ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ଵର ସ୍ଥିତି ଅତି ଦୟନୀୟ, ଲୋକେ ଖୋଜୁଛନ୍ତି ସରକାରୀ ସହାୟତା…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲି ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ଵର ରାଜଧାନୀର ରାସ୍ତାମାନଙ୍କର ପରିସ୍ଥିତି ଅତି ଭୟଙ୍କର ହୋଇଛି । ଜଣା ପଡୁନି ରାସ୍ତା କେଉଁଠି ଫୁଟ୍ ଫାଟ୍ କେଉଁଠି । ରାସ୍ତାରେ ଯାତାୟାତା କରିବା ଜନସାଧାରଣଙ୍କ ପକ୍ଷ ଅସମ୍ଭବ ହେଉଛି । ମଙ୍ଗଳବାର ଦିନ ହୋଇଥିବା ବର୍ଷା ଭୁବନେଶ୍ଵର ଲୋକଙ୍କ ଘରକୁ ଅଧା ବୁଢାଇଦେଇଛି । ଯାହା ଫଳରେ ଲୋକମାନେ ରନ୍ଧାରନ୍ଧି କରିକି ଖାଇବା ଅସୁବିଧା ହେଉଛି ।

ତେବେ କିଛି ଦିନରୁ ଏଭଳି ପରିସ୍ଥିତି ଭୁବନେଶ୍ଵରରେ ଉପୁଜିଥିବା ବେଳେ ତାଙ୍କ ପାଖକୁ BMC  ର କୋଣସି ସାହାଯ୍ୟ ନ ଆସିବାରୁ ଅସନ୍ତୋଷ ଜଣାଇଛନ୍ତି । ଜଣେ ମହିଳା କାନ୍ଦି ନିଜର ସ୍ଥିତିକୁ ବଖାଣି ଛନ୍ତି କି ତାଙ୍କରେ ଆଣ୍ଠୁଏ ଯାଏ ପାଣି ପଶିଛି ଶୋଇଥିବା ବେଳେ ହଠାତ ନଦୀନର୍ଦମା ପାଣି ଘର ଭିତରକୁ  ପଶିଆସିଛି  ଯାହା ଫଳରେ ରାତିସାରା ପାଣି କାଢିବାରେ ଲାଗିଛନ୍ତି ।

ଭୁବନେଶ୍ବରର ନ୍ୟୁ ପରେସ୍ ପାର୍କ ଅଞ୍ଚଳରେ ଘରେ ଭିତରେ ଆଣ୍ଟୁ ଉଚ୍ଛାଏ ନାଳ ପାଣି ପଶିଛି । ସକାଳେ ଫୋମ୍ପ ସାହାଯ୍ୟରେ ପାଣି ନିଷ୍କାସନ ହୋଇଥିଲେ ବି ଘରେ ଥିବା ଖଟ ,ଆଲମାରୀ ଓ ଆବାସପତ୍ର ପାଣିରେ ବୁଢିଯାଇଛି । ଘର ଆଗରେ ଥିବା ଗାଡି କାର୍ ଭାଙ୍ଗିଯାଇଛି । ତେବେ ଲୋକେ କହୁଛନ୍ତି କି ଭୁବନେଶ୍ଵରକୁ ସ୍ମାର୍ଟ ସିଟି କୁହାଯାଏ  କିନ୍ତୁ ଏହା ଗାଁ ଗଣ୍ଡା ଠାରୁ ଖରାପ ପରିସ୍ଥିତି ।

ଦୁର୍ଦଶା ବେଳେ କେହି ନେତା ଆସୁନାହାଁନ୍ତି କାହିଁକି ବୋଟ୍  ମାଗିଲା ବେଳକୁ ତୋ ନେତାମାନେ ଘର ଘରକୁ ଆସିଥାନ୍ତି । ମାତ୍ର ଆମେ ଏତେ ଦୂରବସ୍ଥାରେ ରହୁଛୁ ଆମର ରନ୍ଧା ସାମଗ୍ରୀ ପାଣିରେ ଭାସୁଛି ଦୁଇ ମୁଠାଏ ଖାଇବାକୁ ପାଉନି । ଏପରି ପରିସ୍ଥିତିରେ BMC  କୁଆଡେ ଗଲା । ଭୁବନେଶ୍ଵର  ମଲ୍ଲିକ କମ୍ପ୍ଲେକ୍ସ ଓ ରାଜୀବ ନଗରରେ ବର୍ଷା ଯୋଗୁ ସ୍ଥିତି ବହୁତ ଖରାପ ହେଇଯାଇଛି ।

ରସୁଲଗଡାରେ ଗାଡି ମଟର ଯିବା କଷ୍ଟକର ହୋଇଛି । ତେବେ ଭୁବନେଶ୍ଵର ଲୋକେ BMC ଅଧିକାରୀ ଓ ନେତାମାନେ କୋଣସି ପ୍ରକାରର ସହଯୋଗ ନ କରିବାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଦୁଇ ଦିନ ହେଲାଣି ସେମାନେ ଅନିଦ୍ରା ହେଇକି ଜଗୁଛନ୍ତି କେବେ କେଉଁ ସାପ ଆସି କାମୁଡିବ ବୋଲି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *