ମିଶିଗଲେ ବର୍ଷା-ଅନୁଭବ, ଏମିତି କଣ ହେଲା ? ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଜଣେ ଅଭିନେତା ହେବା ସହ ବିଜେଡି ଦଳର ସାଂସଦ ଅଟନ୍ତି । ବର୍ଷା ଅନୁଭବ ଗତ କିଛି ବର୍ଷ ତଳେ ବିବାହ କରିଥିଲେ ହେଲେ ଏବେ ତାଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବେଶ କିଛିଦିନ ହେଲା ପାରିବାରିକ ସମସ୍ୟାକୁ ନେଇ ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତିଙ୍କ ଭିତରେ ବିବାଦ ସୃଷ୍ଟି ହୋଇଛି । ବିବାଦ କେବଳ କୋର୍ଟ-କଚେରୀରେ ସୀମିତ ନରହି, ସୋସିଆଲ ମିଡ଼ିଆରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆରୋପ ଲାଗି ରୁହେ ।

ଯାହା ସାରା ଓଡ଼ିଶାବାସୀ ଜାଣନ୍ତି । କିନ୍ତୁ, ଏବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୂ ଜଗନାଥଙ୍କ ଲାଗି ଦୁହିଁଙ୍କ ସ୍ୱର ଏକ ହୋଇଛି। ବନ୍ଧୁଗଣ ସାଂସଦ ପିନାକୀ ମିଶ୍ରଙ୍କ ବକ୍ତବ୍ୟକୁ ଦୁହେଁ ସମର୍ଥନ କରିଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କେହି କେହି କହୁଛନ୍ତି ପ୍ରଭୁ ଜଗନ୍ନାଥଙ୍କ ପାଇଁ ବର୍ଷା ଅନୁଭବ ଏକ ହେଲେ ।

ଶ୍ରୀ ମନ୍ଦିର ଐତିହ କରିଡର ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠିଛି । ଶ୍ରୀ ମନ୍ଦିର ଚାରି ପଟରେ ବେଆଇନ ଭାବେ ଖନନ କାର୍ଯ୍ୟ କରାଯାଉଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ ପାର୍ଲାମେଣ୍ଟରେ କହିଥିଲେ । ଏହାର ଉତ୍ତରରେ ଶ୍ରୀ ମନ୍ଦିରର ସୁରକ୍ଷା କରିଡରରେ ଚାରୋଟି ଟଏଲେଟ ନିର୍ମାଣ ହେଉଛି ବୋଲି ପିନାଖି ମିଶ୍ର ପାର୍ଲାମେଣ୍ଟରେ କହିଥିଲେ । ପିନାକୀ ପାର୍ଲାମେଣ୍ଟରେ ଉତ୍ତର ଦେଉଥିବା ବେଳେ ସାଂସଦ ଅନୁଭବ ମହାନ୍ତି ୟେସ ୟେସ କହିବା ସହ ଟେବୁଲ ବାଡେଇ ଜୋରଦାର ସମର୍ଥନ କରିଥିଲେ ।

ସେତେବେଳେ ଅନୁଭବଙ୍କ ଏଭଳି ସମର୍ଥନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାର ମାତ୍ର କେଇ ଦିନ ପରେ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଟ୍ବିଟ କରି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି । ଶ୍ରୀ ମନ୍ଦିର ପାଖରେ ଟଏଲେଟ ନଥିଲେ ସମସ୍ୟା କଣ ହୁଏ । ମନ୍ଦିରର କରିଡର ଭିତରେ ଭକ୍ତଙ୍କ ପାଇଁ ସୁବିଧାକୁ ବିରୋଧ ନକରାଯାଉ ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *