ଲକଡାଉନ ମଧ୍ୟରେ ଏହି ମହିଳା ଜଣକ ଦେଲେ ପୋଲିସ ଭ୍ୟାନରେ ଶିଶୁକୁ ଜନ୍ମ, ଏମିତି କରାଗଲା ସାହାର୍ଯ୍ୟ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ପୁରା ଦେଶରେ ଲକଡାଉନର ଘୋଷଣା କରାଯାଇଛି । ଏସବୁ ମଧ୍ୟରେ ଦିଲ୍ଲୀରୁ ଏକ ପ୍ରଶଂସନୀୟ ଘଟଣା ସାମ୍ନାକୁ ଆସୁଛି । କହିବାକୁ ଗଲେ ବୁଧବାର ଦିନ ଜଣେ ମହିଳା ପୋଲିସ ଭ୍ୟାନରେ ଏକ ଶିଶୁକୁ ଜନ୍ମ ଦେଇଛି । ଯେତେବେଳେ ଗର୍ଭବତୀ ମହିଳାକୁ ପୋଲିସ ଭ୍ୟାନରେ ହସ୍ପିଟାଲ ନିଆ ଯାଉଥିଲା, ତେବେ ସେହି ସମୟରେ ସେ ଏକ ଶିଶୁକୁ ଜନ୍ମ ଦେଲା ।

ଏହି ମାମଲା କିଦୱଈ ନଗରର ମଜଦୂର ବସ୍ତୀରେ ରହୁଥିବା ଏକ ଗର୍ଭବତୀ ମହିଳାର ଅଟେ । ବୁଧବାର ଦିନ ଗର୍ଭବତୀ ମହିଳାର ଘର ଲୋକମାନେ ପୋଲିସକୁ ଫୋନ କରିଲେ ଓ କହିଲେ କି ମହିଳାଙ୍କୁ ଏକ ଆମ୍ବୁଲାନ୍ସର ଆବଶ୍ୟକତା ଅଛି । ଏହା ପରେ ପୋଲିସ ବି ସଙ୍ଗେ ସଙ୍ଗେ ଆକ୍ସନରେ ଆସିଗଲେ ଓ ସେହି ମହିଳା ପାଖରେ ପହଞ୍ଚିଗଲେ ।

ଜଣେ ମହିଳା କଂସ୍ଟେବଲ ସହ ୪ ଜଣ ପୋଲିସକର୍ମୀ, କିଦୱଈ ନଗରର ଗର୍ଭବତୀ ମହିଳା ଘରେ ପହଞ୍ଚିଲେ ଓ ସେଠୁ ଈଆରବୀ (ଆପାତ ପ୍ରତିକ୍ରିୟା ବାହନ)ରେ ସେହି ଗର୍ଭବତୀ ମହିଳାକୁ ସଫଦରଜଂଗ ହସ୍ପିଟାଲକୁ ନେଇଗଲେ । କିନ୍ତୁ ରାସ୍ତାରେ ଯିବା ସମୟରେ ହିଁ ୨୮ ବର୍ଷୀୟ ସେହି ଗର୍ଭବତୀ ମହିଳା ଜଣକ ପୋଲିସ ଭ୍ୟାନରେ ହିଁ ଏକ ଶିଶୁକୁ ଜନ୍ମ ଦେଲେ । ଏହା ପରେ ଗର୍ଭବତୀ ଓ ଶିଶୁକୁ ସୁରକ୍ଷିତ ସଫଦରଜଂଗ ହସ୍ପିଟାଲରେ ଭର୍ତି କରାଗଲା ।

ଆପଣଙ୍କୁ କହିଦେଉଛୁ କି ଏହିଭଳି ମାମଲା ପ୍ରାୟତଃ ବର୍ତ୍ତମାନର ଲକଡାଉନ ସମୟରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି । ଏହା ଛଡା କରୋନା ଭାଇରସ ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ବି ଅସୁବିଧା ହୋଇ ଯାଇଛି । ଏହାର ପ୍ରଭାବ କିଛି ଦିନ ତଳେ ହିଁ ଦେଖିବାକୁ ମିଳିସାରିଛି । ଯେତେବେଳେ ଦିଲ୍ଲୀ ଓ ଅନ୍ୟ ବଡ ସହରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକ ପଳାୟନ କରୁଥିଲେ ।

ଏହା ଦ୍ଵାରା ସଂକ୍ରମଣର ଭୟ ବି ଆହୁରି ବଢି ଯାଉଛି । କିନ୍ତୁ ଶ୍ରମିକମାନଙ୍କ ପାଖରେ ନିଜ ଘରକୁ ଯିବା ଛଡା ଅନ୍ୟ କୌଣସି ରାସ୍ତା ନାହିଁ । ସେମାନଙ୍କ ପାଖରେ ନିଜର ଜୀବନକୁ ବଞ୍ଚାଇବା ଛଡା ଅନ୍ୟ କୌଣସି ରାସ୍ତା ବି ନାହିଁ । କିନ୍ତୁ ଏହି ସବୁ ମଧ୍ୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ସମସ୍ତ ଜନତାଙ୍କ ସେବା କରିବା ପାଇଁ ପ୍ରୟାସ କରୁଛନ୍ତି ଓ ବିଭିନ୍ନ ପ୍ରକାରର ଉପାୟ ଦ୍ଵାରା ସେମାନଙ୍କର ସାହାର୍ଯ୍ୟ ବି କରୁଛନ୍ତି । ଦେଶ ଦୁନିଆର ଅଧିକ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *