ପୋଲିସ ଭାଇଙ୍କୁ ସଲାମ, ଏୟାର ଫୋର୍ସରେ ଥିବା ଯବାନଙ୍କ ରୋଗରେ ପୀଡିତ ମାଙ୍କ ପାଇଁ କଲେ ଏହି ବଡ କାମ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି କୁହାଯାଏ । କାରଣ ଏମାନେ ନିଜର ଜୀବନର ସୁରକ୍ଷା ବିଷୟରେ ଚିନ୍ତା ନ କରି ମାନବ ଜୀବନ ପାଇଁ ନିଜର ଜୀବନକୁ ବି ଉତ୍ସାର୍ଗୃକୃତ କରି ଦିଅନ୍ତି । ଯଦି ଏହି ସମୟରେ କରୋନାର ଭୟାଭୟ ପରିସ୍ଥିତି ବିଷୟରେ କଥା ହେବା ତ ଗୋଟିଏ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ନିଜର ଜୀବନକୁ ବି ବାଜି ଲଗାଇ ଦେଉଛନ୍ତି । ଏହି ସବୁ ମଧ୍ୟରେ ପୋଲିସମାନେ ବି ସାଧାରଣ ଜନତାଙ୍କୁ ସମସ୍ତେ ପ୍ରକାରର ସାହାର୍ଯ୍ୟ କରୁଛନ୍ତି ।

ଏହିଭଳି ଏକ ତାଜା ଉଦାହରଣ ହିମାଚଳରୁ ସାମ୍ନାକୁ ଆସୁଛି । ହିମାଚଳ ପ୍ରଦେଶର ଶିମଳା ପୋଲିସ ଏଠି ଏକ ବୁଦ୍ଧା ମହିଳାଙ୍କୁ ସାହାର୍ଯ୍ୟ କରିଛନ୍ତି । ଯାହା ଦ୍ଵାରା ଚାରିଆଡେ ସେମାନଙ୍କ ପ୍ରଶଂସା ହେଉଛି । କହିବାକୁ ଗଲେ ବାଲୂଗଂଜ ଥାନା ପ୍ରଭାରୀ ଦିନେଶ କୁମାର ଏକ ଉଦାହରଣ କାୟମ କରି ଗୋଟିଏ ଦିନ ଭିତରେ ଏୟାର ଫୋର୍ସରେ ନିଜର ଡିୟୁଟି ଦେଉଥିବା ଯବାନର ୭୦ ବର୍ଷୀୟ ମା ଙ୍କ ଔଷଧ ଶିମଲାରୁ ଜ୍ୱାଲାମୁଖୀ ପହଞ୍ଚାଇଲେ ।

କହିବାକୁ ଗଲେ ଅଭିଷେକ ଡୋଗର ନାମକ ଜଣେ ବ୍ୟକ୍ତି ଯିଏ କାନପୁର ଏୟାରଫୋର୍ସରେ ନିଜର ଡିୟୁଟି ଦେଉଛନ୍ତି, ସେ ରବିବାର ଦିନ ଏସପି କାଂଗଡ଼ାଙ୍କ ଫେସବୁକ ଆଇଡ଼ିରେ ନିଜର ଦୁଃଖ ଭରା କାହାଣୀ ବିଷୟରେ କହିଲେ । ସେ କହିଲେ କି ତାଙ୍କର ମା ସୁଗାର ଓ ହୃଦୟ ସମ୍ବନ୍ଧିତ ରୋଗ ସହିତ ଅନ୍ୟ କେତେକ ରୋଗରେ ବି ପୀଡିତ ଅଛନ୍ତି ଓ ସେ ତାଙ୍କର ଔଷଧକୁ ଶିମଲାର ସଂଜୌଲୀରେ କ୍ରୟ କରି ରଖିଛନ୍ତି ।

କିନ୍ତୁ ଲକଡାଉନ କାରଣରୁ ସେ ସେହି ଔଷଧକୁ ତାଙ୍କ ମାଙ୍କ ଠିକଣା ପର୍ଯ୍ୟନ୍ତ ପହଞ୍ଚାଇ ପାରୁ ନାହାନ୍ତି । ସେ ଆଗକୁ କହିଲେ କି ତାଙ୍କର ମା ଙ୍କ ଔଷଧ ପାଖାପାଖି ଶେଷ ହେବା ଉପରେ ଅଛି । ଏମିତିରେ ତାଙ୍କୁ ଚିନ୍ତା ଲାଗି ରହିଛି କି ଯଦି ସଠିକ ସମୟରେ ଔଷଧ ନ ପହଞ୍ଚିଯିବ ତେବେ କଣ ହେବ ।

ଏସପୀ କାଂଗଡ଼ାର ଅଭିଷେକଙ୍କ ଏହି ଚିନ୍ତା ବିଷୟରେ ଜାଣିବା ପରେ ସେ ବାଲୂଗଂଜ ଥାନା ପ୍ରଭାରୀ ଦିନେଶ କୁମାରଙ୍କ ସହ ସମ୍ପର୍କ କରିଲେ ଓ ସେ ତାଙ୍କୁ କହିଲେ କି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ମାଙ୍କ ଔଷଧ ପହଞ୍ଚିଯିବା ଦରକାର । ଏହା ପରେ ଔଷଧକୁ ଶୁକ୍ରବାର ଦିନ ଶିମଲାରୁ ଜ୍ୱାଲାମୁଖୀ ପହଞ୍ଚାଇ ଦିଆଗଲା ।

କହିବାକୁ ଗଲେ ବର୍ତ୍ତମାନ ଏୟାରଫୋର୍ସରେ ଥିବା ଯବାନର ସମସ୍ତ ଚିନ୍ତା ଦୂର ହୋଇ ଯାଇଛି । ହିମାଚଳ ପୋଲିସର ଏହିଭଳି କାର୍ଯ୍ୟକୁ ବର୍ତ୍ତମାନ ଚାରିଆଡେ ପ୍ରଶଂସା କରାଯାଉଛି । ତେବେ ଯଦି ଆପଣଙ୍କୁ ପୁଲିସ ର ଏହିଭଳି କାର୍ଯ୍ୟ ଭଲ ଲାଗିଛି ତେବେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *