Post Office ର ଏମିତି କିଛି ଧମାକେଦାର Saving Schemes, ଯେଉଁଥିରେ ଅଳ୍ପ ଟଙ୍କା ନିବେଶ କରି ଆପଣ ହେଇ ପାରିବେ ଲକ୍ଷପତି, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ମାସକୁ ମାତ୍ର ପାଞ୍ଚ ଶହ ଟଙ୍କା ଦେଇ ଆପଣ ବି ହୋଇ ପାରିବେ କୋଟିପତି । ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ । ନିଜର କଷ୍ଟ ଅର୍ଜିତ ଧନ କୁ ନିବେଶ କରି ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟ ରେ ବହୁ ବିକଳ୍ପ ବ୍ୟବସ୍ଥା ଅଛି । କିନ୍ତୁ ଆପଣଙ୍କ ଟଙ୍କା ବୁଡି ମଧ୍ୟ ପାରେ । ଏହି କାରଣ ରୁ କେହି ଯେପରି ବି-ପ-ଦ ରେ ନ ପଡିବେ ସେଥିପାଇଁ କରାଯାଇଛି ଏକ ଭଲ ଯୋଜନା ।


ତେବେ ଯଦି ଆପଣ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ନେଇ ଆସିଛି ପୋଷ୍ଟ ଅଫିସ ଶେଭିଂଗ୍ସ ସ୍କିମ । ଏଥିରେ ଆପଣ ପାଞ୍ଚ ଟି ସ୍କିମ ରେ ଟଙ୍କା ସଞ୍ଚୟ କରି ପାରିବେ ଏବଂ ଲାଭ ଉଠାଇ ପାରିବେ । ଏଥି ମଧ୍ୟରୁ ପ୍ରଥମ ଟି ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ଏଥିରେ ଆପଣ ବର୍ଷକୁ ଦୁଇ ଶହ ପଚାଶ ରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ସଞ୍ଚୟ କରି ବାର୍ଷିକ ୭.୬ % ଶୁଦ୍ଧ ପାଇଁ ପାରିବେ ।

ଯଦି ଆପଣ ଦୁଇଶହ ପଚାଶ ଟଙ୍କା ଦେଇ ପାରୁ ନାହାଁନ୍ତି ତେବେ ଆପଣ କେବଳ ପଚାଶ ଟଙ୍କା ଦେଇ ଏହି ସ୍କିମ ଖୋଲି ପାରିବେ । ତେବେ ଏଥିରେ ନଅ ବର୍ଷ ଜମା କରିବା ପରେ ଏହା ଦୁଇ ଗୁଣ ହୋଇଯିବ ।


ତେବେ ଦ୍ଵିତୀୟ ଟି ହେଉଛି ସିନିୟର ସିଟିଜେନ ଶେଭିଂ ସ୍କିମ । ଏହି ସ୍କିମ କେବଳ ସିନିୟର ସିଟିଜେନ ଙ୍କ ପାଇଁ ଉପଲବ୍ଧ । ଏଥିରେ ଆପଣ ଙ୍କୁ ପ୍ରତି ମାସ ୧୫୦୦ ଟଙ୍କା ଜମା କରିବାକୁ ପଡିବ । ୭.୪% ବାର୍ଷିକ ଶୁଦ୍ଧ ପାଇବା ସହ ୩୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ଫେରସ୍ତ ପାଇଁ ପାରିବେ ।

ତୃତୀୟ ରେ ରହିଛି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ । ଏଥିରେ ଆପଣ ବର୍ଷକୁ ପାଞ୍ଚ ଶହ ରୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ନିବେଶ କରି ପାରିବେ ଯଦି ଆପଣ ୧୫ ବର୍ଷ ପର୍ଯ୍ୟନ୍ତ ଜମାକରିବେ ତେବେ ୭.୧% ଶୁଦ୍ଧ ପାଇଁ ପାରିବେ ।


ଚତୁର୍ଥ ରେ ହେଉଛି କିଶାନ ବିକାଶ ପତ୍ର । ଏଥିରେ ଆପଣ ମାସ କୁ ୧୦୦ ଟଙ୍କାରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରି ପାରିବେ । ବାର୍ଷିକ ୬.୯% ଶୁଦ୍ଧ ହାର ଥିବାବେଳେ ଦଶ ବର୍ଷ ଚାରି ମାସ ରେ ଏହା ଦୁଇ ଗୁଣ ହୋଇଯିବ ।

ପଞ୍ଚମ ରେ ହେଉଛି ନେସନାଲ ଶେଭିଂଗ୍ସ ସାର୍ଟିଫିକେଟ ସ୍କିମ । ଏହି ସ୍କିମ ରେ ଆପଣ ଏକ ହଜାର ଟଙ୍କାରୁ ସଞ୍ଚୟ କରିବାକୁ ପଡିବ । ବାର୍ଷିକ ୬.୮% ଶୁଦ୍ଧ ହାର ପାଇ ପାରିବେ । ଏହାକୁ ଆପଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଞ୍ଚୟ ମଧ୍ୟ କରି ପାରିବେ । ତେବେ ଆପଣ ବି ନିଜର ଏହି ସ୍କିମ ରେ ଫାଇଦା ଉଠାନ୍ତୁ ।

Leave a Reply

Your email address will not be published. Required fields are marked *