ରକ୍ଷକ ସାଜିଲା ଭକ୍ଷକ, ଆଉ ଭକୁଆ ବନଉଛି ପୁରୀ ପ୍ରଶାସନ, ସୋସିଆଲ ମିଡିଆରେ ଘୁରି ବୁଲିଲା ଭିଡିଓ ହେଲେ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ମହିଳାଙ୍କୁ ଅସଦାଚରଣ କରିଥିବା ପୁଲିସକୁ ବାନ୍ଧ । ଏବେ ସବୁ ଆଡୁ ଉଠିଲାଣି ସ୍ଵର । ରଥ ଯାତ୍ରା ବେଳେ ରାପିଡ଼ ଆକ୍ସନ ଫୋର୍ସର ଜଣେ ଯବାନଙ୍କ କାରନାମା । ରକ୍ଷକ ସାଜିଲା ଭକ୍ଷକ। ଆଉ ଭକୁଆ ବନଉଛି ପୁରୀ ପ୍ରଶାସନ । ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ରାପିଡ ଆକ୍ସନ ଫୋର୍ସର ଯବାନ ଦୁର୍ବ୍ୟବହାର କଲେ । ସୋସିଆଲ ମିଡିଆରେ ଘୁରି ବୁଲିଲା ଭିଡିଓ । ସବୁଆଡେ ଏହାକୁ ନେଇ ଛି ଛି କରାଯାଉଛି । ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଯବାନଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ ।

ରଥ ଯାତ୍ରା ବେଳେ ବଡ ଦାଣ୍ଡରେ ଛାଇ ଯାଇଥିଲା ସିସିଟିଭି କ୍ୟାମେରା ପୁରା ସହର ଥିଲା ସ୍କାନରେ । କଣ୍ଟ୍ରୋଲ ରୁମରୁ ସବୁ କିଛି ଅପରେଟ ହେଉଥିଲା । ହେଲେ ଏହି ଘଟଣାଟି ପୋଲିସ ନଜରକୁ ଆସିପାରିଲା ନାହିଁ । ଅପର ପଟେ ସୋସିଆଲ ମିଡିଆ ସ୍କାନରକୁ ଆସିଗଲା ଏହି ଭିଡିଓ । ଆଉ ଏହାକୁ ନେଇ ମହିଳା ଜଣକ ନିଜକୁ ଅସୁରକ୍ଷିତ କହିଛନ୍ତି । ଏତେ ଭିଡରେ ପ୍ରଭୁଙ୍କ ପାଖକୁ ଯିବା ପାଇଁ ଆଉ ସାହାସ ଯୁଟାଇ ପାରୁ ନାହାନ୍ତି ।

ଯଦି ଜଣେ ସୁରକ୍ଷା କର୍ମୀ ଏଭଳି ଆଚରଣ ପଦର୍ଶନ କରେ ତା ହେଲେ ସେଠାରେ ଥିବା ସାଧାରଣ ଲୋକଙ୍କ ଠାରୁ କଣ ଆଶା କରାଯିବ । ତୁରନ୍ତ ସମ୍ପୃକ୍ତ ଯବାନକୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ମହଲରେ ଦାବି ହେଲାଣି । ହେଲେ ବନ୍ଧୁଗଣ ଦୁଃଖର କଥା ଏହା କି ପୁରୀ ପୋଲିସ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିଲା ନାହିଁ । ଅନ୍ୟ ପଟେ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ତନତନ ଅକ୍ଲାନ୍ତ ପରିଶ୍ରମ କରି ରଥ ଯାତ୍ରାକୁ ସଫଳ କରାଇଥିବା କହୁଛନ୍ତି ।

ହେଲେ ଯଦି ଏଭଳି କିଛି ଯବାନ ସେଠାରେ କଳା ଦାଗ ଲଗାଉଛନ୍ତି ତା ହେଲେ ପୋଲିସ ଚୁପ ବସିବା କେତେ ଦୂର ଠିକ । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *