ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଏ କି କାଣ୍ଡ ! School ପରିସର ଭିତରେ ଏହି ଦିଦିଙ୍କ ସହ ଯାହା କଲେ ଶୁଣିଲେ ରକ୍ତ ଗରମ ହେଇଯିବ…ଦେଖନ୍ତୁ ସେ କଣ କହୁଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ ରାଜ୍ୟ ସରକାର ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି । ୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ସାରା ରାଜ୍ୟରେ ବର୍ତ୍ତମାନ ପାଖାପାଖି ୪୦୦୦ ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ଭିତରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି ।

ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ ସଂକଳ୍ପ ସୃଷ୍ଟି କରିଛି ବୋଲି ସେ କହିଥିଲେ । ତେବେ ବର୍ତ୍ତମାନ ସମୟରେ କେଉଁଠି ଶିକ୍ଷକ ମାନେ ନିଜ ଛାତ୍ରୀ ଙ୍କ ସହ ଅସଦାଚରଣ କରୁଛନ୍ତି ତ କେଉଁଠି ପିଲା ମାନଂକୁ ମାଡ଼ ହେଉଛି । ତେବେ ବର୍ତ୍ତମାନ ଶିକ୍ଷୟତ୍ରୀ ମଧ୍ୟରେ ମଧ୍ୟ ମାରପିଟ ଆରମ୍ଭ ହୋଇ ଯାଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା ।

ଆନନ୍ଦପୁର ବ୍ଲକ୍ ଡିହସାହି ପ୍ରାଥମିକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କୁ ପିଟିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲ ପରିସରରେ ଗୁଡାଇ ତୁଡାଇ ମାଡ ମାରିଛନ୍ତି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ । ଆକ୍ରମଣ ଶିକାର ହୋଇଥିବା କନିଷ୍ଠ ଶିକ୍ଷୟିତ୍ରୀ ପଙ୍କଜିନି ସାହୁ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ କରିଛନ୍ତି । ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିଆ ଜେନାଙ୍କ ବିରୋଧରେ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ପ୍ରତ୍ୟେକ ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିୟା ପଙ୍କଜିନିଙ୍କୁ ମିଥ୍ୟା ଆରୋପ ଲଗାଇ ଗାଳିଗୁଜ କରୁଥିବା ବେଳେ ଗାଳିଗୁଲଜର ଅଡିଓ ରେକଡିଂ କରିଥିଲେ ପଙ୍କଜିନି । ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ଜାଣିଯିବାରୁ ଆଜି ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଏହି ଦୃଶ୍ୟକୁ ବିଦ୍ୟାଳୟର ପାଚିକା ସମେତ ଅନ୍ୟ କେତେକ ସ୍ତ୍ରୀ ଲୋକେ ଦେଖି ଛଡାଇଥିବା କହିଛନ୍ତି ।

ତେବେ ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଅହି ଘଟଣାକୁ ନେଇଁ ଗାଁ ଲୋକଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ବରୁ ମଧ୍ୟ ଅନ୍ୟଜଣେ ଶିକ୍ଷକଙ୍କୁ ଏଭଳି ହଇରାଣ କରିବାରୁ ସଂପୃକ୍ତ ଶିକ୍ଷକ ବାଧ୍ୟହୋଇ ଅନ୍ୟତ୍ର ବଦଳି କରାଇନେଇଥିବା ଗାଁ ଲୋକେ କହିଛନ୍ତି ।

ଲିଲିପ୍ରିୟା ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ନେବା ଦିନଠାରୁ ଗାଁ ସ୍କୁଲରେ ବିଶୃଙ୍ଖଳା ଲାଗିରହିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ତୁରନ୍ତ ତାଙ୍କ ବଦଳି ଦାବି କରିଛନ୍ତି ଗାଁ ଲୋକେ । ସେପଟେ ଏନେଇ ଦାୟିତ୍ୱରେ ଥିବା ପ୍ରଧାନି ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *