ଇଂଲିଶ ର ଧଜିଆ ଉଡାଇଲେ BEO, କାହାକୁ ଦେଖିବା ଏଠି ଦେଖ…

ନମସ୍କାର ବନ୍ଧୁଗଣ ତେବେ ପିଲା ମାନଂକୁ ତିନିକ ପଣକିଆ ଆସୁ ନାହିଁ । ଶିକ୍ଷକଙ୍କୁ ଗଣିତ ଆସୁ ନାହିଁ । ପିଲାମାନେ କେଉଁ ଶ୍ରେଣୀ ରେ ପଢୁଛନ୍ତି ତାହା ମଧ୍ୟ ଠିକ ରେ କହି ପାରୁ ନାହାଁନ୍ତି । ତେବେ ବର୍ତ୍ତମାନ ବିଇଓ ଙ୍କ ଚିଠି । ତେବେ ସ୍କୁଲ କ୍ୟାମ୍ପସକୁ କ୍ୟାମେରା ମନା ସମ୍ପର୍କିତ ବିଇଓଙ୍କ ଚିଠିରେ ରହିଛି ବ୍ୟାପକ ଭୁଲ । ଢ଼େଙ୍କାନାଳ କଙ୍କଡ଼ାହାଡ଼ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଇଂରାଜୀରେ ହୋଇଥିବା ଏହି ଚିଠିରେ ଅନେକ ବ୍ୟାକରଣ ଅଶୁଦ୍ଧି ଓ ବନାନ ଭୁଲ ରହିଛି ।

ଏଭଳି ଭୁଲକୁ ନେଇ ଚାରିଆଡ଼ୁ ସମାଲୋଚନା କରାଯାଇଛି । ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଙ୍କ ଚିଠିରେ ଯଦି ଏଭଳି ତ୍ରୁଟି ରହିବ ତେବେ ଶିକ୍ଷାଦାନର ସ୍ତର କେଉଁଭରି ହୋଇଥିବା ବୋଲି ଅଭିଭାବକ ମାନଙ୍କ ମହଲରେ ଚର୍ଚ୍ଚା ହେଉଛି । ତେବେ ଘଟଣା ନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ କହିଛନ୍ତି ଚିଠିକୁ କୌଣସି ଅଧିକାରୀ ଲେଖନ୍ତି ନାହିଁ । ତାହାକୁ କିରାଣି କିମ୍ବା ଟାଇପିଷ୍ଟ ଟାଇପ କରିଥାନ୍ତି ।

ସେଥିରେ ଯଦି କୌଣସି ଭୁଲ ରହିଛି ସେଇଟାକୁ ଧରିଲେ ହେବନି । ତେବେ ଏହି ଚିଠିରେ ସାମାନ୍ୟ ବ୍ୟାକରଣ ମଧ୍ୟ ଭୁଲ ଅଛି ଏହା ର ପ୍ରତିଟି ଲାଇନ ରେ କିଛି ନା କିଛି ଭୁଲ ରହିଛି । ତେବେ କେଉଁଟା କେଉଁ ଟେନ୍ସ ରେ ଲେଖା ଯାଇଛି ତାହା ବୁଝିବା ବହୁତ କଷ୍ଟକର ଅଟେ । ତେବେ ଏହି ଚିଠି କୁ ବର୍ତ୍ତମାନ ଜଣେ ପୋଷ୍ଟ କରି ଦୁଇଟି ଇଂରାଜୀ ବୁକ ଏବଂ ଲେଖକ ଙ୍କ ନାମ ମଧ୍ୟ ଲେଖିଛନ୍ତି ଏବଂ କହିଛନ୍ତି କି ଯଦି ଇଂରାଜୀ ଦୁର୍ବଳ ତେବେ ଓଡ଼ିଆ ରେ ଲେଖ ।

ତେବେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବିନା ଅନୁମତିରେ ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ । କିଛି ଲୋକ କ୍ୟାମେରା ଧରି ସ୍କୁଲ ଭିତରେ ପଶି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି । ତାକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ମଧ୍ୟ କରୁଛନ୍ତି । ଏହା ଗ୍ରହଣଯୋଗ୍ୟ ନୁହେଁ ।

ତେଣୁ ସ୍କୁଲ ଭିତରକୁ କୌଣସି ଗଣମାଧ୍ୟମ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଶିକ୍ଷା ବିଭାଗ । ବିଭିନ୍ନ ଜିଲାରେ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଚିଠି କରାଯାଇଛି । ଅପରପକ୍ଷେ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିବା ସହ ୭ଦିନ ମଧ୍ୟରେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି । ତେବେ ସେହି ଚିଠିରେ ହିଁ ବର୍ତ୍ତମାନ ତ୍ରୁଟି ଦେଖିବାକୁ ମିଳୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *