ଏମିତି ପ୍ରେମିକ ! ପ୍ରେମିକାକୁ ଜାଲରେ ଫସେଇ ନେଇଗଲା ପ୍ରେମିକାର Kidney, ଆଉ ତା’ ପରେ ଯାହା କଲା…ଶୁଣିଲେ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରେମିକା ର କିଡ୍ନୀ ନେବା ପରେ ଧୋକା ଦେଲା ପ୍ରେମିକ । ଅଧା ରାସ୍ତା ରୁ ଛାଡି ଦେଲା ହାତ । ଏ କେମିତିକା ପ୍ରେମିକ?ଯେଉଁ ପ୍ରେମିକା ନିଜ ଜୀବନ କୁ ବିପଦ କୁ ଠେଲି ଦେଇ ତା’ର ଜୀବନ ବଞ୍ଚାଇଲା ସେହି ପ୍ରେମିକା କୁ ଧୋକା ଦେଲା ପ୍ରେମିକ । ପ୍ରେମ ପାଇଁ ଘର ଲୋକଙ୍କ କଥା ଶୁଣିଲା ନାହିଁ କି ନିଜର ଭବିଷ୍ୟତ କଥା ଚିନ୍ତା ବି କଲା ନାହିଁ । ଖୁସି ଖୁସି ପ୍ରେମିକ ର ମୁହଁ କୁ ଚାହିଁ ଦେଇ ଦେଲା କିଡ୍ନୀ ଏବଂ ଭଲ ହେବା ପରି ନୂଆ ଜୀବନ ଦେଇଥିବା ପ୍ରେମିକା କୁ ବିଦାୟ ଦେଲା ପ୍ରେମିକ ।

ଏଭଳି ଘଟଣା ସାମ୍ନା କୁ ଆସିବା ପରେ ସ୍ତବ୍ଧ ହୋଇ ଯାଇଛି ପୁରା ପରିବାର । ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ଏମିତି ପ୍ରେମିକ କାହାକୁ ନ ମିଳୁ । ଧୋକାବାଜ ପ୍ରେମିକ ନୂଆ ଜୀବନ ପାଇବା ପରେ ପ୍ରେମିକା ଙ୍କୁ ଭୁଲିଗଲା । କିଡ୍ନୀ ଖରାପ କାରଣରୁ ମେଡିକାଲ ରେ ପଡ଼ିଥିଲେ ପ୍ରେମିକ । ଘଟଣା ଜାଣିବା ପରେ ନିଜ କିଡ୍ନୀ କୁ ଦାନ କରି ପ୍ରେମିକ ର ଜୀବନ ବଞ୍ଚାଇଥିଲା ପ୍ରେମିକା ।

କିନ୍ତୁ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ପରିବର୍ତ୍ତେ ନିଜ ଜୀବନ ରୁ ପ୍ରେମିକା କୁ ଦୁରେଇ ଦେଲା ପ୍ରେମିକ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଆମେରିକା ରେ । ୩୦ ବର୍ଷୀୟ ମହିଳା ଙ୍କ ସହିତ ଘଟିଛି ଏଭଳି ଘଟଣା ଏବଂ ନିଜ ପ୍ରେମିକ ଯାହା କରିଛି ତାକୁ ଭିଡିଓ କରି ଫେସବୁକ ରେ ସେୟାର କରିଛନ୍ତି ପ୍ରେମିକା । ସମ୍ପର୍କ ର ୬ ବର୍ଷ ପରେ ଛାଡ଼ି ଦେଲା ହାତ । କହିଲା ଦୁନିଆ ଆଗରେ ନାଟକ କରୁଛି ପ୍ରେମିକା ।

ଏହି ଭିଡିଓ ରେ ସେ କହୁଛନ୍ତି ତାଙ୍କର ପ୍ରେମ କୁ ୬ ବର୍ଷ ପୁରିଲାଣି । ପ୍ରେମ ଭିତରେ କିଡ୍ନୀ ରୋଗରେ ପୀଡିତ ହୋଇଥିଲେ ପ୍ରେମିକ । ଆଉ ତାଙ୍କ କିଡ୍ନୀ ମାତ୍ର ୫ ପ୍ରତିଶତ କାମ କରୁଥିବା ଜାଣି ପ୍ରେମିକା ନିଜ କିଡ୍ନୀ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏଥିରେ କିନ୍ତୁ ତାଙ୍କ ପରିବାର ରାଜି ହେଉ ନଥିଲେ । କିନ୍ତୁ ସେ ନିଜ ଜିଦ୍ଧ ରେ କିଡ୍ନୀ ଦାନ କରି ଦେଇଥିଲେ । କିନ୍ତୁ ସୁସ୍ଥ ହେବା ପରେ ଧୋକାବାଜ ପ୍ରେମିକ ସବୁ ସମ୍ପର୍କ ଓ କଷ୍ଟ କୁ ଭୁଲି ନିଜ ପ୍ରେମିକା ଙ୍କ ସହିତ ସମ୍ପର୍କ କାଟିବାକୁ ସ୍ଥିର କରିଥିଲେ ।

ସେପଟେ ପ୍ରେମିକ ଜଣକ କହିଛନ୍ତି ଭଲ ପାଇବା ପାଇଁ ନୁହେଁ ବରଂ ଦୁନିଆ ସାମ୍ନା ରେ ବଡ଼ ହେବା ପାଇଁ ତାଙ୍କ ପ୍ରେମିକା କିଡ୍ନୀ ଦେଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ଭିଡିଓ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ପ୍ରେମିକ ର ଏଭଳି କାମ କୁ ନିନ୍ଦିତ କରୁଥିବା ବେଳେ ପ୍ରେମିକା ଙ୍କୁ ସମସ୍ତେ ସାବାସୀ ଜଣାଉଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *