ମାତ୍ର କେଇଟା ମାସରେ ହିଁ ପଇସା ଡବଲ କରିଦିଏ Post Office ର ଏହି ଦମଦାର Scheme, ଖାତା ବନ୍ଦ କରିବାର ମିଳିଥାଏ ସୁବିଧା !

ନମସ୍କାର ବନ୍ଧୁଗଣ ତେବେ ସବୁ ଲୋକଙ୍କୁ ପଇସା ଡବଲ ହେବାର ବହୁତ ଖୁସି ରହିଥାଏ । ତେବେ ଆମ ଭାରତୀୟ ଡାକ ଯୋଜନା ରେ ମଧ୍ୟ ଅନେକ ଗୁଡିଏ ଯୋଜନା ଏହି ଭଳି ଅଛି ଯେଉଁଥିରେ ଆମେ ନିଜର ଜମା ରାଶି କୁ ଡବଲ କରି ପାରିବା । ଯେପରି ଡାକଘର ସମୟ ଜମା ଖାତା,ଡାକ ଘର ମାସିକ ଆୟ ଯୋଜନା ଏବଂ ବରିଷ୍ଠ ନାଗରିକ ବଚତ ଯୋଜନା ତେବେ ଏହା ଛଡା ଆଉ ଏକ ଯୋଜନା ହେଉଛି କିଶାନ ବିକାଶ ପତ୍ର । ତେବେ ଏହି ଡାକ ଘର ର ଯୋଜନା ସରକାରୀ ହୋଇଥିବାରୁ ତାହା ଉପରେ ବିଶ୍ୱାସ କରି ହେବ ।


ତେବେ ଭାରତୀୟ ପୋଷ୍ଟରୁ ମିଳୁଥିବା ସଂଚୟ ଯୋଜନା ମଧ୍ୟରେ କିଷାନ ବିକାଶ ପତ୍ର ଯୋଜନା ଅନ୍ଯତମ । ଯଦି ଆପଣ କୌଣସି ରିସ୍କ ନନେଇ ସଂଚୟ ରାଶିକୁ ଜମା କରିବାକୁ ଚାହୁଛନ୍ତି, ତେବେ ଆପଣ ଏହି ଯୋଜନାରେ ସଂଚୟ କରିପାରିବେ । ଏହି ଯୋଜନା ସଂଚୟ କରିବାର ସବୁଠାରୁ ଭଲ ଯୋଜନା । ପୋଷ୍ଟ ଅଫିସର ଏହି ନିବେଶ ଯୋଜନାରେ ଜମାକର୍ତ୍ତା ଭଲ ରିଟର୍ଣ୍ଣନ ସହିତ ସଂଚୟ ଉପରେ ମଧ୍ୟ ସରକାରୀ ସୁରକ୍ଷାର ଲାଭ ଉଠାଇପାରିବେ ।

କିଷାନ ବିକାଶ ପତ୍ର ଯୋଜନାରେ ୧୦ ବର୍ଷ ୪ ମାସ ପରେ ଜମା କରିଥିବା ରାଶି ଦୁଇଗଣା ହୋଇଯାଏ । ତେବେ ପୋଷ୍ଟ ଅଫିସରେ ଏହା କିଷାନ ବିକାଶ ପତ୍ର ନାମରେ ଜଣାଶୁଣା । ଏହି ଯୋଜନା କିଷାନଙ୍କ ପାଇଁ ରହିଛି । କିନ୍ତୁ କେବଳ କିଷାନ ନୁହେଁ ବରଂ କୌଣସି ବ୍ଯକ୍ତି ମଧ୍ୟ ଜମା କରିପାରିବେ । ଏହି ଯୋଜନା ଅଧିନରେ କୌଣସି ବ୍ଯକ୍ତି କେଭିପି ସାର୍ଟିଫିକେଟ କିଣିବା ପାଇଁ ସର୍ବନିମ୍ନ ୧ ହଜାର ଟଙ୍କା ଦେବାକୁ ପଡିବ ।


ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ନିବେଶ କରିଥାନ୍ତି, ତେବେ ନିଜର ପାନ୍ କାର୍ଡ ବିବରଣୀ ଦେବାକୁ ପଡିବ । ଏହା ଅଧିନରେ କୌଣସି ଭାରତୀୟ ବ୍ଯକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ରହିଛି, ସେମାନେ ଖାତା ଖୋଲିପାରିବେ । କିନ୍ତୁ ସଂଚୟ ଖାତା ଖୋଲିବା ପାଇଁ ସର୍ବାଧିକ କେତେ ବୟସ ତାହା ନିର୍ଦ୍ଧାରିତ କରାଯାଇନାହିଁ । ଏନଆରଆଇ ଏହି ସ୍କିମର ଫାଇଦା ଉଠାଇପାରିବେ ନାହିଁ ।


ତେବେ ପୋଷ୍ଟ ଅଫିସରେ ଏହି ଯୋଜନାରେ ନିବେଶ କରିବା ପାଇଁ ସାର୍ଟିଫିକେଟ ଜାରି କରାଯାଇଛି । କୌଣସି ବ୍ଯକ୍ତି ହଜାର ଟଙ୍କାରୁ ଆରମ୍ଭ କରି ଯେତେବେ ଅଧିକ ଟଙ୍କା ପର୍ଯ୍ଯନ୍ତ ନିବେଶ କରିପାରିବେ । ଯଦି ଆପଣ ୫୦ ହଜାର ଟଙ୍କାରୁ ଅଧିକ ନିବେଶ କରନ୍ତି, ତେବେ ପାନ୍ କାର୍ଡ ନଚେତ ପାନ୍ କାର୍ଡର କୌଣସି ଆବଶ୍ଯକତା ନାହିଁ । ଡାକ ବିଭାଗ ତରଫରୁ ଏହି ଯୋଜନା ଅଧିନରେ ଏବେ ୬.୯ ପ୍ରତିଶତ ବର୍ଷକୁ ସୁଧ ହାରର ଲାଭ ମିଳିବ ।

ସୂଚନାଯୋଗ୍ଯ, ଅର୍ଥ ମନ୍ତ୍ରାଳୟ କିଷାନ୍‌ ବିକାଶ ପତ୍ର ନିୟମ ୨୦୧୪ରେ ସଂଶୋଧନ କରି କହିଥିଲେ ଯେ, ୧ ଜୁଲାଇ, ୨୦୧୯ରେ କେଭିପିରେ ରଖା ଯାଇଥିବା ରାଶି ୯ ବର୍ଷ ୫ ମାସ ଅର୍ଥାତ୍ ୧୧୩ ମାସରେ ଦୁଇଗୁଣା ହେବ । ଏବେ ପର୍ଯ୍ଯନ୍ତ ଏହା ୯ ବର୍ଷ ୪ ମାସରେ ଅର୍ଥାତ ୧୧୨ ମାସରେ ଦୁଇଗୁଣା ହେବ ବୋଲି ପୂର୍ବରୁ ସୂଚନା ରହିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *