । ପରେ କୋକୋ ଫେରିଲା ବୋଲି ଦାବି କରାଗଲା । ଆଉ ଗତକାଲି ତାକୁ ବନ ବିଭାଗ ପାତ୍ରପଡାସ୍ଥିତ ଔଷଧୀୟ ଉଦ୍ୟାନରେ ଛାଡିଥିଲା ।

କିନ୍ତୁ ପ୍ରାଣୀ ବିଶେଷଜ୍ଞଙ୍କ ମତ ଏ ଶୁଆ କୋକୋ ନୁହେଁ ! ଏହା ଫେକ୍‌ କୋକୋ ! ଆଇନ୍ କହୁଛି ଭାରତୀୟ ପ୍ରଜାତୀର ବନ୍ୟ ଶୁଆ ଘରେ ରଖିବା ଅନୁଚିତ୍ । ଏଗୁଡିକୁ ଆପଣ ରଖିଲେ ଦଣ୍ଡନୀୟ ଅପରାଧର ଭାଗି ହେବେ । ଯେ କୌଣସି ଭାରତୀୟ ଶୁଆକୁ ପଞ୍ଜୁରୀ ଭିତରେ ଆବଦ୍ଧ କରି ରଖିବା ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଗୁରୁତ୍ୱପୂର୍ଣ୍ଣ ଧାରା ୯ର ଉଲ୍ଲଙ୍ଘନ । ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ସେହି କ୍ରମରେ ବଜାରରେ ମିଳୁଥିବା ବିଦେଶୀ ପ୍ରଜାତୀର ଶୁଆ ରଖିବା ସେଭଳି କୌଣସି ଦଣ୍ଡନୀୟ ଅପରାଧ ପର୍ଯ୍ୟାୟଭୁକ୍ତ ହେବ ନାହିଁ । କିନ୍ତୁ ଅଧ୍ୟାପିକା ମହୋଦୟା ଯେଉଁ ଶୁଆ ରଖିଥିଲେ ତାହା ସମ୍ପୁର୍ଣ୍ଣ ଭାରତୀୟ ପ୍ରଜାତୀର । ତେବେ ଗତକାଲି ବନ ବିଭାଗ ପକ୍ଷରୁ ପାତ୍ରପଡାରେ ଯେଉଁ ଶୁଆ ଛଡାଗଲା, ତାହା ରିଙ୍ଗ ନେକେଡ ପାରାକିଟ ନାମକ ଭାରତୀୟ ପ୍ରଜାତିର ଶୁଆ । ଯାହାକୁ କଟକରେ ସୁସ୍ମିତାଙ୍କ ଘର ଭିତରେ ଥିବା ଏକ ପଞ୍ଜୁରୀ ମଧ୍ୟରୁ ବନ୍ଦୀ ଅବସ୍ଥାରେ ବନ ବିଭାଗ  ଉଦ୍ଧାର କରିଥିଲା ।

କିନ୍ତୁ ଯେଉଁ ଶୁଆଟିର ଭିଡ଼ିଓ ଗଣମାଧ୍ୟମ ଜରିଆରେ ଭାଇରାଲ ହେଇଥିଲା, ତାହା ସମ୍ପୁର୍ଣ୍ଣ ଭିନ୍ନ । ତାହା ଏକ ଆଲେକଜାଣ୍ଡାରିନ ଶୁଆ(ବିରଳ ଭାରତୀୟ ପ୍ରଜାତୀ ବା ଟିଆ ଶୁଆ) ଥିଲା । ନିଜେ ସୁସ୍ମିତା ଜାରି କରିଥିବା ପୋଷ୍ଟରରେ ତାଙ୍କର ନିଖୋଜ ଶୁଆର ଡେଣାରେ ନାଲି ଦାଗ ଥିବା କଥା ଉଲ୍ଲେଖ କରିଥିଲେ । ହେଲେ ତାଙ୍କ ଘରୁ ଜବତ ହେଇଥିବା ଶୁଆ ଡେଣାରେ ସେଇ ନାଲି ଦାଗ ନ ଥିଲା । ଅର୍ଥାତ ସୁସ୍ମିତାଙ୍କ ଘରୁ ଉଡି ଯାଇଥିବା ଶୁଆ କୋକୋ ଓ ଜବତ ହୋଇ ଭୁବନେଶ୍ୱରରେ ଛଡ଼ା ଯାଇଥିବା ଶୁଆ ଦୁଇଟି ଯାକ ସମ୍ପୂର୍ଣ୍ଣ ଭିନ୍ନ ।

ତେବେ ବର୍ତ୍ତମାନ ପ୍ରଶ୍ନ ଅସଲ କୋକୋ କେଉଁଠି ଅଛି ?ଆଲେକଜାଣ୍ଡାରିନ ପ୍ରଜାତୀର ଶୁଆକୁ ଆମ ଭାଷାରେ ଟିଆ ଶୁଆ ବୋଲି କୁହାଯାଏ । ଏଗୁଡିକ ସହଜରେ ଧରା ଦିଅନ୍ତି ନାହିଁ କିମ୍ବା ପୋଷା ମାନନ୍ତି ନାହିଁ । ପ୍ରବଳ ଧାନ ଖାଆନ୍ତି । କିନ୍ତୁ ରିଙ୍ଗ ନେକେଡ ପାରାକିଟ ହେଉଛି ଅନ୍ୟ ଏକ ପ୍ରଜାତୀର ମାଈ ଶୁଆ । ଏଣୁ ସଂଯୋଗ ବଶତଃ ଏହା ଉଡିଆସିଛି ନା ଅଧ୍ୟାପିକାଙ୍କ ଘରେ ଏ ଶୁଆଟି ପୂର୍ବରୁ ରହିଥିଲା ତାହା ତଦନ୍ତ ସାପେକ୍ଷ ।

ନଗର ବନଖଣ୍ଡ ଏସିଏଫ ବିଜୟ କୁମାର ପରିଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଆମେ ଯେଉଁ ଶୁଆଟି କଟକରୁ ଜବତ କରି ଭୁବନେଶ୍ୱରରେ ଛାଡିଲୁ ତାହା ଏକ ରିଙ୍ଗ ନେକେଡ ପାରାକିଟ ଶୁଆ । ଯେଉଁ କୋକୋ ଫୋଟୋ ପୋଷ୍ଟରରେ ଦିଆଯାଇଥିଲା ତାହା ଏଇ ଶୁଆ ନୁହେଁ । ଆମେ ତଦନ୍ତ କରୁଛୁ । ସମ୍ପୃକ୍ତ ଭଦ୍ର ମହିଳାଙ୍କୁ ପଚରାଉଚରା କରାଯିବ । ତେବେ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଆଇନ୍ ଅନୁସାରେ ଶୁଆକୁ ପଞ୍ଜୁରୀ ଭିତରେ ରଖିଥିବା ଅପରାଧରେ ଭଦ୍ର ମହିଳାଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିବା କଥା । ବନ୍ୟପ୍ରାଣୀ ଆଇନରେ ଅଭିଯୁକ୍ତଙ୍କୁ ଜାମିନ ଦେବାର ଅଧିକାର କୌଣସି ବନ ଅଧିକାରୀଙ୍କର ନାହିଁ ।

ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୮ ତାରିଖରେ କଟକ ତୁଳସୀପୁର  ଅଧ୍ୟାପିକା ସୁସ୍ମିତା ବେହେରାଙ୍କ ଘର ଭିତରୁ ଉଦ୍ଧାର କରାଯାଇଥିବା ଶୁଆଟିକୁ ପାତ୍ରପଡା ସ୍ଥିତ ମେଡିସିନାଲ ଗାର୍ଡେନ ରେ ଛଡ଼ା ଯାଇଛି । ଏହି ସମୟରେ କଟକ ରେଞ୍ଜ ଅଫିସର ଦୁର୍ଗା ଚରଣ ସାହୁ, ନଗର ବନଖଣ୍ଡର ଏସିଏଫ ବିଜୟ କୁମାର ପରିଡା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧ ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଏବଂ ଏକାମ୍ର ଆନିମଲ ୱେଲଫେୟାର ଟ୍ରଷ୍ଟ ର ପୁରବୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *