ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଜଡିତ 25 ଟି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନ ! Odia general knowledge

ବନ୍ଧୁଗଣ ଜଗତର ନାଥ ହେଉଛନ୍ତି ଜଗନ୍ନାଥ । ତେବେ ପ୍ରତ୍ଯେକ ବର୍ଷ ପୁରୀ ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ମଧ୍ୟ ହୋଇଥାଏ । ଯାହାକି ବିଶ୍ଵପ୍ରସିଦ୍ଧ ଅଟେ । ତେବେ ପ୍ରଭୁ ଜଗନ୍ନାଥ ଓ ରଥଯାତ୍ରା ସମ୍ପର୍କରେ କିଛି ମହତ୍ଵପୂର୍ଣ୍ଣ କଥା ସାଧାରଣ ଜ୍ଞାନ ମାଧ୍ୟମରେ ଚାଲନ୍ତୁ ଆଲୋଚନା କରିବା ।

1- ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା କେଉଁ ତିଥିରେ ପାଳନ କରାଯାଏ ?

ଉତ୍ତର;- ଜୈଷ୍ଠ ପୂର୍ଣ୍ଣିମା ।

2- ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା କେଉଁ ତିଥିରେ ପାଳନ କରାଯାଇଥାଏ ?

ଉତ୍ତର;- ବୈଶାଖ ଶୁକ୍ଳ ତୃତୀୟା ଠାରୁ 21 ଦିନ ।

3- ଶ୍ରୀ ଜଗନ୍ନାଥଙ୍କ ନୀଳାନ୍ଦ୍ରୀ ମହୋତ୍ସବ କେଉଁ ତିଥିରେ ପାଳନ କରାଯାଏ ?

ଉତ୍ତର;- ବୈଶାଖ ଶୁକ୍ଳ ସପ୍ତମୀ ।

4- ଶ୍ରୀ ଜଗନ୍ନାଥଙ୍କ ଗଣେଶ ବା ହାତୀ ବେଶ କେଉଁ ତିଥିରେ ପାଳନ କରାଯାଇଥାଏ ?

ଉତ୍ତର;- ଦେବସ୍ନାନ ପୂର୍ଣ୍ଣିମା ।

5- ଶ୍ରୀ ଜଗନ୍ନାଥଙ୍କ ନବକଳେବର କେତେ ବର୍ଷରେ ଥରେ ହୁଏ ?

ଉତ୍ତର;- 12 ବର୍ଷରେ ।

6- ଶ୍ରୀ ଜଗନ୍ନାଥଙ୍କ ଜନ୍ମ ମାସର ନାମ କଣ ?

ଉତ୍ତର;- ଜୈଷ୍ଠ ମାସ ।

7- ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦର ଅନ୍ୟ ନାମ କଣ ?

ଉତ୍ତର;- ଅନବ୍ରହ୍ମ ।

8- ଜଗନ୍ନାଥଙ୍କ ଶ୍ମଶାନକୁ କଣ କୁହାଯାଇଥାଏ ?

ଉତ୍ତର;- କୋଇଲି ବୈକୁଣ୍ଠ ।

9- ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର କେତୋଟି ଚକ ଅଛି ?

ଉତ୍ତର;- 16 ଟି ।

10- ପ୍ରଭୁ ବଳଭଦ୍ରଙ୍କ ରଥର ନାମ କଣ ଅଟେ ?

ଉତ୍ତର;- ତାଳଧ୍ଵଜ ।

11- ଦେବୀ ସୁଭଦ୍ରାଙ୍କ ରଥର ନାମ କଣ ଅଟେ ?

ଉତ୍ତର;- ଦେବ ଦଳନ ବା ଦର୍ପଦଳନ ।

12- ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର କେତୋଟି ଚକ ଅଛି ?

ଉତ୍ତର;- 14 ।

13- ଦେବୀ ସୁଭଦ୍ରାଙ୍କ ରଥର କେତୋଟି ଚକ ରହିଛି ?

ଉତ୍ତର;- 12 ।

14- ଶ୍ରୀ ମନ୍ଦିରର ବେଢାକୁ କଣ କୁହାଯାଇଥାଏ ?

ଉତ୍ତର;- ମେଘନାଦ ପାଚେରୀ ।

15- ମେଘନାଦ ପାଚେରୀର ଓସାର କେତେ ?

ଉତ୍ତର;- 6 ଫୁଟ ।

16- ଶ୍ରୀ ମନ୍ଦିରର ଭିତର ବେଢାକୁ କଣ କୁହାଯାଇଥାଏ ?

ଉତ୍ତର;- କୂର୍ମ ବେଢା ।

17- ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶଙ୍ଖର ନାମ କଣ ଅଟେ ?

ଉତ୍ତର;- ପଞ୍ଚଜନ୍ୟ ।

18- ମେଘନାଦ ପାଚେରୀରେ କେଉଁ ବିଶେଷ ପ୍ରକାରର ପଥର ବ୍ୟବହାର କରାଯାଇଛି ?

ଉତ୍ତର;- ଶବ୍ଦ ନିରୋଧକ ।

19- ବାଇଶି ପାହାଚ କିଏ ନିର୍ମାଣ କରିଥିଲେ ?

ଉତ୍ତର;- ଭାନୁଦେବ ।

20- ମୁକ୍ତି ମଣ୍ଡପ କିଏ ନିର୍ମାଣ କରିଥିଲେ ?

ଉତ୍ତର;- ଗୌରୀ ରାଣୀ ।

21- ମେଘନାଦ ପାଚେରୀ କିଏ ନିର୍ମାଣ କରିଥିଲେ ?

ଉତ୍ତର;-କପିଳେନ୍ଦ୍ର ଦେବ ।

22- ମହାପ୍ରଭୁ ଜଗନ୍ନାଥଙ୍କ ରଥର ସାରଥିର ନାମ କଣ ଅଟେ ?

ଉତ୍ତର;- ଦାରୁକ ।

23- ମାତା ସୁଭଦ୍ରାଙ୍କ ରଥର ସାରଥୀଙ୍କ ନାମ କଣ ଅଟେ ?

ଉତ୍ତର;- ଅର୍ଜ୍ଜୁନ ।

24- ବଳଭଦ୍ରର ରଥର ସାରଥୀଙ୍କ ନାମ କଣ ଅଟେ ?

ଉତ୍ତର;- ମତାଳୀ ।

25- ରଥଯାତ୍ରାରେ କାହାର ରଥ ପ୍ରଥମେ ଗଡିଥାଏ ?

ଉତ୍ତର;- ବଳଭଦ୍ର ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *