କଣ କରୋନାରୁ ସୁସ୍ଥ ହେଲା ପରେ ଦେଖା ଦେଉଛି ଏହି ସମସ୍ଯା, ହୋଇଯାନ୍ତୁ ସାବଧାନ ! ହୋଇପାରେ ଏହା ଗମ୍ଭୀର ରୋଗର ସଙ୍କେତ…

ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ତୀବ୍ର ଗତିରେ ବଢିବାରେ ଲାଗିଛି । ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେତେକ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ବନ୍ଧୁଗଣ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଏହି ଭାଇରସଟି ବହୁତ ଶକ୍ତିଶାଳୀ ହେବା ସହିତ ତୀବ୍ର ଗତିରେ ସଂକ୍ରମଣ ହେଉଛି ।

ବନ୍ଧୁଗଣ ଏହି କିଛି ଦିନ ହେବ ଏହି ଭାଇରସ ସହ ଜଡିତ ଅନ୍ୟ ଏକ ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ରିପୋର୍ଟ ମୁତାବକ କେତେକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ କିଛି ଲକ୍ଷଣ ଦେଖା ଯାଉଛି । ଯଦି ପୁଣି କରୋନା ଲକ୍ଷଣ ଦେଖାଯାଉଛି ତା ହେଲେ ସାବଧାନ ହୋଇଯାନ୍ତୁ କାରଣ ପୁଣି ଏହି ଭାଇରସ ଆପଣଙ୍କୁ ସଂକ୍ରମଣ କରିପାରେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଗୁରୁତ୍ଵ ପୂର୍ଣ୍ଣ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରିପୋର୍ଟସ ମୁତବକ କରୋନାରୁ ସୁସ୍ଥ ହେବାର ଏକ ସପ୍ତାହ କିମ୍ବା ଏକ ମାସ ପରେ ଲକ୍ଷଣ ଦେଖାଯାଉଛି ।

ଲଗାତର କାଶ ହେବା, ମୁଣ୍ଡ ବିନ୍ଧିବା, ମାଂଶପେଶୀ ଦରଜ ହେବା, ବ୍ରେନ ଫଙ୍ଗସ୍ ଭଳି ଲକ୍ଷଣ ଦେଖାଦେଉଛି । ଏହା ଆମର ମେଟାବଲିକ ସିଷ୍ଟମ, ନ୍ୟୁରୋଲୋଜିକାଲ ଏବଂ ଇମ୍ପ୍ଲେମେଟାରୀ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ଡାଇବେଟିସ ରୋଗୀ ମାନଙ୍କ ପାଇଁ ଏହି କରୋନା ମହାମାରୀ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସ ଶରୀରର ପ୍ରମୁଖ ଅଙ୍ଗ ଉପରେ ପ୍ରଭାବ ପକାଉଛି । ତେଣୁ ଡାଇବେଟିସ ରୋଗୀ କରୋନାରେ ଆକ୍ରାନ୍ତ ହେବ ପରେ ସେମାନଙ୍କର ଲଗାତାର ବ୍ଲଡ଼ ସୁଗାର ଲେବଲର ଯାଞ୍ଚ କରିବା ଉଚିତ । କରୋନା ମହାମାରୀରୁ ସୁସ୍ଥ ହେବା ପରେ ଡାଇବେଟିସ ରୋଗୀ ମାନଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ ।

ଯଦି ଆପଣ ମାନେ ବହୁତ ଭୋକିଲା ଓ ଶୋଷିଲା ଅନୁଭବ କରୁଛନ୍ତି କିମ୍ବା କ୍ଷତ ଭରିବା ପାଇଁ ବହୁତ ସମୟ ଲାଗୁଛି ବା ହାତ ଏବଂ ପାଦରେ ଅତ୍ୟଧିକ ଥକ୍କା କିମ୍ବା ଅସ୍ଥିରତା ଦେଖା ଦେଉଛି ତେବେ ଏହାକୁ ଅବହେଳା କରନ୍ତୁ ନାହିଁ । ଆପଣ ମାନେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ନଚେତ ଆପଣ ମାନଙ୍କୁ ଆଗାମୀ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।


ସେହିଭଳି କରୋନାରୁ ସୁସ୍ଥ ହେବା ପରେ କିଡନୀ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ବିଚାର କରାଯିବା ଉଚିତ୍। ଡାକ୍ତରମାନଙ୍କ ଅନୁଯାୟୀ, ଯଦି ଅଧିକ ପରିସ୍ରା ଲାଗିବା କିମ୍ବା ପରିସ୍ରାର ରଙ୍ଗ ପରିବର୍ତ୍ତନ ହେବା, ହଠାତ୍ ଓଜନ ବୃଦ୍ଧି, ପେଟ ସମସ୍ୟା କିମ୍ବା ଭୋକ ନଲାଗିବା ମଧ୍ୟ କିଡନୀ ସମସ୍ୟାର ଲକ୍ଷଣ । ତେଣୁ କରୋନାରୁ ସୁସ୍ଥ ହେବା ପରେ ଯଦି ଏଭଳି ସମସ୍ୟା ସୃଷ୍ଟି ହେଉଛୁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *