ଅପୂର୍ବ ଅଲୌକିକ ଦୃଶ୍ୟ, ପ୍ରବଳ ବର୍ଷାରେ ବି ଉଠିଲା ମହାଦୀପ, ଢୁ-ଢୁ ହେଇ କାଛୁଥିଲା ବର୍ଷା, କିନ୍ତୁ ଶ୍ରୀମନ୍ଦିର ଚୁଡାରେ ଟିକିଏ ବି ନଥିଲା ବର୍ଷା, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ସୁନାବେଶ ବା ରାଜବେଶ ବା ବଡ଼ତଢାଉ ବେଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା, ଫାଲଗୁନ ପୂର୍ଣ୍ଣିମା, ହରିଶୟନ ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ଓ ବିଜୟାଦଶମୀ, ଦିନ ଅନୁଷ୍ଠିତ ହୋଇଥାଏ । ତେବେଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।

କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖା ଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।

ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି । ତେବେ ଏତେ ଦିନ ପରେ ନିଜ ବଡ଼ ଦାଣ୍ଡକୁ ବାହୁଡୁ ଥିବାରୁ ତାଙ୍କୁ ସୁନା ବେଶ ରେ ସଜେଇ ଦେଇ ଶୁଭ ଏକଦୋଶୀ ତିଥିରେ ପାଳନ କରିଥାନ୍ତି ଓ ଉଜ୍ୱଳ ମାନ ମହା ଦିନକୁ ମନ୍ଦିର ଉପରକୁ ଉଠା ଯାଇଥାଏ ।

ତେବେ ପ୍ରଥମେ ଏହି ଦୀପକୁ ମନ୍ଦିର ଉପରେ ପ୍ରଜ୍ବଳନ କରିବା ପାଇଁ ମନ୍ଦିର ଉପରକୁ ନିଆକୁ ନିଆଯାଇଥାଏ । ଆଉ ତାହାକୁ ଦଧିନଉତି ର ତଳେ ରଖା ଯାଇଥାଏ । ଆଉ ଯାହା ପରେ ଦୀପକୁ ପ୍ରସ୍ତୁତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ଙ୍କ ନାଁ ରେ ଦୀପ କୁ ପ୍ରଜ୍ବଳନ କରା ଯାଇଥାଏ । ତେବେ ସଂସାରରେ ସମସ୍ତ ଦୁଃଖ ଦୁର୍ଦଶା କୁ ଦୂର କରିକି ସମାଜର ଉନ୍ନତି ପାଇଁ ସବୁବେଳେ ମହାପ୍ରଭୁ ଚାହିଁଥାନ୍ତି ।

ଆଉ ସଂସାରରେ ସମସ୍ତ ପ୍ରକାରର ପାପ କୁ ଦୂର କରି ମୁକ୍ତି ପୁଣ୍ୟ ପଥରେ ଯିବା ପାଇଁ ସାଂସରକୁ ଆହ୍ୱାନ ହେଇଥାନ୍ତି । ଆଉ ମହାପ୍ରଭୁ ଙ୍କର ଏହି ମହା ଦୀପ କୁ ଯିଏ ବି ଦର୍ଶନ କରେ ତାଙ୍କର ସବୁ ଆଶା ମଧ୍ୟ ପୂର୍ଣ୍ଣ ହୋଇଥାଏ । ତେବେ ଶ୍ରୀମନ୍ଦିର ଚୂଡାରେ ମହାଦୀପ ଉଠିବା ସମୟରେ ହୋଇଥିଲା ପ୍ରବଳ ବର୍ଷା । କିନ୍ତୁ ମହାଦୀପ ପ୍ରଜ୍ଜ୍ୱଳନ ସମୟରେ ବାଧକ ସାଜିନଥିଲା ବର୍ଷା ।

ତେବେ କିନ୍ତୁ ଚୂନରା ସେବାୟତ ତିନୋଟି ଦୀପ ପ୍ରଜ୍ଵଳନ କରି ନୀଳଚକ୍ର ବେଢା ପରିକ୍ରମା ସମୟରେ ବର୍ଷା ହେଉଥିଲେ ମଧ୍ୟ ଦୀପ ହୁତୁହୁତୁ ହୋଇ ଜଳୁଥିଲା । ରଥ ନିକଟରେ ବର୍ଷା ହେଉଥିବା ବେଳେ ଶ୍ରୀମନ୍ଦିର ଚୂଡାରେ ବର୍ଷାର ପ୍ରଭାବ ଅନୁଭୂତ ହୋଇନଥିବାରୁ ଏହା ମହାପ୍ରଭୁଙ୍କ ଚମତ୍କାରିତା ବୋଲି ଭକ୍ତ କହିଛନ୍ତି । ତେବେ କାଳିଆ ର ଲୀଳା ସେ ହିଁ ଜାଣିଥାଏ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *