କେନ୍ଦ୍ର ସରକାରଙ୍କ ବଡ ନିସ୍ପତ୍ତି: ପୁଣି ଖୋଲିବ ସ୍କୁଲ ! ଦେଖନ୍ତୁ କେବେଠୁ…

ନମସ୍କାର ବନ୍ଧୁଗଣ ତେବେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏପରି ସ୍ଥିତିରେ ସ୍କୁଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସରକାର ଖୁବ୍ ଶୀଘ୍ର ଗାଇଡ଼ଲାଇନ୍ ଜାରି କରିପାରନ୍ତି । କରୋନା କଟକଣା କଡ଼ାକଡ଼ି ପାଳନ ସହ ସ୍କୁଲ ଖୋଲିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ୧୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯାଉଥିବାର ସ୍କୁଲ ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି ।

ତେବେ ସାରା ଦେଶରେ ସ୍କୁଲ ଖୋଲିବା ପାଇଁ ଜାତୀୟ ପରାମର୍ଶଦାତା କମିଟିର ମତାମତ ଲୋଡିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । କରୋନା ମହାମାରୀ ସବୁ ବର୍ଗର ପିଲାଙ୍କୁ ପ୍ରଭାବିତ କରିଛି । ହେଲେ ପିଲାଙ୍କ କ୍ଷେତ୍ରରେ ମୃତ୍ୟୁ ହାର ଓ ଗୁରୁତର ସଂଖ୍ୟା କମ୍ ରହିଛି । ତେଣୁ ଏବେ ପିଲାଙ୍କ ପାଇଁ ସ୍କୁଲ ଖୋଲିବାର ସମୟ ଆସି ଯାଇଛି ବୋଲି ମତ ଦେଉଛନ୍ତି ଶିକ୍ଷାବିତ୍ ।

କରୋନା ମହାମାରୀ ଆସିବା ପରଠାରୁ ମାର୍ଚ୍ଚ ୨୦୨୦ରୁ ସାରା ଦେଶରେ ଶ୍ରେଣୀଗୃହ ପାଠପଢା ବନ୍ଦ ରହିଛି । ଏହାରି ଭିତରେ କିଛି ରାଜ୍ୟ ଆଂଶିକ ସ୍କୁଲ ଖୋଲୁଛନ୍ତି । କିନ୍ତୁ  ସଂକ୍ରମଣ ବଢିବା ପରେ ପୁଣି ସ୍କୁଲ ବନ୍ଦ କରି ଦେଉଛନ୍ତି । ସ୍କୁଲ ଖୋଲିବା ପାଇଁ ରାଜ୍ୟମାନେ ସଂପୂର୍ଣ୍ଣ ପ୍ରସ୍ତୁତ କି ନୁହଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ ବୋଲି କୁହାଯାଇଛି । ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି ।

ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ଦେଶରେ ୯୫ ପ୍ରତିଶତ ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି । ତେବେ ବର୍ତ୍ତମାନ କରୋନା ସଂକ୍ରମଣ ତଳମୁହାଁ ହେଉଥିବାେଳେ ସ୍କୁଲ ବନ୍ଦ କରିଥିବା ଅନେକ ରାଜ୍ୟ ପୁଣିଥରେ ସ୍କୁଲ ଖୋଲିଛନ୍ତି । ଆଉ କିଛି ଆଗକୁ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି । ଗତ ୨୪ ତାରିଖରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାର ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଯାଇଛି ।

ଆସନ୍ତା ୧ ଫେବ୍ରୁଆରିଠୁ ଦଶମରୁ ଦ୍ୱାଦଶ ଶ୍ରେଣୀ ଯାଏ ଖୋଲିବାକୁ ହରିୟାଣା ସରକାର ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡରେ ୧୦ମରୁ ଦ୍ୱାଦଶ ଯାଏ ଅଫ୍‌ଲାଇନ୍‌ରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ସେହିପରି କେରଳରେ ଦଶମରୁ ଦ୍ୱାଦଶ ଶ୍ରେଣୀରେ ଟିକା ନେଇଥିବା ପିଲାମାନେ ଅଫ୍‌ଲାଇନ୍‌ରେ କ୍ଲାସ୍‌ କରିବାକୁ ଅନୁମତି ଦିଆଯାଇଛି ବର୍ତ୍ତମାନ କେବଳ କେନ୍ଦ୍ର ସରକାରଙ୍କ ଆଡ଼ଭାଇଜରି କୁ ଅପେକ୍ଷା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *