ଏହି ଦେଶର ମହିଳା ପିଏମ ଏମିତି କରିଲେ କରୋନାକୁ କଣ୍ଟ୍ରୋଲ, କେବଳ ହେଇଛି ୪ ଜଣଙ୍କ ମୃତ୍ୟୁ

ଦୁନିଆର ସମସ୍ତ ଦେଶ କରୋନା ଭାଇରସ ସହ ଯୁଧ୍ୟ କରୁଛନ୍ତି । କିନ୍ତୁ ଏସବୁ ମଧ୍ୟରେ କିଛି ଦେଶ ଏମିତି ଅଛି ଯିଏ କିଛି ଶକ୍ତିଶାଳୀ ଦେଶମାନଙ୍କ ଅପେକ୍ଷା ଏହି ଯୁଧ୍ୟରେ ବହୁତ ଆଗରେ ଅଛି । ସେହି ଦେଶର ନାମ ହେଉଛି ନ୍ୟୁଜିଲ୍ୟାଣ୍ଡ । ନ୍ୟୁଜିଲ୍ୟାଣ୍ଡରେ ଲଗାତାର ୪ ଦିନ ହେବ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା କମ ଅଛି । ଗୁରୁବାର ଦିନ ମାତ୍ର ୨୯ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ନ୍ୟୁଜିଲ୍ୟାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣର ସଂଖ୍ୟାରେ ୧୩୧୨ଟି ମାମଲା ସାମ୍ନାକୁ ଆସିସାରିଛି ଓ ମାତ୍ର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ କରୋନା ଭାଇରସର ସଂକ୍ରମଣରୁ ୪୨୨ ଜଣ ସୁସ୍ଥ ବି ହୋଇ ଯାଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟା ମାତ୍ର ୫୦ ଲକ୍ଷ ଅଟେ । ଏଠି ୧୫ ଦିନର ଲକଡାଉନ ପୁରା ହୋଇସାରିଛି ଓ ସେହି ଯୁଧ୍ୟରେ ପ୍ରାୟତଃ ସଫଳ ବି ହୋଇଛନ୍ତି ।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଆର୍ଡେନ ଗୁରୁବାର ଦିନ ଦେଇଥିବା ଭାଷଣରେ କହିଲେ କି, ‘ଆମେ ଧୀରେ ଧୀରେ ଏହି ପରିସ୍ଥିତିକୁ ନିଜ ଆୟତରେ ଆଣିବାକୁ ଚେଷ୍ଟା କରୁଛୁ ଓ ଆମର ସମସ୍ତ ଯୋଜନା ସଫଳ ମଧ୍ୟ ହେଉଛି ।‘ ଯେଉଁଠି ଅନ୍ୟ ସବୁ ଦେଶ କରୋନା ଭାଇରସରୁ ଅଳ୍ପ ମୁକ୍ତି ମିଳିବା ଉପରେ ଲକଡାଉନ ହଟାଇବା ଓ ନିୟମ ପ୍ରତି ନଜର ଅନ୍ଦାଜ କରୁଛନ୍ତି ସେହି ସମୟରେ କିନ୍ତୁ ନ୍ୟୁଜିଲ୍ୟାଣ୍ଡ ନିଜର କଡା ନିୟମକୁ ଲାଗୁ ରଖିଛି ।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଆର୍ଡେନ ସେହି ଭାଷଣରେ ଆଗକୁ କହିଲେ କି ସେ ବର୍ଡରକୁ ପ୍ରତିବନ୍ଧିତ କରି ରଖିଛନ୍ତି । ସେ କହିଲେ କି ଯିଏ ବି ଆମ ଦେଶକୁ ପ୍ରବେଶ କରିବ ତାକୁ ପ୍ରଥମେ ସରକାର ସୁବିଧା ମଧ୍ୟରେ କ୍ୱାରଂଟୀନ କରାଯିବ । ଏହି ନିୟମ କେବଳ ନ୍ୟୁଜିଲ୍ୟାଣ୍ଡର ନିବାସୀମାନଙ୍କ ଉପରେ ଲାଗୁ ହେବ । ବିଦେଶୀ ନାଗରିକର ଏଣ୍ଟ୍ରି ୨୦ ମାର୍ଚ୍ଚରୁ ହିଁ ବ୍ୟାନ ଅଛି ।

ଜେସିଂଡା ଆର୍ଡେନ କହିଲେ କି ୧୫ ଦିନର ଲକଡାଉନ ଦେଖି ମୁଁ କହିବାକୁ ଚାହୁଁଛି କି ନ୍ୟୁଜିଲ୍ୟାଣ୍ଡର ଲୋକମାନେ ବହୁତ ବଡ କାମ କରିଛନ୍ତି । ଆପଣ ସମସ୍ତେ ମିଶି ନିଷ୍ପତି ନେଲେ ଓ ପରସ୍ପରକୁ ସୁରକ୍ଷିତ କରିଲେ । ଆପଣମାନେ ବହୁତ ଜୀବନ ବଞ୍ଚାଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ଯୁଦ୍ଧ ଶେଷ ହୋଇ ନାହିଁ । କରୋନା ଭାଇରସ ବିରୁଦ୍ଧରେ ଯୁଧ୍ୟରେ ନ୍ୟୁଜିଲ୍ୟାଣ୍ଡ ପାଖରେ ଦୁଇଟି ହିଁ ମୁଖ୍ୟ ହଥିୟାର ଅଛି – ଭୌଗୋଳିକ ସ୍ଥିତି ଓ ସଠିକ ସମୟରେ ସଠିକ ନିଷ୍ପତି ।

୨୮ ଫେବୃୟାରୀରେ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ କରୋନା ଭାଇରସର ମାମଲା ସାମ୍ନାକୁ ଆସିଥିଲା ଓ ବର୍ତ୍ତମାନ ସମୟରେ ନ୍ୟୁଜିଲ୍ୟାଣ୍ଡ ନିଜର କଡା ନିୟମ ବଳରେ ଏହି ଭାଇରସକୁ ଆୟତ କରି ନେଇଛି । ଯେତେବେଳେ କି ଆମେରିକା ଭଳି ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମିତ ଦେଶମାନଙ୍କ ମଧ୍ୟରେ ସବୁଠୁ ଶୀର୍ଷରେ ଅଛି । ଏହିପରି ଦେଶ ଦୁନିଆର ସବୁ ଖବର ପାଇବା ପାଇଁ ଆମ ପେଜକୁ ଲ ଇକେ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *