“ମାମା ରୋଷେଇ କରନ୍ତି ମୁଁ ପରିବା କାଟିବାରେ ସାହାଯ୍ୟ କରେ ” ଅଭିନେତା ସିଦ୍ଧାନ୍ତ ମହାପାତ୍ର !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ସକାଳୁ ନେଇକି ରାତି ପର୍ଯ୍ୟନ୍ତ ମୋ ଖାଇବା ରେଡି ହେଇକି ଥାଏ ,ବାହାଘର ପରେ ମୁଁ ଆଉ ବାହାରେ ଖାଉନି ” । ହଁ ଦର୍ଶକବନ୍ଧୁ ଆପଣଙ୍କ ପ୍ରିୟ ନାୟକ ସିଦ୍ଧାନ୍ତ ମହାପାତ୍ର ଖାଦ୍ୟକୁ ନେଇ ଏଭଳି କହିଛନ୍ତି । ଆପଣମାନେ ନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅନେକ ଚଳଚ୍ଚିତ୍ର ଦେଖିଛନ୍ତି ଯାହା ଆପଣଙ୍କ ମନକୁ ଛୁଇଁଛି ତେଣୁ ଆପଣ ଏତେ ଭଲ ପାଇବା ଦେଇଛନ୍ତି ।

ତେବେ ତାହାଙ୍କ କହିବା ଅନୁଯାୟୀ ବିବାହ ପର ଠାରୁ ସେ କେବେ ବାହାର ଖାଇବା ଖାଇନାହାଁନ୍ତି । କାରଣ ତାଙ୍କ ଧର୍ମପତ୍ନୀ ଯାହାଙ୍କୁ ସେ ମାମା ବୋଲି ପ୍ରେମରେ ଡାକନ୍ତି । ମାମା ତାଙ୍କର ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଖାଇବା ରେଡି କରିକି ରଖନ୍ତି । ଯେହେତୁ ବାହାର ଖାଇବା ଅଧିକାଂଶ ଶରୀର ପାଇଁ ଅନୁପଯୁକ୍ତ ହୋଇଥାଏ ତେଣୁ କରି ଘର ଖାଇବା ତିଆରି କରିକି ମତେ ଦେଇଦିଅନ୍ତି ।

ମୁଁ ଯେବେ ଘରେ ରୁହେ ତେବେ ଖାଦ୍ଯ ପ୍ରସ୍ତୁତ କରେ କିନ୍ତୁ ଅଧିକତର ପରିବା କାଟିବାରେ ସାହାଯ୍ୟ କରିଦିଏ । କାରଣ କାଟିବାରେ ସାହାଯ୍ୟ କରିବା ଦ୍ଵାରା ଶୀଘ୍ର ଖାଇବା ତିଆରି ହୋଇଥାଏ । ମୁଁ କେବେ ବି ଏହା ଖାଇବି ବୋଲି ପରମାଇସ୍ କରେନି  ମୋ ମା ଖାଇବା ତିଆରି କରୁଥିବା ବେଳେ ମଧ୍ୟ କେବେ କୁହେନି କି  ମୋତେ ଏହା ଖାଇବାକୁ ଇଛା ହଉଛି କିମ୍ବା କରିକି ଦିଅନ୍ତୁ ।

ବାହାଘର ପରେ କହିବାକୁ ଗଲେ ବାହାର ଖାଇବା ସମ୍ପୁର୍ଣ୍ଣ ବନ୍ଦ ବା ନ ଖାଇନି କହିଲେ ଚଳେ । ମାମା ଜାଣିଥାନ୍ତି କି ମୁଁ କଣ ଖାଇଲେ ଠିକ ତାହାକୁ ହିଁ ତିଆରି କରି ରଖିଦିଅନ୍ତୁ । ଏଣିକି ସକାଳୁ ନେଇ ରାତି ପର୍ଯ୍ୟନ୍ତ କଣ କଣ ଖାଇବା ତାହା ରେଡି କରିକି ରଖନ୍ତି । ମୁଁ ଏଥିପାଇ ପରମାଇଶ କରେନି  କାରଣ ମୁଁ ଜାଣିଛି ମୁଁ ଯଦି ତିନିଅଳି ଖାଇପାରୁଛି ତାହା ଭଗବାନ ଜଗନ୍ନାଥଙ୍କ ଦୟା ସ୍ଵୟଂ ଭଗବାନ ଜଗନ୍ନାଥ ମଧ୍ୟ ମାତା ଲକ୍ଷ୍ମୀ ନ ଥିବାରୁ ଖାଇବା ପାଇଁ ଅସୁବିଧା ଦେଖିଥିଲେ ।

ତେଣୁ ମୋ ପାଖକୁ ଯାହା ବି ଖାଇବାକୁ ଆସେ ଭଗବାନଙ୍କୁ ଧନ୍ୟବାଦ ଜଣାଇ ଖାଇଥାଏ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *