Vastu Shastra – ଧନ ବର୍ଷା କରୁଥିବା ଫୁଲ, କରନ୍ତୁ ଏହି ଉପାୟ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ଓ ଅଦ୍ଭୁଦ ଫୁଲ ବିଷୟରେ କହିବାକୁ ଯାଉଛୁ । ଯାହାକି ଘରେ ଧନର ଆଗମନ କରିବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି କରାଇ ଥାଏ । ସେହି ଫୁଲର ନାମ ହେଉଛି ନାଗ ଚମ୍ପା । ବନ୍ଧୁଗଣ ଯଦି ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ରହୁଛି ଓ ଆପଣ ସେଥିପାଇଁ ସବୁବେଳେ ଚିନ୍ତିତ ରହୁଛନ୍ତି ତା ହେଲେ ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ । ହେଲେ ଏହି ସରଳ ସହଜ ଉପାୟକୁ କରିବା ସମୟରେ ଧ୍ୟାନ ରଖିବେ ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ କିମ୍ବା ଯେପରି ଆପଣ କଥା ହେବେ ନାହିଁ । ତେବେ ଆପଣ ଏହାର ପ୍ରକୃତ ଫଳ ପାଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ଭଗବାନଙ୍କୁ ପୂଜା କରିବା ସମୟରେ ନିଶ୍ଚୟ ଭଗବାନଙ୍କର ପ୍ରିୟ ଫୁଲକୁ ଚଢାଉ ଥିବେ । ହେଲେ ଆପଣ ମାନେ କଣ ଜାଣିଛନ୍ତି ଭଗବାନ ଶିବଙ୍କର ପ୍ରିୟପୁଷ୍ପ ମଧ୍ୟରୁ ଗୋଟେ ହେଉଛି ନାଗ ଚମ୍ପା । ଯାହା ଦେଖିବାକୁ ନାଗ ସାପର ଫଣା ସଦୃଶର ହୋଇଥାଏ । ଏହି ଫୁଲ ସବୁ ସମୟରେ ଦେଖିବାକୁ ମିଳି ନଥାଏ । ଏହି ପୁଷ୍ପ ସାଧାରଣତଃ ଶୀତ ରୂତୁରେ ଦେଖିବାକୁ ମିଳିଥାଏ ।


ଏହି ପୁଷ୍ପ ଭଗବାନ ଶିବ, ମାତା ପାର୍ବତୀ ଓ ଭଗବାନ ଗଣେଶଙ୍କର ଅତି ପ୍ରିୟ ହୋଇଥାଏ । ଏହି ପୁଷ୍ପ ଘରେ ସୁଖ ସମୃଦ୍ଧି ଆଣି ଥାଏ ଓ ଏହାକୁ ସଠିକ ଭାବରେ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ତା ଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ଘର ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ଦୂର କରିବା ସହିତ ଏହି ଫୁଲ ଧନର ଆଗମନ କରାଇଥାଏ । ଏହି ନାଗ ଚମ୍ପା ପୁଷ୍ପ ସୋମବାର ଦିନ ସକାଳ ଭୋର ସମୟରେ କେହି ଉଠିବା ପୂର୍ବରୁ ଘରର ମୁଖ୍ୟ ଦ୍ଵାରାରେ ଟାଙ୍ଗି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଭୁତ ପ୍ରେତର ଆଗମନ ହୋଇନଥାଏ ଏବଂ ସକାରାତ୍ମକ ଊର୍ଜାର ପ୍ରବେଶ ହୋଇଥାଏ । ହେଲେ ଧ୍ୟାନ ରଖିଥିବେ ଯେପରି ଏହା କରିବା ସମୟରେ ଆପଣ ମାନଙ୍କୁ କେହି ନଦେଖିବେ ।


୨. କରଜ ମୁକ୍ତି ଓ ଧନପ୍ରାପ୍ତିର ଉପାୟ- ଏହି ଉପାୟ ପାଇଁ ଆପଣ ଶନିବାର ଦିନ ବା ସୋମବାର ଦିନ ରାତି ସମୟରେ ଏହି ଫୁଲକୁ ତୋଳି ଘରକୁ ନେଇ ଆସନ୍ତୁ ଏବଂ ତା ପରଦିନ କୌଣସି ନଦୀରେ ଏହି ଫୁଲକୁ ବିସର୍ଜିତ କରି ଦିଅନ୍ତୁ । ହେଲେ ଧ୍ୟାନ ରଖିବେ ଯେପରି ଏହା କରିବା ସମୟରେ ଆପଣଙ୍କୁ କେହି ନଦେଖିବେ । ଏମିତି କରିବା ଦ୍ଵାରା ଆପଣ ମାନଙ୍କର ଆର୍ଥିକ ସମସ୍ଯା ବହୁତ ଶୀଘ୍ର ଦୂର ହୋଇଥାଏ ଓ ଆପଣଙ୍କୁ ପ୍ରଚୁର ମାତ୍ରାରେ ଧନଲାଭ ହୋଇଥାଏ ।

୩. ମନପସନ୍ଦର ଚାକିରି ପାଇବା ପାଇଁ- ବନ୍ଧୁଗଣ ଯଦି ଆପଣ ଏକ ମନପସନ୍ଦିଆ ଚାକିରି ପାଇବା ପାଇଁ ଚାହୁଁଛନ୍ତି ତା ହେଲେ ପ୍ରତିଦିନ ଏକ ନାଗ ଚମ୍ପା ମା ଦୂର୍ଗାଙ୍କୁ ଏବଂ ମା ପାର୍ବତୀଙ୍କୁ ଅର୍ପଣ କରନ୍ତୁ । ହେଲେ ଏହା ନିଶ୍ଚୟ ଧ୍ୟାନ ରଖିଥିବେ ଯେପରି ଆପଣଙ୍କୁ କେହି ନଦେଖିବେ । ଏହା କରିବା ଦ୍ଵାରା ଆପଣ ଏକ ମନ ପସନ୍ଦିଆ ଚାକିରି ନିଶ୍ଚୟ ପାଇବେ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *