ପୋଷ୍ଟ ଅଫିସ୍‌ ର ଧମାକେଦାର ସ୍କିମ, ୯ ହଜାର ଟଙ୍କା ଜମା କଲେ ମିଳିବ ୨୯ ଲକ୍ଷ ଟଙ୍କା

ରୋଜଗାର ସହିତ ପୁଞ୍ଜି ନିବେଶ କରିବାର କୌଶଳ ଯଦି ବ୍ୟକ୍ତି କୁ ଜଣା ଥାଏ ତେବେ ହିଁ ବ୍ୟକ୍ତି ର ଭବିଷ୍ୟ ଉଜ୍ଜ୍ୱଳମୟ ହୋଇଥାଏ । ଏଥିପାଇଁ ଅନେକ ଆର୍ଥିକ ପରାମର୍ଶ ଦାତା ତଥା ଫାଇନାନ୍ସିଆଲ ଆଡ଼ଭାଇଜର ଙ୍କ ପରାମର୍ଶ ନେଇଥାନ୍ତି ।

ଏଥି ନିମନ୍ତେ କିଏ ଇନ୍ସୁରାନ୍ସ କଥା କହିଥାନ୍ତି ନଚେତ ଅନ୍ୟ କେହି ଆହୁରି ଅନେକ ପରାମର୍ଶ ଦେଇଥାନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ପୋଷ୍ଟ ଅଫିସ ର ଏଭଳି ଏକ ସ୍କିମ ରହିଛି ଯାହାଦ୍ୱାରା ଆପଣ ମାନଙ୍କ ଟଙ୍କା ତ ବଢ଼ିବ, ଏହା ସହିତ ସେଥିରେ ଥିବା ଟ୍ୟାକ୍ସ ରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ । ଆଜ୍ଞା ହଁ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହୁଛୁ ପୋଷ୍ଟ ଅଫିସ ପିପିଏଫ ଆକାଉଣ୍ଟ ସମ୍ବନ୍ଧରେ । ଆପଣଙ୍କ ଅବସର ପରେ ଏହା ଆପଣଙ୍କୁ ବହୁତ ମାତ୍ରାରେ ସାହାଯ୍ୟ କରିବ ।

ପିପିଏଫ ଆକାଉଣ୍ଟ ର ଅବଧି ହେଉଛି ୧୫ ବର୍ଷ । ଏହା ସହିତ ଆପଣ ମାନେ ଯଦି ଚାହିଁବେ ତେବେ ଏହି ଅବଧି କୁ ଆହୁରି ୫ ବର୍ଷ ବଢ଼ାଇ ପାରିବେ । ବିଶେଷ କରି ଘରୋଇ ସଂସ୍ଥା ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ ପୋଷ୍ଟ ଅଫିସ ର ଏହି ସୁବିଧା ଟି ଅତ୍ୟନ୍ତ ଲାଭଦାୟକ ଅଟେ ।

ବର୍ତ୍ତମାନ ଆସନ୍ତୁ ଜାଣିବା ପିପିଏଫ ଆକାଉଣ୍ଟ ସମ୍ବନ୍ଧରେ, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ପିପିଏଫ କାଲକୁଲେଟର ଅନୁସାରେ ଯଦି କୌଣସି ବ୍ୟକ୍ତି ପିପିଏଫ ଆକାଉଣ୍ଟ ରେ ୯ ହଜାର ଟଙ୍କା ଜମା କରିବେ,ତେବେ ଜମା କରିବାର ୧୫ ବର୍ଷ ପରେ ସେହି ବ୍ୟକ୍ତି ଜଣକୁ ୨୯,୨୯,୧୧ ଟଙ୍କା ମିଳିବ ।

ଏହା ସହିତ ଆୟକର ଆକ୍ଟ ୮୦ସି ଅନୁଯାୟୀ ବ୍ୟକ୍ତି ଙ୍କୁ ଟ୍ୟାକ୍ସ ଲାଭ ମଧ୍ୟ ମିଳିବ । ପିପିଏଫ ଇନକମ୍ ହୋଇଥିବା ଟଙ୍କା ଓ ସୁଧ ରେ ମଧ୍ୟ ଟ୍ୟାକ୍ସ ଛାଡ଼ ହୋଇଥାଏ । ଯଦି ଆପଣ ମଧ୍ୟ ଏହି ସମ୍ବନ୍ଧରେ ଜାଣିବାକୁ ଚାହାନ୍ତି ତେବେ ନିକଟସ୍ଥ ପୋଷ୍ଟ ଅଫିସ କୁ ଯାଇ ପିପିଏଫ ଆକାଉଣ୍ଟ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଇ ପାରିବେ ।

ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *