‘ପରୀକ୍ଷା ପେ ଚର୍ଚ୍ଚା 2022’ ରେ PM Narendra Modi ଙ୍କୁ ଭେଟିଲେ ଯାଜପୁର ଝିଅ, Explain କଲେ ଏହି 4 ଟି ପ୍ରଶ୍ନ, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଦେଶରେ ବୋର୍ଡ ପରୀକ୍ଷା ପ୍ରସ୍ତୁତି କରୁଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହି ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ । ଆଜି ଦେଶବ୍ୟାପୀ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୨ ଲକ୍ଷରୁ ଅଧିକ ପିଲା ଯୋଡ଼ି ହୋଇଥିଲେ । ପରୀକ୍ଷା ପୂର୍ବରୁ ଏ କାର୍ଯ୍ୟକ୍ରମ ସେମାନଙ୍କ ମନୋବଳ ବଢାଇଥିବା ପିଲାଏ କହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ।


ତେବେ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ପାଇଁ ମୋଦି ମନ୍ତ୍ର ଚାପମୁକ୍ତ ରୁହ,ଆତଙ୍କିତ ନହୋଇ ପରୀକ୍ଷାକୁ ଉତ୍ସବ ଭଳି ଭାବ । ନୂଆଦିଲ୍ଲୀର ତାଲକତୋରା ଷ୍ଟାଡିୟମରୁ ଏପ୍ରିଲ ୧ ରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଦାନମନ୍ତ୍ରୀ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ ଅନେକ ଉପଯୋଗୀ ଟିପ୍ସ ଦେଇଛନ୍ତି ।

ଅନଲାଇନ ମାଧ୍ୟମ ଜ୍ଞାନର ଭଣ୍ଡାର, ସେଠୁ ଜ୍ଞାନ ଆହରଣ କରି ଅଫଲାଇନରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି । ମୋଦି ଅନଲାଇନ ହେଉ କି ଅଫଲାଇନ ତା ଉପରେ ଗୁରୁତ୍ୱ ନଦେଇ ପାଠରେ ମନୋନିବେଶ ଲାଗି ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ତେବେ ଜାତୀୟ ଶିକ୍ଷାନୀତି, ପିଲା ଓ ସମାଜକୁ କିଭଳି ସଶକ୍ତ କରିବ ବୋଲି ପରୀକ୍ଷା ପେ ଚର୍ଚ୍ଚାରେ ସାମିଲ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ମତାମତ ଜାଣିବାକୁ ଚାହିଁଥିଲେ ।

ଉତ୍ତରରେ ମୋଦି କହିଥିଲେ ଯେ ସରକାର ଶିକ୍ଷାନୀତି ପ୍ରସ୍ତୁତ କରିନାହାନ୍ତି । ଶିକ୍ଷାବିତ୍, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଦେଇଥିବା ପ୍ରସ୍ତାବ ଏବଂ ପର୍ଯ୍ୟାପ୍ତ ଚର୍ଚ୍ଚା, ଆଲୋଚନା- ପର୍ଯ୍ୟାଲୋଚନା ଦ୍ୱାରା ଶିକ୍ଷାନୀତି ପ୍ରସ୍ତୁତ ହୋଇଥିବା ସେ ସୂଚନା ଦେଇଛନ୍ତି । ତେବେ ନିଜ ସ୍ୱପ୍ନ ଓ ଅଭିଳାଷ ଛାତ୍ରଛାତ୍ରୀଙ୍କ ଉପରେ ଲଦି ନଦେବାକୁ ପ୍ରଧାନମନ୍ତ୍ରୀ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

କ୍ରୀଡ଼ା, ମହିଳା ସଶକ୍ତିକରଣ ଓ ସ୍ବଚ୍ଛତା ସମ୍ପର୍କରେ ପିଲାଙ୍କୁ ଅବଗତ କରିବା ସହ ଜୀବନରେ ଆଗକୁ ବଢ଼ିବାର ମହାମନ୍ତ୍ର ବି ଦେଇଛନ୍ତି । ଏପଟେ ପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବା ସେମାନଙ୍କୁ ଉତ୍ସାହିତ କରିଥିବା ଛାତ୍ରଛାତ୍ରୀ କହିଛନ୍ତି । ସେହପରି ଏଭଳି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବ ବୋଲି ଶିକ୍ଷକ ଓ ଅଭିଭାବକ ମତ ରଖିଛନ୍ତି । ତେବେ ଏହି ଅନୁଷ୍ଠାନ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଯାଜପୁର ଝିଅ ଦିବ୍ୟା ଦାଶ ।


ତେବେ ଏହି ଖୁସିରେ ସାମିଲ ହେବାର ସୁଯୋଗ ପାଇଛନ୍ତି ଯାଜପୁର ଜିଲ୍ଲାର ଝିଅ ତଥା ପାଣିକୋଇଲି ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ଦିବ୍ୟା ଦାଶ । ୨୦୨୧ ମସିହା ଡିସେମ୍ବର ମାସରେ ଆୟୋଜିତ ଜାତୀୟ ଆର୍ଟ ଆଣ୍ଡ ଏଜୁକେସନ ପ୍ରତିଯୋଗିତାରେ ଦିବ୍ୟାଙ୍କ ଏକ ଚିତ୍ର ସର୍ବଶ୍ରେଷ୍ଠ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟ କ୍ରମରେ ସାମିଲ ହେବା ପାଇଁ ସୁଯୋଗ ମିଳିଛି । ଓଡ଼ିଶାର ଜଣେ ମାତ୍ର ଝିଅ ଭାବେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *